ଆଜିର ଖାସ୍ ଖବର

ଆଜି ସକାଳୁ ଓଡ଼ିଶାର କିଛି କିଛି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବା ସହ କୋହଲା ପାଗ ଦେଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ର ସୁଚନା ମୂତାବକ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପାଗ ଏଭଳି ରହିବ ବୋଲି ଅନୁମାନ କରାଯାଉଛି ।

ଓଡିଶାରେ ପୁଣି କୋଭିଡ୍ ନିୟମ କଡାକଡି କରିବାକୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖି ସବୁ ଜିଲ୍ଲାପାଳ, ମହାନଗର ନିଗମ ଓ ପୋଲିସ ବିଭାଗକୁ ସତର୍କ କରାଇଛନ୍ତି

ବଡବିଲ ଡେଲି ମାର୍କେଟରେ ଅଗ୍ନିକାଣ୍ଡ । ନିଆଁ ଲାଗି ଲକ୍ଷାଧିକ ଟଙ୍କାର ରେଡିମେଡ୍‌ ଡ୍ରେସ୍‌ ପୋଡ଼ି ପାଉଁଶ ହୋଇଯାଇଛି ।

ଆଜି ରାଜ୍ୟ ବଜେଟ୍ ଅଧିବେଶନର ତୃତୀୟ ଦିନ । ଧାନ କିଣାରେ ଅଗ୍ରଗତି ଧାନ କିଣା ସମ୍ପର୍କରେ ଉତ୍ତର ରଖିବେ ସମବାୟ ମନ୍ତ୍ରୀ

ପବିତ୍ର ମାଘ ସପ୍ତମୀରେ ଆରମ୍ଭ ହୋଇଛି ଖଣ୍ଡଗିରି କୁମ୍ଭମେଳା । ମାଘସପ୍ତମୀ ଓ କୁମ୍ଭମେଳା ଅବସର‌ରେ ଆଜି ପ୍ରଭୁ ଅନନ୍ତକେଶରୀଙ୍କ ରାଣୀ ଗୁମ୍ଫା ଯାତ୍ରା ସମ୍ପନ୍ନ ହୋଇଯାଇଛି ।

 ଦେଶରେ ଲଗାତର ୧୨ ଦିନ ହେବ ବଢ଼ି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର। ପେଟ୍ରୋଲ ଲିଟର ପିଛା ୩୯ ପଇସା ଓ ଡିଜେଲ ୩୭ ପଇସା ବୃଦ୍ଧି ଘଟିଛି । ଭୁବନେଶ୍ୱରରେ ପେଟ୍ରୋଲ ଦର ଗତକାଲି ତୁଳନାରେ ୪୧ ପଇସା ବଢିଛି। ଫଳରେ ପେଟ୍ରୋଲ ଦର ଆଜି ୯୦ଟଙ୍କା ୨୫ ପଇସା ରହିଛି। ସେପଟେ ମାଲକାନଗିରିରରେ ପେଟ୍ରୋଲ ଦର ୯୪ ଟଙ୍କା ୮୮ ପଇସା ଥିବା ବେଳେ ଡିଜେଲ ଦର ୯୧ଟଙ୍କା ୬୧ ପଇସା ରହିଛି।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ୬ଷ୍ଠ ବୈଠନକ ଆୟୋଜନ ହେବ । ଏହି ବୈଠକ ଭିଡିଓ ବାର୍ତ୍ତା ଜରିଆରେ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି ।  ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ରହିବେ । 

ଆଜି ଭାରତ ଓ ଚୀନ ମଧ୍ୟରେ ୧୦ମ କମାଣ୍ଡର ସ୍ତରୀୟ ଆଲୋଚନା ହେବାକୁ ଯାଉଛି । ପୂର୍ବାହ୍ନ ୧୦ଟାରେ ଚୀନ ପାଶ୍ୱର୍ରେ ଥିବା ଏଲଏସିର ମାଲଡୋରେ ଏହି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ । ପୋଙ୍ଗାଙ୍ଗ ହ୍ରଦରୁ ଉଭୟ ଦେଶର ସେନା ପଛକୁ ଫେରିବା ପରେ ଭାରତ ଓ ଚୀନର କମାଣ୍ଡରମାନେ ସ୍ଥିତି ଓ ଭବିଷ୍ୟତ ରୂପରେଖ ନେଇ ଆଲୋଚନା କରିବେ ।

ବିଶ୍ୱରେ ଆଜି ପର୍ଯ୍ୟନ୍ତ ୧୧ କୋଟି ୧୨ ଲକ୍ଷ ୨୮ ହଜାର ୨୯୦ ଲୋକ କରୋନାରେ ସଂକ୍ରମିତ ହୋଇସାରିଥିବା ବେଳେ ୨୪ ଲକ୍ଷ ୬୨ ହଜାର ୪୭୧ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୮ କୋଟି  ୬୧ ଲକ୍ଷ ୩୪ ହଜାର ୮୫୩ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୨୬ ଲକ୍ଷ ୩୦ ହଜାର ୯୬୬ ଜଣ ଲୋକ ସକ୍ରିୟ ଅଛନ୍ତି । 

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜି ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ, ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦୀ

Sun Feb 21 , 2021
ଆଜି ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ ପ୍ରଧାନମନ୍ତ୍ରୀ ମୋଦୀ ଅଧିକାରୀମାନଙ୍କୁ ସମ୍ବୋଧିତ କରିବେ ବାସ୍ତବବ୍ୟୁରୋ:ରବିବାର ଦିନ ବିଜେପି ଜାତୀୟ ଅଧିକାରୀଙ୍କ ବୈଠକ ପୂର୍ବରୁ ଦଳର ସଭାପତି ଜେପି ନାଡା ଜାତୀୟ ସାଧାରଣ ସଚିବ ତଥା ରାଜ୍ୟ ସଂଗଠନର ସାଧାରଣ ମନ୍ତ୍ରୀଙ୍କ ସହ କିଛି ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ରାଷ୍ଟ୍ରୀୟ ଅଧିକାରୀଙ୍କ ବୈଠକ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିବେ। କରୋନା ମହାମାରୀ ସମୟରେ ଏହା ଜାତୀୟ ଅଧିକାରୀଙ୍କ ପ୍ରଥମ ବୈଠକ […]

You May Like

Pin It on Pinterest