କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟରେ ନିୟମ କଡ଼ାକଡ଼ି…

ବାସ୍ତବବ୍ୟୁରୋ:ଅନ୍ୟ ରାଜ୍ୟମାନଙ୍କରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନିୟମ କଡ଼ାକଡ଼ି ପାଇଁ,ସମସ୍ତ ଜିଲ୍ଲାପାଳ, ମୁନିସପାଲ କମିସନର ଓ ଏସପିଙ୍କୁ ଚିଠି ଲେଖିଲେ ଏସଆରସି । ମାସ୍କ ,ସାନିଟାଇଜର ବ୍ୟବହାର ଓ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଇଛି । ସର୍ବସାଧାଣ ସ୍ଥାନ, ଅନୁଷ୍ଠାନ ଓ କାର୍ଯ୍ୟାଳୟରେ କୋଭିଡ଼ ନିୟମ କଡ଼ାକଡ଼ି ହେବ । ଏନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ସ୍ଥିତି ଉପରେ ନଜର ରଖିବେ ।ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ବଜାର ଓ ହାଟରେ ଲୋକଙ୍କୁ ସଚେତନ କରାଯିବ ।

ଶିକ୍ଷାନୁଷ୍ଠାନ ଓ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼ିକରେ ବିଶୋଧନ ଉପରେ ଗୁରୁତ୍ୱ ଦିଆଯିବ । ସ୍କୁଲରେ ଥର୍ମାଲ ସ୍କ୍ରିନିଂ, ହ୍ୟାଣ୍ଡୱାସ ଓ ସାନିଟାଇଜର ଉପରେ ଗୁରୁତ୍ୱ ଦିଆଯିବ । କୌଣସି ଲୋକଙ୍କ ପାଖରେ ଲକ୍ଷଣ ଦେଖାଦେଲେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଜଣାଇବା ପାଇଁ ନିର୍ଦ୍ଦେଶ ରହିଛି । ବିବାହ, କ୍ରୀଡ଼ା, ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ଥିଲେ ମଧ୍ୟ କରୋନା ନିୟମ ମାନିବାକୁ କୁହାଯାଇଛି । ହୋଟେଲ, ରେଷ୍ଟୁରାଂଟ ଓ ଢାବା ଉପରେ ପୁଲିସ ନଜର ରଖିବେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Mon Feb 22 , 2021
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୬୭୦୫ରେ ପହଞ୍ଚିଛି । ଏଥିମଧ୍ୟରୁ ୬୩୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୩୪୧୦୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।  ନୟାଗଡ ଯଦୁପୁର ନାବାଳିକା ପରୀ ହତ୍ୟା ମାମଲାରେ ଆଜି ସିବିଆଇ ତଦନ୍ତ ହେବ ନା ନାହିଁ ତାହାର ଶୁଣାଣୀ କରିବେ ମାନ୍ୟବର ସୁପ୍ରିମକୋର୍ଟ । […]

You May Like

Pin It on Pinterest