ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୬୭୦୫ରେ ପହଞ୍ଚିଛି । ଏଥିମଧ୍ୟରୁ ୬୩୧ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୩୩୪୧୦୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ନୟାଗଡ ଯଦୁପୁର ନାବାଳିକା ପରୀ ହତ୍ୟା ମାମଲାରେ ଆଜି ସିବିଆଇ ତଦନ୍ତ ହେବ ନା ନାହିଁ ତାହାର ଶୁଣାଣୀ କରିବେ ମାନ୍ୟବର ସୁପ୍ରିମକୋର୍ଟ ।
ବିଧାନସେବା ଅଧିବେଶନର ଆଜି ଚତୁର୍ଥ ଦିନ । ଗୃହରେ ଆରମ୍ଭ ହେଲା ପ୍ରଶ୍ନକାଳ । ଅର୍ଥ , ସ୍ୱରାଷ୍ଟ୍ର , ସ୍ୱାସ୍ଥ୍ୟ , ଖଣି , ଆଇନ , ସାଧାରଣ ପ୍ରଶାସନ ବିଭାଗ ଉପରେ ଆଲୋଚନା ହେଉଛି ।
ଆଜି ଠାରୁ କଡାକଡି ହେବ କରୋନା କଟକଣା । ଆଜି ଠାରୁ ରାଜଧାନୀର ପ୍ରତ୍ୟକ ଛକରେ ମାସ୍କ ଚେକିଙ୍ଗ ପଏଣ୍ଟ ଗୁଡିକରେ ମାସ୍କ ଚେକିଙ୍ଗ ଆରମ୍ଭ ହେବା ସହିତ ସମସ୍ତ ସାମଜିକ ସମାବେଶ ସ୍ଥାନରେ, ମଲ ଗୁଡତକରେ, ହାଟ ବଜାର ସବୁଠି ବିଏମସିର ଏନଫୋର୍ସମେଣ୍ଟ ଟିମ୍ ଚେକିଙ୍ଗ କୁ ଜୋରଦାର କରାଯିବ । ଏଥିପାଇଁ ବିଏମସି ପକ୍ଷରୁ ୩ଟି ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ ମଧ୍ୟ ଗଠନ କରାଯାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମ ଓ ପଶ୍ଚିମବଙ୍ଗ ଗସ୍ତରେ ରହିବେ । ସେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଆସାମରେ ଧେମଜୀର ସିଲାପଥରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ତୈଳ ଓ ଗ୍ୟାସ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ ।
ପୁଣେରେ ଆଜି(ସୋମବାର)ଠୁ ଜାରି ହେବ ନାଇଟ କର୍ଫ୍ୟୁ । ରାତି ୧୧ଟାରୁ ସକାଳ ୬ଟା ଯାଏ କଟକଣା ଜାରି ରହିବ । ସେହିପରି ପୁଣେରେ ଫେବ୍ରୁଆରି ୨୮ ଯାଏ ସ୍କୁଲ ଓ କଲେଜ ବନ୍ଦ ରହିବ ।
ବିଗ୍ ବସ୍ ୧୪ର ବିଜେତା ରୁବିନା ଦିଲୈକ୍ ହୋଇଛନ୍ତି ।