ମାସିକ ଦରମା ୧୮ ହଜାର ଟଙ୍କା ସହ ସରକାରୀ ମାନ୍ୟତା ଦାବିକରି ଅନୁଗୋଳ ଜିଲ୍ଲାପାଳଙ୍କ ଅଫିସ୍ ଘେରିଲେ ଅଙ୍ଗନବାଡି କର୍ମୀ….

ବାସ୍ତବବ୍ୟୁରୋ:ଅଲ୍ ଓଡିଶା ଅଙ୍ଗନବାଡି ଲେଡିଜ୍ ୱାର୍କରସ ଆସୋସିଏସନ ପକ୍ଷରୁ ଆଜି ଅନଗୁଳ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମହିଳା ଅଙ୍ଗନବାଡି କର୍ମୀମାନେ ଅନଗୁଳ ସହର ପରିକ୍ରମା କରିବାପରେ ଜିଲ୍ଲାପାଳଙ୍କ ଅଫିସକୁ ଯାଇଥିଲେ ।ଅଙ୍ଗନବାଡି କର୍ମୀଙ୍କୁ ସରକାରୀ ମାନ୍ୟତା ସହ ମାସିକ ୧୮ ହଜାର ଟଙ୍କା ଦରମା ଦାବି କରି ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରିଥିଲେ ।
ଜିଲ୍ଲାପାଳଙ୍କ ମାଧ୍ୟମରେ ଅଙ୍ଗନବାଡି କର୍ମୀମାନେ, ସରକାରୀ ମାନ୍ୟତା ସହ ମାସିକ ଦରମା ୧୮ ହଜାର ଟଙ୍କା ଦାବି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ନିକଟରେ ରଖିଛନ୍ତି। ଏ ସମ୍ପର୍କିତ ଏକ ଦାବିପତ୍ର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେଇଛନ୍ତି। ଦାବି ପୂରଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନ ବ୍ୟାପକରୂପ ନେବ ବୋଲି, ଅଲ ଓଡିଶା ଅଙ୍ଗନବାଡି ଲେଡ଼ିଜ ୱାର୍କରସ ଆସୋସିଏସନ ପକ୍ଷରୁ ଚେତାବନୀ ଦିଆଯାଇଛି ।