ପ୍ରଥମରୁ ଅଷ୍ଟମ ଯାଏଁ ସ୍କୁଲ ଖୋଲିବ ନାହିଁ:ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ।
କଟକସ୍ଥିତ ନେମାଳର ପଦ୍ମବାଣ ପୀଠରେ ମହାପୁରୁଷ ଅଚ୍ୟୁତାନନ୍ଦ ଜନ୍ମବାର୍ଷିକୀ ଅବସରରେ ସେଠାରେ ଜିଲ୍ଲାପ୍ରଶାସନ ୧୪୪ ଧାରା ଜାରି କରିଛି ।
ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୩୫ ପଇସା ବଢ଼ିଥିବାବେଳେ ଡିଜେଲ ଦର ୪୩ ପଇସା ବୃଦ୍ଧି ପାଇଛି। ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୯୧ ଟଙ୍କା ୬୪ ପଇସା ଏବଂ ଡିଜେଲ ୮୮ ଟଙ୍କା ୬୬ ପଇସା ହୋଇଛି।
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୬୭୬୭ରେ ପହଞ୍ଚିଛି । ଏଥିମଧ୍ୟରୁ ୬୩୪ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୩୩୪୧୬୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଉତ୍ତରାଖଣ୍ଡ ଚମୋଲିରେ ପ୍ରକୃତିର ତାଣ୍ଡବ ପରେ ପୁଣିଥରେ ଆଉ ଏକ ବିପଦ ନେଇ ଆଶଙ୍କା କରାଯାଉଛି। ୩୦ ଜଣିଆ ଏକ୍ସପର୍ଟଙ୍କ ଏକ ଟିମ ଋଷିଗଙ୍ଗା ନଦୀର ମୁହାଣକୁ ପାଖାପାଖି ୧୫ ଫୁଟ ଚଉଡା କରିଛନ୍ତି।
ଗୁଜୁରାଟର ଭରୁଚ ଜିଲ୍ଲାରେ ଆଜି(ମଙ୍ଗଳବାର) ଏକ ଫ୍ୟାକ୍ଟ୍ରିରେ ବଡ ଧରଣର ଅଘଟଣ ଘଟିଛି । ଝାଗାଡିଆ ସ୍ଥିତ କେମିକାଲ କମ୍ପାନୀରେ ୟୁପିଏଲ-୫ ପ୍ଲାଣ୍ଟରେ ବିସ୍ଫୋରଣ ଘଟିବା ସହ ନିଆଁ ଲାଗିଯାଇଛି । ଏହି ବିସ୍ଫୋରଣରେ ୨୪ ଜଣ ଆହତ ହୋଇଛନ୍ତି ।
ଆଜି ପୁଣି ହାଇସ୍ପୀଡ୍ରେ ବଢ଼ିଛି ପେଟ୍ରୋଲ ଓ ଡିଜେଲ ଦର। ପେଟ୍ରୋଲ ୨୫ ପଇସା ଏବଂ ଡିଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି ଘଟିଛି। ଫଳରେ ଦେଶର ଅନେକ ସହରରେ ତେଲ ଦର ଲିଟର ପିଛା ୧୦୦ ଟଙ୍କା ଉପରେ ରହିଛି ।
ଆଜିଠାରୁ ଜେଇଇ ମେନ୍ ଆରମ୍ଭ ହେବ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନ୍ ଟିଏ) ଦ୍ବାରା ପରିଚାଳିତ ଏହି ପରୀକ୍ଷା କମ୍ପୁଟର୍ ବେସ୍ ଡ ଟେଷ୍ଟ(ସିବିଟି) ମାଧ୍ୟମରେ କରାଯିବ। ଦେଶର ୩୩୧ଟି ସହରରେ ହେବାକୁ ଥିବା ପରୀକ୍ଷା ୨୬ତାରିଖ ପର୍ଯ୍ୟନ୍ତ ଜାରି ରହିବ।
ବିଶ୍ୱରେ ଆଜି ପର୍ଯ୍ୟନ୍ତ ୧୧ କୋଟି ୨୨ ଲକ୍ଷ ୪୮ ହଜାର ୧ ଲୋକ କରୋନାରେ ସଂକ୍ରମିତ ହୋଇସାରିଥିବା ବେଳେ ୨୪ ଲକ୍ଷ ୮୪ ହଜାର ୬୬୯ ଜଣ ଲୋକଙ୍କର ହୋଇଛି ହୋଇଛି ୮ କୋଟି ୭୭ ଲକ୍ଷ ୬୪ ହଜାର ୭୭୦ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୧୯ ଲକ୍ଷ ୯୮ ହଜାର ୫୬୨ ଜଣ ଲୋକ ସକ୍ରିୟ ଅଛନ୍ତି