ଆଜିର ଖାସ୍ ଖବର

ରାଜ୍ୟର ୭ଟି ସହରରେ ବଢୁଛି ବାୟୁ ପ୍ରଦୂଷଣ । ଟ୍ୱିନ୍ ସିଟି ଭୁବନେଶ୍ୱର ଓ କଟକ ସମେତ ବାଲେଶ୍ୱର, ଅନୁଗୁଳ, ତାଳଚେର, ରାଉରକେଲା ଓ କଳିଙ୍ଗନଗରର ବାୟୁ ପ୍ରଦୂଷଣ ମାତ୍ରା କ୍ରମାଗତ ଭାବେ ବଢିଚାଲିଛି ।

ଆସନ୍ତା ଶୁକ୍ରବାର ଠାରୁ ଦିଲ୍ଲୀରେ ପ୍ରବେଶ କରିବାକୁ ହେଲେ, ସାଙ୍ଗରେ କରୋନାର ନେଗେଟିଭ ରିପୋର୍ଟ ଆଣିବାକୁ ପଡ଼ିବ। ଯଦି କେହି ନେଗେଟିଭ ରିପୋର୍ଟ ନ ଆଣିଥିବେ, ତା’ହେଲେ ତାଙ୍କୁ ଦିଲ୍ଲୀରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। 

ମହାରାଷ୍ଟ୍ର, କେରଳ, ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ପଞ୍ଜାବ ଆଦି ରାଜ୍ୟରୁ ଦିଲ୍ଲୀ ଆସୁଥିବା ବ୍ୟକ୍ତିମାନଙ୍କୁ ଆସନ୍ତା ଶନିବାର ଠାରୁ ମାର୍ଚ ୧୫ ତାରିଖ ପର୍ଯ୍ୟନ୍ତ ‘ନେଭେଟିଭ୍‌ ଆର୍‌ଟି-ପିସିଆର୍‌ ଟେଷ୍ଟ୍‍’ ରିପୋର୍ଟ ଦେଖାଇବାକୁ ପଡ଼ିବ।

ଚାଷୀ ନେତା ରାକେଶ ଟିକାୟତ : ଯଦି କେନ୍ଦ୍ର ସରକାର ନୂଆ କୃଷି ଆଇନକୁ ଫେରାଇ ନନିଅନ୍ତି, ତାହେଲେ ଏଥର ସଂସଦ ଘେରାଉ କରିବାକୁ ହେବ । ଏଠାରେ ୪ ଲକ୍ଷ ନୁହେଁ, ବରଂ ୪୦ ଲକ୍ଷ ଟ୍ରାକ୍ଟର ଆସିବ । 

ପଶ୍ଚିମବଙ୍ଗ ଓ ଆସାମ ସମେତ ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନର ତାରିଖ ଉପରେ ଆଲୋଚନା ଲାଗି ଆଜି ଦିଲ୍ଲୀରେ ନିର୍ବାଚନ ଆୟାଗଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ପଶ୍ଚିମବଙ୍ଗ ବ୍ୟତୀତ ଆସାମ, କେରଳ, ତାମିଲନାଡୁ ଓ ପୁଡୁଚେରୀରେ ଚଳିତ ବର୍ଷ ମେ’-ଜୁନରେ ବିଧାନସଭା ନିର୍ବାଚନ ହେବ । 

ଭାରତର ସବୁଠୁ ବଡ କୋଭିଡ୍ କେୟାର ସେଣ୍ଟର ସର୍ଦ୍ଦାର ପଟେଲ୍ କୋଭିଡ୍ କେୟାର ସେଣ୍ଟର ଆଣ୍ଡ ହସ୍ପିଟାଲକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ ଏନସିଆରରେ କରୋନା ସ୍ଥିତିରେ ଆସିଥିବା ସୁଧାର ଏବଂ ରୋଗୀଙ୍କ ହ୍ରାସ କାରଣରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଗୃହ ମନ୍ତ୍ରଣାଳୟ କୋଭିଡ୍ ସେଣ୍ଟର ବନ୍ଦ କରିବାକୁ ମଞ୍ଜୁରୀ ଦେଇଛନ୍ତି ଏବଂ ଏହାକୁ ଆଗାମୀ ସପ୍ତାହରେ ବନ୍ଦ କରି ଦିଆଯିବ। 

କେରଳର ରାଜଧାନୀ ଥିରୁଅନନ୍ତପୁରମରେ ମଙ୍ଗଳବାର ୯୮ ଜଣ ସିପିଏମ୍ ଓ କଂଗ୍ରେସ ନେତା ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜିଠାରୁ ୩ୟ ଟେଷ୍ଟ ମ୍ୟାଚ ଖେଳାଯିବ । ଏହି ମୁକାବିଲା ଅହମଦାବାଦର ମୋଟେରାସ୍ଥିତ ସର୍ଦ୍ଦାର ପଟେଲ ଷ୍ଟାଡିୟମରେ ଆଜି ଅପରାହ୍ନ ୨ଟା ୩୦ରୁ ମ୍ୟାଚ ଆରମ୍ଭ ହେବ ।

ବିଶ୍ୱର ପ୍ରସିଦ୍ଧ ଗଲଫର ଆମେରିକାର ଟାଇଗର ଉଡସ୍ ମଙ୍ଗଳବାର ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି ।ଆମେରିକାର ଲସ୍‌ ଏଞ୍ଜେଲେସରେ ସେ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ତାଙ୍କର ପାଦରେ ଆଘାତ ଲାଗିଛି

ବିଶ୍ୱରେ ଆଜି ପର୍ଯ୍ୟନ୍ତ ୧୧ କୋଟି ୨୬ ଲକ୍ଷ ୨୮ ହଜାର ୬୯ ଜଣ ଲୋକ କରୋନାରେ ସଂକ୍ରମିତ ହୋଇସାରିଥିବା ବେଳେ ୨୪ ଲକ୍ଷ ୯୫ ହଜାର ୩୩ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୮ କୋଟି ୮୨ ଲକ୍ଷ ୧୩ ହଜାର ୨୩୪ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୧୯ ଲକ୍ଷ ୨୦ ହଜାର ୩୦୪ ଜଣ ଲୋକ ସକ୍ରିୟ ଅଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆସନ୍ତା ମେ ୧୮ ତାରିଖରୁୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇ ଜୁନ୍‌ ୧୨ ତାରିଖରେ ଶେଷ ହେବ....

Wed Feb 24 , 2021
ବାସ୍ତବବ୍ୟୁରୋ: ଗଣଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁଯାଇ, ଆସନ୍ତା ମେ ୧୮ ତାରିଖରୁୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ। ପରୀକ୍ଷା ମେ ୧୮ରୁ ଆରମ୍ଭ ହୋଇ ଜୁନ୍‌ ୧୨ ତାରିଖରେ ଶେଷ ହେବ | ଉଚ୍ଚ ଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇ କହିଛନ୍ତିକି,କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ । ସେହିିପରି ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ମେ ୨୮ […]

You May Like

Pin It on Pinterest