ଆଜି ଠାରୁ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା । ପ୍ରତିବର୍ଷ ମାଘ ଚତ୍ତୁର୍ଦ୍ଦଶୀ ଠାରୁ ଏହି ମେଳା ଆରମ୍ଭ ହୋଇଥାଏ । ଜିଲ୍ଲା ପ୍ରଶାସନ ଠାରୁ ସମସ୍ତ କରୋନା କଟକଣା ମଧ୍ୟରେ ମେଳା ଆୟୋଜନ ପାଇଁ ଅନୁମତି ମିଳିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ, କଣ୍ଢେଇ ନାଚ, ସିନେମା ଓ ଯାତ୍ରା ଭଳି କାର୍ଯ୍ୟକ୍ରମକୁ ବାରଣ କରାଯାଇଛି ।
ମାର୍ଚ୍ଚ ୧ ତାରିଖଠାରୁ ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଅନ୍ଲାଇନ୍ରେ ପାଠପଢ଼ା ଆରମ୍ଭ ହେବ । ଏନେଇ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଶାଶ୍ବତ ମିଶ୍ର ବିଶ୍ବବିଦ୍ୟାଳୟ କୁଳପତି ଓ ସରକାରୀ ଏବଂ ଘରୋଇ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ଚିଠି ଲେଖିଛନ୍ତି ।
ପୁନର୍ଗଠିତ ହେଲା ଭଦ୍ରକ ଜିଲ୍ଲା କ୍ରିକେଟ ଆସୋସିଏସନ । ୧୫ ସଦସ୍ୟ ବିଶିଷ୍ଟ ଏହି କାର୍ଯ୍ୟକାରିଣୀ ପୁନର୍ଗଠିତ ହୋଇଯାଇଛି । ଏଥିରେ ଉପେନ୍ଦ୍ର କୁମାର ବାରିକ ସଭାପତି ରୂପେ ନିର୍ବାଚିତ ହୋଇଥିବା ବେଳେ ଧିରେନ ପଲାଇ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି ।
ବୁଧବାର ଭୁବନେଶ୍ୱରର ତାପମାତ୍ରା ୩୮ ଡିଗ୍ରୀ ଛୁଇଁଛି । ଦିନସାରା ଟାଣ ଖରା ଅନୁଭୂତ ହୋଇଛି। ସେହିଭଳି ୧୧ ଜିଲ୍ଲାରେ ପାରଦ ୩୫ଡିଗ୍ରୀ ଡେଇଁଛି ।
ପୁଣି ଥରେ ଘରୋଇ ଗ୍ୟାସ୍ ସିଲିଣ୍ଡରର ଦାମ୍ ବୃଦ୍ଧି ପାଇଛି । ଏହି ଦରବୃଦ୍ଧି ପରେ ୧୪.୨ କେଜି ଏଲପିଜି ସିଲିଣ୍ଡରର ଦାମ୍ ୭୬୯ ଟଙ୍କାରୁ ୭୯୪ ଟଙ୍କା ହୋଇଯାଇଛି । ନୂଆ ଦର ୨୫ ତାରିଖ ମଧ୍ୟରାତ୍ରରୁ ଲାଗୁ ହେବ ।
ପ୍ରଥମଥର ଉତ୍ତରାଖଣ୍ଡରେ ଆତଙ୍କବାଦୀ କାର୍ଯ୍ୟକଳାପ ଓ ଅପରେସନରେ ସାମିଲ ହେବେ ମହିଳା କମାଣ୍ଡୋ।୨୨ ଜଣ ମହିଳା କମାଣ୍ଡୋଙ୍କୁ ନେଇ ଆତଙ୍କବାଦ ନିରୋଧ ସ୍କ୍ୱାଡ ଗଠନ କରାଯାଇଛି। ଏହି ସ୍କ୍ୱାଡ୍ରେ କେବଳ ମହିଳା କମାଣ୍ଡୋମାନେ ରହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ଗୁରୁବାର) ତାମିଲନାଡୁ ଓ ପୁଡୁଚେରୀ ଗସ୍ତରେ ଯିବେ । ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ମୋଦୀ ଏକାଧିକ ପ୍ରକଳ୍ପକୁ ଉଦଘାଟନ କରିବେ । ସେହିପରି ମୋଦୀ କିଛି ବିକାଶମୂଳକ ପ୍ରକଳ୍ପ ନିର୍ମାଣ ପାଇଁ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।
ହିମାଚଳ ପ୍ରଦେଶର ଚମ୍ବାରେ ଆଜି (ଗୁରୁବାର) ଭୋରରୁ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜୀ (ଏନସିଏସ) ମୁତାବକ, ଭୂକମ୍ପ ଭୋର ୩ଟା ୫୫ମିନିଟରେ ଅନୁଭୂତ ହୋଇଥିଲା । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୨.୪ ମପାଯାଇଛି ।
ମହାରାଷ୍ଟ୍ର, ତେଲେଙ୍ଗାନା, କେରଳ ଓ କର୍ଣ୍ଣାଟକରୁ ବିମାନରେ ଯାତ୍ରୀ ଆସୁଥିଲେ କୋଭେିଡ-୧୯ ନେଗେଟିଭ ରିପୋର୍ଟ ଦେଖାଇବାକୁ ହେବ : ପଶ୍ଚିମବଙ୍ଗ ସରକାର ।
କେନ୍ଦ୍ର ସରକାର ଦେଶରେ ଲ୍ୟାପଟପ୍, ଟେବଲେଟ, ଅଲ୍-ଇନ୍-ୱାନ୍ ପିସି ଏବଂ ସର୍ଭର ଉତ୍ପାଦନ ବଢ଼ାଇବା ଲାଗି ୭୩୫୦ କୋଟି ଟଙ୍କାର ପ୍ରଡକ୍ଟ ବେସ୍ଡ ଇନସେଣ୍ଟିଭ୍ (ପିଏଲଆଇ) ଯୋଜନାକୁ ମଂଜୁରୀ ଦେଇଛନ୍ତି । ଏହି ଯେଜାନା ଅନ୍ତର୍ଗତ ଭାରତ କୁ ହାର୍ଡୱେର ଉତ୍ପାଦନର ବଡ଼ କେନ୍ଦ୍ର ଭାବେ ଗଢ଼ିତୋଳିବାକୁ ଲକ୍ଷ୍ୟ ରଖାଯାଇଛି ।
ପଶ୍ଚିମବଙ୍ଗ ନିର୍ବାଚନ ଲାଗି ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦୀନ ଓୱେସୀଙ୍କ କୋଲକାତାରେ ଆଜି (ଗୁରୁବାର) ହେବାକୁ ଥିବା ରାଲିକୁ ପୋଲିସ ଅନୁମତି ଦେଇନାହିଁ । ଫଳରେ ଏହି ରାଲିକୁ ବାତିଲ କରି ଦିଆଯାଇଛି । ଅସଦୁଦ୍ଦୀନ ଓୱେସୀଙ୍କୁ ସଂଖ୍ୟାଲଘୁ ବହୁଳ ମେତିୟାବ୍ରୁଜ ଅଂଚଳରେ ରାଲି ଜରିଆରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ପାର୍ଟିର ପ୍ରଚାର ଅଭିଯାନ ଆରମ୍ଭ କରିବାର ଥିଲା ।
ବିଶ୍ୱରେ ଆଜି ପର୍ଯ୍ୟନ୍ତ ୧୧ କୋଟି ୩୦ ଲକ୍ଷ ୭୨ ହଜାର ୫୦୬ ଲୋକ କରୋନାରେ ସଂକ୍ରମିତ ହୋଇସାରିଥିବା ବେଳେ ୨୫ ଲକ୍ଷ ୬ ହଜାର ୬୭୭ ଜଣ ଲୋକଙ୍କର ହୋଇଛି ହୋଇଛି । ୮ କୋଟି ୮୬ ଲକ୍ଷ ୮୯ ହଜାର ୬୧୭ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୧୮ ଲକ୍ଷ ୭୮ ହଜାର ୩୧୨ ଜଣ ଲୋକ ସକ୍ରିୟ ଅଛନ୍ତି ।