ବାସ୍ତବବ୍ୟୁରୋ: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଗାଇଡ୍ଲାଇନ୍ ଜରୀକାଯାଇଛି ଯେ,ରବି ଋତୁରେ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆସନ୍ତା ମାର୍ଚ୍ଚ ୧ ତାରିଖରୁ ଚାଷୀ ପଞ୍ଜୀକରଣ ଆରମ୍ଭ କରାଯାଇ, ଏପ୍ରିଲ୍ ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଏ ସଂକ୍ରାନ୍ତରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। ଯଦି କୌଣସି ଚାଷୀ ସେମାନଙ୍କ ବଳକା ଧାନକୁ ଏମ୍ଏସ୍ପି ଦରରେ ସରକାରଙ୍କୁ ବିକିବା ପାଇଁ ଚାହାନ୍ତି, ନିକଟସ୍ଥ ସୋସାଇଟିରେ ନିଜ ନାମ ପଞ୍ଜୀକୃତ କରାଇବା ବାଧ୍ୟତାମୂଳକ ଅଟେ ।
ପଞ୍ଜୀକରଣକୁ ନବୀକରଣ କରିବାପାଇ –
ଯେଉଁ ଚାଷୀମାନେ ଖରିଫ ପାଇଁ ପଞ୍ଜୀକୃତ ହୋଇଥିଲେ ସେମାନେ ରବି ଋତୁ ପାଇଁ କେବଳ ନିଜର ପଞ୍ଜୀକରଣକୁ ମାର୍ଚ୍ଚ ୧ରୁ ରୁ ଏପ୍ରିଲ୍ ୭ ତାରିଖ ଭିତରେ ଚାଷୀଙ୍କୁ ପଞ୍ଜୀକରଣ କିମ୍ବା ନବୀକରଣ ଫର୍ମ ସହ ଅନ୍ୟାନ୍ୟ କାଗଜପତ୍ର ଦାଖଲ କରିବାକୁ ପଡ଼ିବ।ଏ ସବୁ ଫର୍ମକୁ ଏପ୍ରିଲ୍ ୧୦ ତାରିଖ ସୁଦ୍ଧା ଡିଜିଟାଇଜେସନ୍ କରିବା ପାଇଁ ଜିଲ୍ଲା ସ୍ତରରେ ପଦକ୍ଷେପ ନିଆଯିବ। ନୂଆ ଜମି ସମ୍ପର୍କରେ ଫର୍ମ ପୂରଣ ହୋଇଥିଲେ, ରାଜସ୍ବ ବିଭାଗର ଅଧିକାରୀଙ୍କ ଦ୍ବାରା ତାହା ଯାଞ୍ଚ୍ କରାଯିବ।
ରାଜସ୍ବ ରେକର୍ଡରେ ଯେଉଁ ଜମି ଜଳସେଚିତ ନୁହେଁ ବୋଲି ଦର୍ଶାଯାଇଥିବ, କିନ୍ତୁ ବୋର୍ୱେଲ୍/ଏଲ୍ଆଇ ପଏଣ୍ଟ୍ ଦ୍ବାରା ଜଳସେଚିତ ବୋଲି ଚାଷୀ ଦାବି କରିଥିବେ, ସେହି କ୍ଷେତ୍ରରେ ଉଠା ଜଳସେଚନ ନିର୍ବାହୀ ଯନ୍ତ୍ରୀ କିମ୍ବା ଜିଲ୍ଲା କୃଷି ଅଧିକାରୀଙ୍କ ଦ୍ବାରା ଯାଞ୍ଚ୍ କରାଯାଇ ଚୂଡ଼ାନ୍ତ କରାଯିବ। ମାର୍ଚ୍ଚ ୧୦ ରୁ ଏପ୍ରିଲ୍ ୨୦ ତାରିଖ ମଧ୍ୟରେ ଜିଲ୍ଲା ଯୋଗାଣ ଅଧିକାରୀମାନେ ଜମି ଓ ବ୍ୟାଙ୍କ ଆକାଉଣ୍ଟ୍ ଯାଞ୍ଚ୍ ରିପୋର୍ଟ ବାହାର କରିବେ। ଏହି ଯାଞ୍ଚ୍ ପ୍ରକ୍ରିୟା ଏପ୍ରିଲ୍ ୨୨ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ଶେଷ ହେବ। ସୂଚନା ମୁତାବକ ଏମ୍ଏସ୍ପି ଦରରେ ଧାନ ସଂଗ୍ରହ କରିବା ପାଇଁ ,ରାଜ୍ୟ ଯୋଗାଣ ନିଗମ ରାଜ୍ୟ ସରକାରଙ୍କ ଏକମାତ୍ର ସଂସ୍ଥା |