ବାସ୍ତବବ୍ୟୁରୋ: ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଶାଶ୍ବତ ମିଶ୍ର ବିଶ୍ବବିଦ୍ୟାଳୟ କୁଳପତି ଓ ସରକାରୀ ଏବଂ ଘରୋଇ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ଚିଠି ଲେଖି ଜଣାଇଛନ୍ତି କି,ମାର୍ଚ୍ଚ ୧ ତାରିଖଠାରୁ ଅନ୍ଲାଇନ୍ ମାଧ୍ୟମରେ ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ,ପାଠପଢ଼ା ଆରମ୍ଭ ହେବ।

୨୦୨୧ ଜାନୁଆରୀ ୧୧ ତାରିଖଠାରୁ, ରାଜ୍ୟରେ ସ୍ନାତକ ଓ ସ୍ନାତକୋତ୍ତର ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଅଫ୍ଲାଇନ୍ରେ ପାଠପଢ଼ା ଆରମ୍ଭ ହୋଇଛି । ସେହିପରି ସ୍ନାତକୋତ୍ତର ପ୍ରଥମ ବର୍ଷ ଓ ତିନି ବର୍ଷୀୟ ସ୍ନାତକ ପାଠ୍ୟକ୍ରମର ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ସହିତ ୪ବର୍ଷୀୟ ସ୍ନାତକ ପାଠ୍ୟକ୍ରମର ତୃତୀୟ ବର୍ଷର ପିଲାଙ୍କ ପାଠପଢ଼ା ଅଫ୍ଲାଇନ୍ ମାଧ୍ୟମରେ ୨୦୨୧ ଫେବ୍ରୁଆରୀ ୧୦ ତାରିଖଠାରୁ ଆରମ୍ଭ କରାଯାଇଛି ।



