ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିସି) ପକ୍ଷରୁ ଉଚ୍ଚଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ଶିକ୍ଷାନୁଷ୍ଠାନଗୁଡ଼ିକୁ ସମ୍ମାନିତ କରିବା ପାଇଁ ଆୟୋଜିତ ଏକ ଉତ୍ସବରେ ଆଇଆଇଟି ଭୁବନେଶ୍ବରକୁ ୟୁନିଭର୍ସିଟି ଅଫ୍ ଦି ଇୟର୍ ସମ୍ମାନ ପ୍ରଦାନ କରାଯାଇଛି।
ବୁର୍ଲା ଭିସୁଟର ବିଭିନ୍ନ ହଷ୍ଟେଲରୁ ୨୫ ଜଣ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଖପାଖ ଅଞ୍ଚଳରେ ଗତକାଲି (ଶନିବାର)ଠାରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ କଟକଣା ଜାରି ହୋଇଛି ।
କଟକ ଜିଲ୍ଲାର ବାଲିପୁଟ ନିକଟରେ ଥିବା ସାତକୋଶିଆର ଇକୋ ରିଟ୍ରିଟରେ ରବିବାର ସକାଳେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିବା ପରେ ଅତି କମରେ ତିନିଟି କୁଟୀର ନିଆଁରେ ପୋଡି ପାଉଁଶ ହୋଇଯାଇଛି ।
ଶନିବାର ଦିନ ୭୮ ବର୍ଷିୟ ଅଭିନେତା ଅମିତାଭ ବଚ୍ଚନ ତାଙ୍କ ବ୍ଲଗ୍ରେ ପ୍ରଶଂସକମାନଙ୍କୁ କହିଛନ୍ତି ଯେ , ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିଥିବାରୁ ତାଙ୍କର ଅସ୍ତ୍ରୋପଚାର କରାଯିବ ।
ମାର୍ଚ୍ଚ ୧ ଅର୍ଥାତ୍ ଆସନ୍ତାକାଲିଠାରୁ କ୍ଷୀର ଲିଟର ପିଛା ୧୦୦ ଟଙ୍କାରେ ବିକ୍ରି କରିବାକୁ ନିଷ୍ପତ୍ତି ନିଆଯାଇଛି । ହରିୟାଣାର ହିସାରରେ ଥିବା ଖାପ୍ ପଞ୍ଚାୟତ କ୍ଷୀର ଦର ବୃଦ୍ଧି କରାଇବାକୁ ନିଷ୍ପତ୍ତି ନେଇଛି।
ଫାସଟ୍ୟାଗରୁ ଆଦାୟ ହୋଇଥିବା ଟଙ୍କା ସବୁ ରେକର୍ଡ ଭାଙ୍ଗି ଦେଇଛି। ନ୍ୟାଶନାଲ୍ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (NHAI)ର ରିପୋର୍ଟ ମୁତାବକ, ଫାସଟ୍ୟାଗ୍ ଜରିଆରେ ଦୈନିକ ଟୋଲ୍ ଆଦାୟ ପାଖାପାଖି ୧୦୪ କୋଟି ଟଙ୍କାର ରେକର୍ଡ ସ୍ତରରେ ପହଞ୍ଚିଛି । NHAI ପକ୍ଷରୁ କୁହାଯାଇଛି, ଚଳିତ ସପ୍ତାହରେ ଟୋଲ୍ ଆଦାୟ ଦୈନିକ ୧୦୦ କୋଟି ଟଙ୍କାରୁ ଅଧିକ ରହିଛି। ଗତ ଫେବୃଆରୀ ୨୫ ତାରିଖରେ ଫାସଟ୍ୟାଗ୍ ଜରିଆରେ ଦୈନିକ ୬୪.୫ ଲକ୍ଷ ଟୋଲ୍ ସଂଗ୍ରହ କାରବାର ସହ ରେକର୍ଡ ୧୦୩.୯୪ କୋଟି ଟଙ୍କାର ଆଦାୟ ହୋଇଛି।
ମହାରାଷ୍ଟ୍ର ଓ ଗୁଜରାଟରେ କରୋନା ଭାଇରସ ସଂକ୍ରମଣ ବଢ଼ିଚାଲିଛି । ଏଥି ପାଇଁ ଉଭୟ ରାଜ୍ୟର ସରକାର କିଛି ଜିଲ୍ଲାରେ ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି ।
ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗତକାଲି (ଶନିବାର) ବିଳମ୍ବିତ ରାତିରେ ତାମିଲନାଡୁର ରାଜଧାନୀ ଚେନ୍ନାଇରେ ପହଂଚିଛନ୍ତି । ତାମିଲନାଡୁ ପାଇଁ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ଶାହ ଜନସଭାକୁ ସମ୍ବୋଧିତ କରିବା ପାଇଁ ଚେନ୍ନାଇ ପହଂଚିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ମାସିକ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ ଜରିଆରେ ଆଜି ଦିନ ୧୧ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ । ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ର ଏହା ହେଉଛି ମୋଦୀଙ୍କ ୭୩ତମ ସଂସ୍କରଣ ।
ଆଜି ଐତିହାସିକ ଦିନ । ମହାକାଶରେ ଶୁଭିବ ଗୀତାର ସ୍ୱର । ଇସ୍ରୋର ପୋଲାର ସେଟଲାଇଟ ଲଂଚ ଭିକିଲ୍ସ ଏଥର ନିଜ ସହିତ ଉପଗ୍ରହ ବ୍ୟତୀତ ଭଗବତ ଗୀତାର ଏକ ଇଲେକଟ୍ରୋନିକ କପି ନେଇ ମହାକାଶକୁ ଯିବାକୁ ପ୍ରସ୍ତୁତ ହୋଇସାରିଛି । ସକାଳ ୧୦ଟା ୨୪ ମିନିଟରେ ଶ୍ରୀହରିକୋଟାରୁ ପିଏସ୍ଏଲଭି-ସି୫୧/ଅମେଜୋନିଆ-୧ ଲଂଚ ହେବ । ଏହା ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ପ୍ରଥମ ପ୍ରକ୍ଷେପଣ ।
ବିଶ୍ୱରେ ଆଜି ପର୍ଯ୍ୟନ୍ତ ୧୧ କୋଟି ୪୩ ଲକ୍ଷ ୬୩ ହଜାର ୮୮୬ ଲୋକ କରୋନାରେ ସଂକ୍ରମିତ ହୋଇସାରିଥିବା ବେଳେ ୨୫ ଲକ୍ଷ ୩୬ ହଜାର ୬୭୪ ଜଣ ଲୋକଙ୍କର ହୋଇଛି ହୋଇଛି । ୮ କୋଟି ୯୯ ଲକ୍ଷ ୧୮ ହଜାର ୧୦୭ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୧୯ ଲକ୍ଷ ୯ ହଜାର ୧୦୫ ଜଣ ଲୋକ ସକ୍ରିୟ ଅଛନ୍ତି ।