ଆଜି ସୋମବାର ଆମର ବାହାଘର, ଆମ ପାଇଁ ନିଶ୍ଚୟ ଠାକୁରଙ୍କୁ ଡାକିବେ-ଅର୍ଚ୍ଚିତା ସାହୁ…

photo:social media

ବାସ୍ତବବ୍ୟୁରୋ: “ଆଜି ସୋମବାର ଆମର ବାହାଘର, ଆପଣଙ୍କ ଆଶୀର୍ବାଦ ଆଉ ଭଲପାଇବା ଆମର ସବୁ ଯାତ୍ରାକୁ ସଫଳ କରିବ,ଆମ ପାଇଁ ନିଶ୍ଚୟ ଠାକୁରଙ୍କୁ ଡାକିବେ “, ଏ କଥା ଅର୍ଚ୍ଚିତା ନିଜ ଫେସ୍‌ବୁକ୍‌ ପେଜ୍‌ରେ ଲେଖିଛନ୍ତି ,ଆଜି ଅର୍ଚ୍ଚିତାଙ୍କ ହାତ ଧରିବେ ଅଭିନେତା ସବ୍ୟସାଚୀ ମିଶ୍ର । ବିବାହ ବନ୍ଧରେ ବାନ୍ଧିହେବେ ଓଲିଉଡ୍‌ର ଚର୍ଚ୍ଚିତ ଯୋଡ଼ି ତଥା ସୁପର୍‌ଷ୍ଟାର ସବ୍ୟସାଚୀ ମିଶ୍ର ଏବଂ ଚୁଲବୁଲି ନାୟିକା ଅର୍ଚ୍ଚିତା ସାହୁ |ଏ ବିଷୟରେ ଉଭୟ ନିଜ ନିଜର ସୋସିଆଲ୍‌ ମିଡିଆ ଆକାଉଣ୍ଟରେ ଜଣାଇଛନ୍ତି।

ଏ ବାହାଘର ମିଛରେ ନୁହେଁ ସତରେ |ମିଛିମିଛିକା ବାହାଘରର ଅନେକ ସିନେମା ଦେଇଛନ୍ତି ,ଆଜିଠାରୁ ସାରା ଜୀବନକୁ ସାଥୀ ହେବେ |ଏହା ପୁଣି ଓଡ଼ିଶାରେ ନୁହେଁ ,ରାଜସ୍ଥାନରେ ଏକ ବିଳାସପୂର୍ଣ୍ଣ ହୋଟେଲ୍‌ରେ ଅଳ୍ପ କିଛି ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଏହି ଅଭୁଲା ମୁହୂର୍ତକୁ ନିଜ ଜୀବନ କାନଭାସ ରେ ବାନ୍ଧିରଖିବେ ସବ୍ୟସାଚୀ ଓ ଅର୍ଚିତା |

Photo: social media

ଅଭିନେତା ସବ୍ୟସାଚୀ ୨୦୦୭ ରେ ‘ପାଗଳପ୍ରେମୀ’ ଚଳଚ୍ଚିତ୍ର ମାଧ୍ୟମରେ ଓଲିଉଡ୍‌ରେ ଏଣ୍ଟ୍ରି କରିଥିଲେ ଅଭିନେତା ସବ୍ୟସାଚୀ ମିଶ୍ର |ହେଲେ ଅର୍ଚ୍ଚିତା ତାଙ୍କ ପୂର୍ବରୁ ୨୦୦୫ରେ ‘ଓ ମାଇଁ ଲଭ୍‌’ରେ ପ୍ରଥମଥର ଅଭିନୟ କରିବାର ସୁଯୋଗ ପାଇଥିଲେ। ଏପର୍ଯ୍ୟନ୍ତ ୩୭ର ଊର୍ଦ୍ଧ୍ୱ ସିନେମାରେ ସବ୍ୟସାଚୀ ଅଭିନୟ କରିଥିବାବେଳେ ଅର୍ଚ୍ଚିତା ୪୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି ଅର୍ଚ୍ଚିତା।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Mon Mar 1 , 2021
ଆଜିଠୁ ରାଜ୍ୟରେ ସକାଳୁଆ ସ୍କୁଲ୍ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ୍ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ । କରୋନା କଟକଣା ସହ ସବୁ ସ୍କୁଲରେ ସକାଳୁଆ କ୍ଲାସ୍ ହେବ । ସକାଳୁଆ ସ୍କୁଲରେ ନବମ ଓ ଏକାଦଶ ପିଲାଙ୍କ ସ୍କୁଲ ସମୟ ସକାଳ ୭ଟାରୁ ୯ଟା ଯାଏଁ କ୍ଲାସ୍ ହେବ । ସେହିପରି ଦଶମ ଓ ଦ୍ବାଦଶ ପିଲାଙ୍କ ପାଇଁ ସ୍କୁଲ ସମୟ ସକାଳ ୯ଟାରୁ […]

You May Like

Pin It on Pinterest