ଆଜିଠୁ ରାଜ୍ୟରେ ସକାଳୁଆ ସ୍କୁଲ୍ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ୍ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ । କରୋନା କଟକଣା ସହ ସବୁ ସ୍କୁଲରେ ସକାଳୁଆ କ୍ଲାସ୍ ହେବ । ସକାଳୁଆ ସ୍କୁଲରେ ନବମ ଓ ଏକାଦଶ ପିଲାଙ୍କ ସ୍କୁଲ ସମୟ ସକାଳ ୭ଟାରୁ ୯ଟା ଯାଏଁ କ୍ଲାସ୍ ହେବ । ସେହିପରି ଦଶମ ଓ ଦ୍ବାଦଶ ପିଲାଙ୍କ ପାଇଁ ସ୍କୁଲ ସମୟ ସକାଳ ୯ଟାରୁ ୧ ଟା ଯାଏଁ କ୍ଲାସ୍ ହେବ ।
ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ଅଭିନେତା ସବ୍ୟସାଚୀ ମିଶ୍ର ଓ ଅଭିନେତ୍ରୀ ଅର୍ଚ୍ଚିତା ।
ଏ ମାଟି ଓଡ଼ିଶା… ଏ ଜାତି ଓଡ଼ିଆ…। ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ନେଇ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦଙ୍କ ଦ୍ବାରା ପ୍ରସ୍ତୁତ ଏହି ସଂଗୀତରେ କଣ୍ଠଦାନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।
ପୋଲିସ ସେବାରୁ ଅବସର ନେଲେ IPS ଅଫିସର ସତ୍ୟଜିତ ମହାନ୍ତି । ଆଜି OPSC ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବେ ସତ୍ୟଜିତ ।
କରୋନା ଟୀକା ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ସକାଳୁ ଦିଲ୍ଲୀ ଏମ୍ସରେ କୋଭିଡର ପ୍ରଥମ ଡୋଜ ମୋଦୀ ନେଇଛନ୍ତି । ଟୀକା ନେବା ପରେ ସେ ଡାକ୍ତର ଓ ବୈଜ୍ଞାନିକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଆଜିଠୁ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ ହୋଇଛି । ଆଜିଠୁ ବରିଷ୍ଠ ନାଗରିକଙ୍କୁ ଦିଆଯିବ କରୋନା ଟୀକା । ବରିଷ୍ଠ ବ୍ୟକ୍ତି ଓ ରୋଗାକ୍ରାନ୍ତ ଲୋକଙ୍କୁ ଏହି ଟୀକା ଦିଆଯିବ । ୬୦ ବର୍ଷରୁ ଅଧିକ ବ୍ୟକ୍ତି କିମ୍ବା ୪୫ ବର୍ଷରୁ ଅଧିକ ରୋଗରେ ପୀଡିତ ଥିବା ବ୍ୟକ୍ତି ଏହି ପର୍ଯ୍ୟାୟରେ ଟୀକା ନେବେ । ଟୀକା ନେବା ପାଇଁ କୋୱିନ ପୋର୍ଟାଲରେ ନାଁ ଓ ମୋବାଇଲ ନମ୍ବର ଦେଇ ଆଗୁଆ ପଞ୍ଜୀକରଣ କରିବାକୁ ପଡିବ ।
ଭାରତର ‘ମେଟ୍ରୋ ମ୍ୟାନ୍’ ନାଁରେ ପ୍ରସିଦ୍ଧ ଇ ଶ୍ରୀଧରନ ଔପଚାରିକ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଛନ୍ତି ।
ତାମିଲନାଡୁରେ ମାର୍ଚ୍ଚ ୩୧ ଯାଏଁ ଲକଡାଉନ ଜାରି ରହିବ ।
ବିଶ୍ୱରେ ଆଜି ପର୍ଯ୍ୟନ୍ତ ୧୧ କୋଟି ୪୬ ଲକ୍ଷ ୭୨ ହଜାର ୨୩୪ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୨୫ ଲକ୍ଷ ୪୨ ହଜାର ୫୫୩ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୯ କୋଟି ୨ ଲକ୍ଷ ୨୮ ହଜାର ୩୯୯ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୧୯ ଲକ୍ଷ ୧ ହଜାର ୨୮୨ ଜଣ ଲୋକ ସକ୍ରିୟ ଅଛନ୍ତି ।