ପ୍ରଥମ ଡୋଜ୍ କୋଭିଡ୍-୧୯ ଟିକା ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ….

ପ୍ରଥମ ଡୋଜ୍ କୋଭିଡ୍-୧୯ ଟିକା ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବାସ୍ତବବ୍ୟୁରୋ:ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସକାଳ ୧୦ଟା ୪୫ ମିନିଟ ସମୟରେ ନବୀନନିବାସରୁ ବାହାରି ବିଧାନସଭା ପରିସରରେ ଥିବା ଡିସପେନସେରିରେ ପହଂଚି, କୋଭିଡ୍-୧୯ ଟିକାର ପ୍ରଥମ ଡୋଜ୍ ନେଇଛନ୍ତି। ସେଠାରେ ସେ ଦିନ ୧୧ଟା ବେଳେ ପ୍ରଥମେ କରୋନା ଟିକା ନେଇଥିଲେ। ମୁଖ୍ୟମନ୍ତ୍ରୀ ଙ୍କ ପରେ ଅନ୍ୟ ବିଧାୟକମାନେ ଟିକା ନେବାପାଇଁ ବ୍ୟବସ୍ଥା କରାଯାଇଥିଲା |

Photo: social media

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକା ନେବା ପରେ ନିଜର ଟୁଇଟର ଆକାଉଣ୍ଟ ରେ ଲେଖିଛନ୍ତି କି ,‘ ମୁଁ ଖୁସି ଯେ ମୁଁ ଆଜି କୋଭିଡ-୧୯ ଟିକାର ପ୍ରଥମ ଡୋଜ୍‌ ନେଲି।’ ଲୋକଙ୍କ ପାଖରେ ଟିକା ପହଞ୍ଚାଇବା ପାଇଁ କାମ କରୁଥିବା ବୈଜ୍ଞାନିକ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ନିକଟରେ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହାଛଡ଼ା ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ କରୋନା ଟିକା ନେବାକୁ ବି ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକା ନେବା ପରେ ମୁଖ୍ୟମନ୍ତ୍ରୀ ଟିକା ନେଇଥିବା ହେତୁ ଟିକାକୁ ନେଇ ଲୋକଙ୍କ ମନରେ ଯେଉଁ ଆଶଙ୍କା ରହିଥିଲା, ତାହା ନିଶ୍ଚିତ ଭାବରେ ଦୂର ହେବ ବୋଲି ଆଶାକରଯାଉଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ନୂଆପଡ଼ା ଜୟ କିଷାନ ମଜଦୁର ସଂଗ୍ରାମ ପରିଷଦ ପକ୍ଷରୁ ଧାନ ବସ୍ତା ସହ ଜିଲ୍ଲାପାଳ ଅଫିସ ଘେରାଉ

Mon Mar 1 , 2021
ବାସ୍ତବବ୍ୟୁରୋ:(ନୂଆପଡ଼ା) ଆଜି ନୂଆପଡ଼ା ଜୟ କିଷାନ ମଜଦୁର ସଂଗ୍ରାମ ପରିଷଦ ପକ୍ଷରୁ ଜିଲ୍ଲା ସଭାପତି ଯଦୁମାଣି ପାଣିଗ୍ରାହୀଙ୍କ ନେତୃତ୍ବରେ ଶତାଧିକ ଚାଷୀ,ନିଜର ସମସ୍ୟା ନେଇ ଧାନ ବସ୍ତା ସହ ଜିଲ୍ଲାପାଳ ଅଫିସ ପ୍ରଥମ ଗେଟ୍ ଆଗରେ ଧାରଣାରେ ବସିଛନ୍ତି।ଯାହା ଫଳରେ ଜିଲ୍ଲାପାଳଙ୍କ ଅଫିସର ଦୁଇଟି ଗେଟ ବନ୍ଦ ହୋଇଥିବାରୁ କାର୍ଯ୍ୟାଳୟର କର୍ମଚାରୀମାନେ ଅଫିସ ମଧ୍ୟକୁ ଯାଇପାରିନାହାନ୍ତି । ଜିଲ୍ଲା ପ୍ରଶାସନର ଅବହେଳା ହେତୁ ଜିଲ୍ଲାର ପଞ୍ଜୀକୃତ ୩୫୭୩ ଜଣ ଚାଷୀଙ୍କ […]

You May Like

Pin It on Pinterest