ନୂଆପଡ଼ା ଜୟ କିଷାନ ମଜଦୁର ସଂଗ୍ରାମ ପରିଷଦ ପକ୍ଷରୁ ଧାନ ବସ୍ତା ସହ ଜିଲ୍ଲାପାଳ ଅଫିସ ଘେରାଉ

ବାସ୍ତବବ୍ୟୁରୋ:(ନୂଆପଡ଼ା) ଆଜି ନୂଆପଡ଼ା ଜୟ କିଷାନ ମଜଦୁର ସଂଗ୍ରାମ ପରିଷଦ ପକ୍ଷରୁ ଜିଲ୍ଲା ସଭାପତି ଯଦୁମାଣି ପାଣିଗ୍ରାହୀଙ୍କ ନେତୃତ୍ବରେ ଶତାଧିକ ଚାଷୀ,ନିଜର ସମସ୍ୟା ନେଇ ଧାନ ବସ୍ତା ସହ ଜିଲ୍ଲାପାଳ ଅଫିସ ପ୍ରଥମ ଗେଟ୍ ଆଗରେ ଧାରଣାରେ ବସିଛନ୍ତି।ଯାହା ଫଳରେ ଜିଲ୍ଲାପାଳଙ୍କ ଅଫିସର ଦୁଇଟି ଗେଟ ବନ୍ଦ ହୋଇଥିବାରୁ କାର୍ଯ୍ୟାଳୟର କର୍ମଚାରୀମାନେ ଅଫିସ ମଧ୍ୟକୁ ଯାଇପାରିନାହାନ୍ତି ।

photo:socil media

ଜିଲ୍ଲା ପ୍ରଶାସନର ଅବହେଳା ହେତୁ ଜିଲ୍ଲାର ପଞ୍ଜୀକୃତ ୩୫୭୩ ଜଣ ଚାଷୀଙ୍କ ଟୋକନ ଲାପ୍ସ ହୋଇଛି। ଏହାକୁ ତୁରନ୍ତ ରି- .ଜେନେରେଟ୍ କରି ଚାଷୀମାନଙ୍କ ଧାନ ମଣ୍ଡିରୁ ଉଠାଇବା ଓ ଚାଷୀମାନଙ୍କଠାରୁ ଅନ୍ୟାୟ ଭାବରେ ପ୍ରତ୍ୟେକ ମଣ୍ଡିରେ ନିଆଯାଇଥିବା (ଗନିବ୍ୟାଗ )ର ଦାମ୍ ତୁରନ୍ତ ଚାଷୀମାନଙ୍କୁ ପୈଠ କରାଯିବାକୁ ଚାଷୀମାନେ ଦାବି କରିଛନ୍ତି । ଏହା ବ୍ୟତିର ରବି ଚାଷୀଙ୍କ ପଞ୍ଜୀକରଣ କରାଯାଇ ବିନା ଟୋକନରେ ରବି ଚାଷୀଙ୍କ ଧାନ ଉଠେଇବାର ବ୍ୟବସ୍ଥା କରାଯାଉ ବୋଲି ଦାବି ହୋଇଛି ।ଆଜି ଏହି ଧାରଣାରେ ଶତାଧିକ ଚାଷୀ ସାମିଲ ହୋଇ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଜାଭେଦ ଅଖତର ମାନହାନୀ ମାମଲାରେ କଙ୍ଗନାଙ୍କୁ ୱାରେଣ୍ଟଜରୀ

Tue Mar 2 , 2021
ଜାଭେଦ ଅଖତର ମାନହାନୀ ମାମଲାରେ କଙ୍ଗନାଙ୍କ ଅସୁବିଧା, ୱାରେଣ୍ଟ ଜାରୀକଲେ ଆନ୍ଧେରି ମେଟ୍ରୋପଲିଟନ ମାଜିଷ୍ଟ୍ରେଟ…. ବାସ୍ତବବ୍ୟୁରୋ:ବଲିଉଡ ଦୁନିଆରେ ସବୁବେଳେ ହେଡଲାଇନରେ ଥିବା ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ପିଛା ଛାଡ଼ୁନି ବଲିଉଡ ଝାମେଲା | ଗୋଟାଇପରେ ଗୋଟେ ଅସୁବିଧା । ଗୀତିକାର ଜାଭେଦ୍ ଅଖତର ତାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିବା ପରେ ସୋମବାର ଆନ୍ଧେରୀ ମେଟ୍ରୋପଲିଟନ ମାଜିଷ୍ଟ୍ରେଟ ତାଙ୍କ ବିରୋଧରେ ୱାରେଣ୍ଟ ଜାରି କରିଛନ୍ତି । କୋର୍ଟର ମାଜିଷ୍ଟ୍ରେଟ୍ […]

You May Like

Breaking News

Pin It on Pinterest