ଜାଭେଦ ଅଖତର ମାନହାନୀ ମାମଲାରେ କଙ୍ଗନାଙ୍କ ଅସୁବିଧା, ୱାରେଣ୍ଟ ଜାରୀକଲେ ଆନ୍ଧେରି ମେଟ୍ରୋପଲିଟନ ମାଜିଷ୍ଟ୍ରେଟ….

ବାସ୍ତବବ୍ୟୁରୋ:ବଲିଉଡ ଦୁନିଆରେ ସବୁବେଳେ ହେଡଲାଇନରେ ଥିବା ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ପିଛା ଛାଡ଼ୁନି ବଲିଉଡ ଝାମେଲା | ଗୋଟାଇପରେ ଗୋଟେ ଅସୁବିଧା । ଗୀତିକାର ଜାଭେଦ୍ ଅଖତର ତାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିବା ପରେ ସୋମବାର ଆନ୍ଧେରୀ ମେଟ୍ରୋପଲିଟନ ମାଜିଷ୍ଟ୍ରେଟ ତାଙ୍କ ବିରୋଧରେ ୱାରେଣ୍ଟ ଜାରି କରିଛନ୍ତି ।
କୋର୍ଟର ମାଜିଷ୍ଟ୍ରେଟ୍ ୧ ଫେବୃଆରୀରେ କଙ୍ଗନାଙ୍କୁ ମାର୍ଚ୍ଚ ୧ ରେ କୋର୍ଟରେ ହାଜର ହେବାକୁ ସମନ ଜରୀକରିଥିଲେ । ସୋମବାର କଙ୍ଗନା କୋର୍ଟରେ ହାଜର ହୋଇନାହାଁନ୍ତି ଯାହା ପରେ କୋର୍ଟ ତାଙ୍କ ବିରୋଧରେ ଜାମିନ ବିହୀନ ପରୱାନା ଜରୀକରିଛନ୍ତି । ୨୨ ମାର୍ଚ୍ଚରେ କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ସ୍ଥିର ହୋଇଛି ।
ସୂଚନାନୁଯାୟୀ କଙ୍ଗନା ଭିତ୍ତିହୀନ ଅଭିଯୋଗ କରି ଜାଭେଦ୍ ଅଖତରଙ୍କ ନାମକୁ ଅପମାନିତ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି। ଅଖତର ଦାବି କରିଛନ୍ତି ଯେ ଗତ ବର୍ଷ ଜୁନ୍ ରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ପରେ ବଲିଉଡରେ “ଦଳଗତତା” କୁ ଦର୍ଶାଇ ଟିଭି ସାକ୍ଷାତକାରରେ କଙ୍ଗନା ତାଙ୍କ ନାମକୁ ଟାଣି ନେଇଥିଲେ।
ଅଭିଯୋଗରେ ଦର୍ଶାଯାଇଛି ଯେ କଙ୍ଗନା ମିଥ୍ୟା ଦାବି କରିଛନ୍ତି ଯେ ଜାଭେଦ ଅଖତର ତାଙ୍କ ସମ୍ପର୍କକୁ ନେଇ ହ୍ରିତିକ ରୋଶନଙ୍କ ସହ ଚୁପ୍ ରହିବାକୁ ଧମକ ଦେଇଛନ୍ତି। ଅଭିଯୋଗରେ ଦର୍ଶାଯାଇଛି ଯେ ଏହା ଅଖତରଙ୍କ ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇଛି। ଏହି ମାମଲାରେ ଗତ ବର୍ଷ ନଭେମ୍ବରରେ ଆନ୍ଧେରି ମେଟ୍ରୋପଲିଟନ ମାଜିଷ୍ଟ୍ରେଟଙ୍କ ନିକଟରେ ଅପରାଧିକ ଅଭିଯୋଗ ଦାଖଲ କରାଯାଇଥିଲା।



