ବୁର୍ଲା ଭିସୁଟର କୌଣସି ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇନାହାନ୍ତି ଆଣ୍ଟିଜେନ କିଟ୍ ଖରାପଥିଲା-ପ୍ରଦୀପ୍ତ ମହାପାତ୍ର…

photo:social media

ବାସ୍ତବବ୍ୟୁରୋ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଙ୍କ ସୂଚନାନୁଯାଇ ବୁର୍ଲା ଭିସୁଟର କୌଣସି ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇନାହାନ୍ତି ।ସେ ସ୍ପଷ୍ଟୀକରଣ ଦେଇ କହିଛନ୍ତିକି କିଟ୍ ଖରାପ ଯୋଗୁଁ କରୋନା ରିପୋର୍ଟ ପଜିଟିଭ ଆସିଥିଲା । ଆଣ୍ଟିଜେନ କିଟ୍ ଖରାପ ଥିବାରୁ ଏଭଳି ରିପୋର୍ଟ ଆସିଥିବା ବେଳେ ଆରଟି-ପିସିଆର ଟେଷ୍ଟରେ ସମସ୍ତ ଛାତ୍ରଛାତ୍ରୀଙ୍କ ରିପୋର୍ଟ ନେଗେଟିଭ ଆସିଛି ।

ଗତ ୨୬ ଓ ୨୭ ତାରିଖରେ ବୀର ସୁରେନ୍ଦ୍ର ସାଏ ବିଶ୍ବବିଦ୍ୟାଳୟର ମୋଟ୍ ୨୫ ଜଣ କରୋନା ପଜିଟିଭ୍ ହୋଇଥିବା ଖବର ଆସିଥିଲା ।ଫଳରେ ବୁର୍ଲା ଭିସୁଟ୍ କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା । କୋଭିଡ୍ ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଥିଲେ ।ବୁର୍ଲା ଭିସୁଟର ପୁଲହ, ପୁଲସ୍‌ୟ, ଅତ୍ରି, କ୍ରତୁ, ବଶିଷ୍ଠ, ମରିଚ, ଅନୁରାଧା, ଅରୁନ୍ଧତୀ, ରୋହିଣୀ, ବିଶାଖା ଓ ବସୁନ୍ଧରା ହଷ୍ଟେଲକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା ।ଏହି ଘଟଣା ପରେ ଛାତ୍ରଛାତ୍ରୀଙ୍କ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖିଥିଲେ ଭିସୁଟ୍ କର୍ତ୍ତୃପକ୍ଷ। କିନ୍ତୁ ଆରଟି-ପିସିଆର ଟେଷ୍ଟ ପରେ କୌଣସି ଛାତ୍ରଛାତ୍ରୀ କରୋନା ପଜିଟିଭ୍ ନଥିବା ସ୍ପଷ୍ଟ ହୋଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବିଳମ୍ବିତ ରାତିରେ ଖାଇବା ଅଭ୍ୟାସ ଆପଣଂକର ଅତ୍ୟନ୍ତ କ୍ଷତି କରିପାରେ , ଏହି ରୋଗଗୁଡିକର ଶିକାର ହୋଇପାରନ୍ତି ଆପଣ |

Wed Mar 3 , 2021
ବିଳମ୍ବିତ ରାତିରେ ଖାଇବା ଅଭ୍ୟାସ ଆପଣଂକର ଅତ୍ୟନ୍ତ କ୍ଷତି କରିପାରେ , ଏହି ରୋଗଗୁଡିକର ଶିକାର ହୋଇପାରନ୍ତି ଆପଣ | ବାସ୍ତବବ୍ୟୁରୋ:ଆଜିର ଯୁଗରେ ଅନେକ ଲୋକ ବିଳମ୍ବିତ ରାତିରେ ଖାଆନ୍ତି | କିନ୍ତୁ ଏହି ଅଭ୍ୟାସ ଆପଣଙ୍କ ଶରୀର ପାଇଁ ଠିକ ନୁହେଁ | ଆପଣ ଏହା ସହିତ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି | ଆଜିର ଧାଁଧପଡ଼ ଜୀବନରେ, ବିଳମ୍ବିତ ରାତିରେ ଖାଦ୍ୟ ଖାଇବାର ଅଭ୍ୟାସ ଅନେକ ଲୋକଙ୍କ […]

You May Like

Pin It on Pinterest