ବାସ୍ତବବ୍ୟୁରୋ : ବହୁଚର୍ଚ୍ଚିତ ଅଭିନେତା ଅନୁଭବ ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ଛାଡପତ୍ର ମାମଲା ଏବେ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ରେ ନୁହେଁ, କଟକର ଫ୍ୟାମିଲି କୋର୍ଟରେ | ଏହା ବର୍ଷାଙ୍କ ପ୍ରଥମ ଜିତ୍, ଅର୍ଥାତ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ପରିବର୍ତ୍ତେ ଏବେ ଏହି ମାମଲାର କଟକର ଫ୍ୟାମିଲି କୋର୍ଟରେ ଶୁଣାଣି ହେବ।ଆପଣଂକୁ ଜଣାଥିବ ସଂସଦ ଅନୁଭବ ମହାନ୍ତି ଏହିମାମଲା କଟକରେ ନକରି ସିଧା ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଡର କରିଥିଲେ | ଏହାପରେ ବର୍ଷା ଭରଣପୋଷଣ ପାଇଁ କଟକ ଫ୍ୟାମିଲି କୋର୍ଟରେ ଆବେଦନ କରିଥିଲେ । ପରେ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ହୋଇଥିବା ମାମଲାକୁ କଟକ ଫ୍ୟାମିଲି କୋର୍ଟ ସ୍ଥାନାନ୍ତର ପାଇଁ ବର୍ଷା ପ୍ରିୟଦର୍ଶିନୀ ସୁପ୍ରିମକୋର୍ଟ ମଧ୍ୟ ଯାଇଥିଲେ । ଆଜି ଏହି ମାମଲାର ଶୁଣାଣି କରି କଟକକୁ ମାମଲା ସ୍ଥାନାନ୍ତର କରିଛନ୍ତି ଅଦାଲତ।
ତେବେ ଆଜିର ଶୁଣାଣି ପରେ ପ୍ରତିକ୍ରିୟା ରଖି ଅନୁଭବଙ୍କ ଓକିଲ ଅଶ୍ୱିନୀ ଦୁବେ କହିଛନ୍ତି ମାମଲା କଟକ ସ୍ଥାନାନ୍ତର ପାଇଁ ହୋଇଥିବା ପିଟିସନକୁ ଅନୁଭବ ବିରୋଧ କରିନଥିଲେ, ବରଂ ମାମଲା କଟକ ସ୍ଥାନାନ୍ତର ପାଇଁ ତାଙ୍କ ପକ୍ଷରୁ ମଧ୍ୟ ଅନୁରୋଧ କରାଯାଇଥିଲା। ଏପରିକି ଯଥାଶୀଘ୍ର ଶୁଣାଣି ଆରମ୍ଭ କରିବା ପାଇଁ କୋର୍ଟଙ୍କୁ ଅନୁରୋଧ କରାଯାଇଥିଲା । ପରବର୍ତ୍ତୀ ତାରିଖରେ କଟକ ଫ୍ୟାମିଲି କୋର୍ଟରେ ମାମଲାର ଶୁଣାଣି କରାଯିବ ।



