ସେବା ଓ ସମ୍ମାନ ହେଉଛି ମୋ ସରକାରର ମୂଳମନ୍ତ୍ର, ଗଣତନ୍ତ୍ରରେ ଲୋକ ହେଉଛନ୍ତି ମାଲିକ – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

photo:social media

ବାସ୍ତବବ୍ୟୁରୋ 🙁 ଭୁବନେଶ୍ବର) ସେବା ଓ ସମ୍ମାନ ହେଉଛି ମୋ ସରକାରର ମୂଳମନ୍ତ୍ର। ଗଣତନ୍ତ୍ରରେ ଲୋକ ହେଉଛନ୍ତି ମାଲିକ। ଏକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜନ୍ମଦିବସ ତଥା ପଞ୍ଚାୟତିରାଜ ଓ ଲୋକ ସେବା ଦିବସ ଅବସରରେ ୩୦୦୦ରୁ ଅଧିକ ମୋ’ ସେବା କେନ୍ଦ୍ର ଏବଂ ଓଡ଼ିଶାୱାନ୍ ପୋର୍ଟାଲ୍ (odishaone.gov.in) ଲୋକାର୍ପଣ କରିବା ଅବସରରେ, ଲୋକଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କୁ ସମ୍ମାନର ସହ ସେବା ଯୋଗାଇ ଦେବା ସହିତ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ନିଜ ଉଦ୍‌ବୋଧନରେ କହିଛନ୍ତି |

ଆହୁରିମଧ୍ୟ କହିଛନ୍ତିକି ସେହି ଲକ୍ଷ୍ୟ ନେଇ ଆମର “୫-ଟି ଉପକ୍ରମ ଓ ମୋ‘ ସରକାର” କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସାଧାରଣ ଲୋକ ଯେପରି ସୁବିଧାରେ ଓ ସହଜରେ ବିଭିନ୍ନ ସରକାରୀ ସେବା ପାଇପାରିବେ, ତା’ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି।ବୈଷୟିକ ଜ୍ଞାନକୌଶଳର ଉପଯୋଗ ସମ୍ପର୍କରେ ବିଜୁବାବୁଙ୍କ ଚିନ୍ତାଧାର ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଜୁବାବୁ ଚାହୁଁଥିଲେ ବୈଷୟିକ ଜ୍ଞାନକୌଶଳର ସୁବିଧା ଗାଁ ଗାଁରେ ପହଞ୍ଚୁ। ବିଜ୍ଞାନର ସୁଫଳ ସାଧାରଣ ଲୋକର ସେବାରେ ଉପଯୋଗ ହେଉ। ତା’ର ଜୀବନଧାରଣ ମାନରେ ଉନ୍ନତି ଆସୁ। ମୋ ସେବା କେନ୍ଦ୍ର ଏ ଦିଗରେ ଏକ ବଳିଷ୍ଠ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି କେନ୍ଦ୍ର ଦ୍ବାରା ସାଧାରଣ ଲୋକ ନିଜ ଘର ପାଖରେ ବିଭିନ୍ନ ପ୍ରକାରର ସରକାରୀ ସୁବିଧା ପାଇପାରିବେ। ଏଥିପାଇଁ ସେମାନଙ୍କୁ ଆଉ ବାରମ୍ବାର ଅଫିସକୁ ଆସିବାର ଆବଶ୍ୟକତା ରହିବ ନାହିଁ ।

ଆଗାମୀ ଦିନରେ ରାଜ୍ୟର ସବୁ ପଞ୍ଚାୟତରେ ଗୋଟିଏ ଗୋଟିଏ ମୋ’ ସେବା କେନ୍ଦ୍ର ଖୋଲାଯିବ। ଏହାଦ୍ବାରା ୮ହଜାର ଯୁବକ ଯୁବତୀ ଆତ୍ମନିଯୁକ୍ତିର ସୁଯୋଗ ପାଇବେ। ସେହିପରି ସହରବାସୀ ତଥା କମ୍ପ୍ୟୁଟର ଜାଣିଥିବା ଲୋକମାନଙ୍କ ପାଇଁ OdishaOne Portal ସେବା ଯୋଗାଇବାରେ ସହାୟକ ହେବ। ମୋ’ ସେବା କେନ୍ଦ୍ରର ସୁବିଧା ନେଇଥିବା କୋଣାର୍କ, ହିଞ୍ଜିଳି, ଅତାବିରା, ନବରଙ୍ଗପୁର, ଭଦ୍ରକ ଓ ଗଜପତିର ହିତାଧିକାରୀମାନଙ୍କ ସହିତ ମୁଖ୍ୟମନ୍ତ୍ରୀ କଥା ହୋଇଥିଲେ ସେମାନେ ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରିଥିଲେ।୫-ଟି ସଚିବ ଭି.କେ.ପାଣ୍ଡିଆନ୍‌ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। ଇଲେକ୍ଟ୍ରୋନିକ୍ସ ଆଣ୍ଡ ଆଇଟି ବିଭାଗର ସଚିବ ମନୋଜ ମିଶ୍ର କାର୍ଯ୍ୟକ୍ରମ ସଂପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କର୍କଟ ଏବଂ ମଧୁମେହ ପାଇଁ 'କଳା ଟମାଟୋ'କେତେ ଲାଭଦାୟକ...ଆପଣ ଜାଣି ଛନ୍ତି କି?

Sat Mar 6 , 2021
କର୍କଟ ଏବଂ ମଧୁମେହ ପାଇଁ ‘କଳା ଟମାଟୋ’ ଲାଭଦାୟକ ଆପଣ ଜାଣିଛନ୍ତି କି? ବାସ୍ତବବ୍ୟୁରୋ :ଦୈନଦିନ ଜୀବନରେ ପନିପରିବାର ଆବଶ୍ୟକତା ସମସ୍ତଙ୍କ ପାଇଁ ଜରୁରୀ |ଆଜିକାଲିର ପନିପରିବାରେ ମୌଳିକ ଉପାଦେୟତା କମିକମି ଯାଉଛି |ଏହାର କାରଣ ପ୍ରାୟତଃ ସମସ୍ତଙ୍କୁ ଜଣା ,ଅଧିକ ଅମଳ ଓ ପରିଶ୍ରମର ମୂଲ୍ୟ ପାଇଁ ଜୈବିକ ସାରା ବଦଳରେ ରାସାୟନିକ ସାର ଉପଯୋଗ ଫଳତଃ ,ମାନବ ସମାଜକୁ ରୋଗଗ୍ରସ୍ତ କରୁଛି |ଆପଣ ସାଲାଡ ପ୍ଲେଟ ହେଉ […]

You May Like

Pin It on Pinterest