କୋଭିଡର ପ୍ରଥମ ଡୋଜ୍‌ ଟିକା ନେବା ପରେ ଭିଜିଲାନ୍ସ ଏସ୍‌ପିଙ୍କୁ କରୋନା…

ବାସ୍ତବବ୍ୟୁରୋ :କୋଭିଡର ପ୍ରଥମ ଡୋଜ୍‌ ଟିକା ନେବା ପରେ ଭିଜିଲାନ୍ସ ବିଭାଗର ଜଣେ ଏସ୍‌ପି କରୋନାରେ ଆକ୍ରାନ୍ତ ।ସୂଚନାନୁଯାୟୀ ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ୬ ସପ୍ତାହ ପର୍ଯ୍ୟନ୍ତ ଦ୍ୱିତୀୟ ଡୋଜ୍‌ ଟିକା ନେବାକୁ ମନା କରାଯାଇଛି ।

ଜାନୁଆରୀ ୧୬ ତାରିଖରୁ କଟକରେ କରୋନା ଟିକାକରଣ ଆରମ୍ଭ ହୋଇଛି ।ହେଲେ ଏପରି ଘଟଣା କଟକ ଜିଲ୍ଲା ପାଇଁ ପ୍ରଥମ,କାହିଁକିନା ଏପର୍ଯ୍ୟନ୍ତ ଟିକା ନେବା ପରେ କଟକରେ କେହି କରୋନା ସଂକ୍ରମିତ ହୋଇନାହାନ୍ତି । ସଂପୃକ୍ତ ଏସ୍‌ପି ଦ୍ୱିତୀୟ ଡୋଜ୍‌ ଟିକା ନେଇନଥିବାରୁ ତାଙ୍କର ଟିକାକରଣ ସଂପୂର୍ଣ୍ଣ ହୋଇନାହିଁ ।

ଏହି ଘଟଣାକୁ ନେଇ ଡାକ୍ତରଙ୍କ କହିବାନୁଯାୟୀ, ଦ୍ୱିତୀୟ ଡୋଜ୍‌ ନେବାର ୨୮ ଦିନ ପରେ ଶରୀରରେ କରୋନା ପ୍ରତିରୋଧକ କ୍ଷମତା ସୃଷ୍ଟି ହୋଇଥାଏ । ତେଣୁ ଏସ୍‌ପି ଙ୍କ ପ୍ରଥମ ଡୋଜ୍‌ ଟିକା ନେବା ପରେ କରୋନା ଆକ୍ରାନ୍ତ ହେବା ଆଶ୍ଚର୍ଯ୍ୟଜନକ କଥା ନୁହେଁ । କିନ୍ତୁ ଏଭଳି ଘଟଣା ଟିକାର ସଫଳତାକୁ ପ୍ରଶ୍ନବାଚୀ ସୃଷ୍ଟି କରିଛି |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାଫେଲ ଜେଟ ନିର୍ମାତା କମ୍ପାନୀ ମାଲିକଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ...

Mon Mar 8 , 2021
ରାଫେଲ ଜେଟ ନିର୍ମାତାକମ୍ପାନୀ ମାଲିକଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ…. ବାସ୍ତବବ୍ୟୁରୋ :ରାଫାଲ ଯୁଦ୍ଧ ବିମାନ ତିଆରି କରୁଥିବା କମ୍ପାନୀର ମାଲିକ ଅଲିଭିଆର ଦସୋଲ୍ ଙ୍କ ବ୍ୟକ୍ତିଗତ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁକୁ ସମବେଦନା ଜଣାଇ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଟ୍ୱିଟରରେ ଲେଖିଛନ୍ତି ଯେ ଅଲିଭିଆର ଡାସୋ ଫ୍ରାନ୍ସକୁ ଭଲ ପାଆନ୍ତି। ଫ୍ରାନ୍ସର ପ୍ରସିଦ୍ଧ ବିଲିୟନେୟାର ତଥା ରାଫେଲ ତିଆରି କରୁଥିବା କମ୍ପାନୀର ମାଲିକ ଅଲିଭିଆର ଦସୋଲ୍ […]

You May Like

Pin It on Pinterest