ଆଜି ‘ଭଞ୍ଜସେନା’ ପକ୍ଷରୁ ୯ଘଣ୍ଟିଆ ମୟୂରଭଞ୍ଜ ବନ୍ଦ,ଶିମିିଳିପାଳ ବଞ୍ଚାଅ ଅଭିଯାନରେ ଜିଲ୍ଲାବାସୀ ସାମିଲ…

Photo:social media

ଆଜି ମୟୂରଭଞ୍ଜ ବନ୍ଦ ଜିଲ୍ଲାବ୍ୟାପୀ ଚାଲିଥିବା ଏହି ବନ୍ଦ ସକାଳ ୬ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଚାଲୁ ରହିବ | ଶିମିିଳିପାଳ ଅରଣ୍ୟରେ ଜଳୁଥିବା ନିଆଁକୁ ଆୟତ୍ତ କରିବାରେ, ଅରଣ୍ୟର ସୁରକ୍ଷା ଦାୟିତ୍ୱ ନ୍ୟସ୍ତ ଥିବା ‘ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ’ର ଉପନିର୍ଦେଶକ ଯଜ୍ଞଦତ୍ତ ପତିଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀଙ୍କ ବହିଷ୍କାର ଦାବି କରି ‘ଭଞ୍ଜସେନା’ ପକ୍ଷରୁ ଏହି ୯ଘଣ୍ଟିଆ ବନ୍ଦ ସକାଳୁ ଆରମ୍ଭ ହୋଇଛି।

Photo: Bastab media

ଜିଲ୍ଲାର ଅଗ୍ରଣୀ ସଂଗଠନ ଭଂଜସେନା ଦ୍ୱାରା ଏହି ବନ୍ଦ ଯୋଗୁଁ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ,ଦୋକାନ ବଜାର ସହିତ ଗାଡ଼ିମଟର ଚଳାଚଳ ବନ୍ଦ ରହିଛି |ଏଥିଯୋଗୁ ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ଅନେକ ଟ୍ରକ୍‌ ଅଟକି ରହିଛି। କିନ୍ତୁ ଏହି ବନ୍ଦରୁ ଜରୁରୀକାଳୀନ ସେବାଗୁଡିକୁ ବାଦ ଦିଆଯାଇଛି |ସାଟେଲାଇଟ୍ ରିପୋର୍ଟରୁ ସୂଚନାନୁଯାଇ,ମଙ୍ଗଳବାର ଶିମିଳିପାଳ ଉତ୍ତର ଜୋନରେ ଥିବା ୬ଟି ରେଞ୍ଜର ୧୨ଗୋଟି ବିଟ୍ ଅଞ୍ଚଳରେ ୯୩ଟି ସ୍ଥାନରେ ନିଆଁ ଜଳୁଛି |

Photo; Bastab media

ସେଥି ମଧ୍ୟରୁ ଗୁଡୁଗୁଡ଼ିଆ ରେଞ୍ଜରେ ୩ଟି ବରେହିପାଣି ରେଞ୍ଜରେ ୩ଟି ବିଟ୍, ତାଲବନ୍ଧ ରେଞ୍ଜରେ ୨ଟି, କେନ୍ଦୁମୁଣ୍ଡି ରେଞ୍ଜରେ ୨ଟି, ଚହଲା ଓ ନଅଣା ରେଞ୍ଜରେ ଗୋଟିଏ ଲେଖାଏଁ ବିଟ୍ ରେ ନିଆଁ ଲାଗିଥିବା ସୂଚନା ମିଳିଛି |ଆଜିର ଏହି ବନ୍ଦ ଯୋଗୁ ସାଧାରଣ ଜନଜୀବନରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଶିମିଳିପାଳ ନିଆଁକୁ ନେଇ ରାଜ୍ୟ ବିଜେପିର ୯ଜଣିଆ ସଂସଦୀୟ ପ୍ରତିନିଧି ମଣ୍ଡଳୀ ଭେଟିଲେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ....

Wed Mar 10 , 2021
ବାସ୍ତବବ୍ୟୁରୋ: ୨୬ ଜିଲ୍ଲାରେ ବ୍ୟାପୁଥିବା ବନାଗ୍ନି ସମସ୍ୟାକୁ ନେଇ,ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ,ରାଜ୍ୟ ବିଜେପିର ୯ଜଣିଆ ସଂସଦୀୟ ପ୍ରତିନିଧି ମଣ୍ଡଳୀ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଭେଟିଛନ୍ତି । ବିଶେଷକରି ଶିମିଳିପାଳ ଜାତୀୟ ଉଦ୍ୟାନରେ ଲାଗିଥିବା ନିଆଁକୁ ନେଇ ନିଜର ଉଦବେଗ ଜଣାଇଛନ୍ତି ଓଡ଼ିଶାର ବିଜେପିର ସଂସଦୀୟ ପ୍ରତିନିଧି ମଣ୍ଡଳୀ । ଏହି ଘଟଣାକୁ ଅତ୍ୟନ୍ତ ଗୁରୁତ୍ବର ସହ ଗ୍ରହଣ କରି ଜଙ୍ଗଲ ଓ […]

You May Like

Pin It on Pinterest