ବାସ୍ତବବ୍ୟୁରୋ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆପଡା ଗସ୍ତ। ଏଥିପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ । ଏହି ଗସ୍ତରେ ମୁଖ୍ୟମନ୍ତ୍ରୀ ୪ ହଜାର କୋଟି ଟଙ୍କା ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।
ସ୍ବତନ୍ତ୍ର ବିମାନ ଯୋଗେ ମୁଖ୍ୟମନ୍ତ୍ରୀ ପ୍ରଥମେ ଗୋତମା ଏୟାର ଷ୍ଟ୍ରିପ୍ ରେ ପହଞ୍ଚିବାପରେ, ହେଲିକାପ୍ଟରରେ ତିଖାଲି ଯାଇ ୨ ହଜାର କୋଟି ଟଙ୍କାରେ ନିର୍ମିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ଉଦଘାଟନ କରିବେ । ଏହାପରେ ଖଡ଼ିଆଳ ସହରରେ ପିଇବା ପାଣି, ବିଭିନ୍ନ ରାସ୍ତାର ଉନ୍ନତିକରଣ, ଜଳ ଯୋଗାଣ ପାଇଁ ମେଗା ପ୍ରକଳ୍ପ, ଛତିଶଗଡ଼ କଲୁକୁ ସଂଯୋଗ କରୁଥିବା ବିଜୁ ସେତୁ ଯୋଜନାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶିଳାନ୍ୟାସ ଓ ଉଦଘାଟନ କରିବାର ସ୍ଥିରୀକୃତ କରାଯାଇଛି ।
ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ,ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି |ସେ ଏହାକୁ ବିଜୁ ଜନତା ଦଳର ନିର୍ବାଚନ ପୂର୍ବ ପ୍ରସ୍ତୁତି ବୋଲି କହିଛନ୍ତି ।ଆଗକୁ ଥିବା ପୌର ଓ ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଯୋଜନାବଦ୍ଧ କାର୍ଯ୍ୟକ୍ରମ । କିନ୍ତୁ ଲୋକେ ସରକାରଙ୍କ ଆଚରଣ ଓ ଉଚ୍ଚାରଣକୁ ବୁଝିସାରିଥିବାରୁ, ଆଉ ବିଜୁ ଜନତା ଦଳକୁ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି ।