କୋଭିଡ-୧୯ କଟକଣା ମଧ୍ୟରେ ସମଗ୍ର ଦେଶ ସମତେ ରାଜ୍ୟରେ ଆଜି ମହାଶିବରାତ୍ରୀ ପାଳନ ହେଉଥିବା ବେଳେ ଏକାଧିକ ମନ୍ଦିରରେ ୧୪୪ ଧାରା ଜାରି ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଟ୍ୱିଟ୍ କରି ନବୀନ ମମତାଙ୍କ ଶୀଘ୍ର ସୁସ୍ଥ ହେବା ସହିତ ଆରୋଗ୍ୟ କାମନା କରିଛନ୍ତି ।
ବାଲୁକା କଳା ମାଧ୍ୟମରେ ମହାଶିବରାତ୍ରୀର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ । ଏହି ବାଲୁକା କଳାଟି ୧୫ ଫୁଟ୍ ଚଉଡାର ହୋଇଥିବା ବେଳେ ଏହାକୁ ନିର୍ମାଣ କରିବା ପାଇଁ ପ୍ରାୟ ୧୫ କ୍ୱିଣ୍ଟାଲ ବାଲି ଲାଗିଛି ।
ଆସାମ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ କଂଗ୍ରେସ ବୁଧବାର ନିଜର ୨ୟ ପ୍ରାର୍ଥୀ ତାଲିକା ଜାରି କରିଛି । ଏହି ତାଲିକାରେ ୨୬ ଜଣ ଆଶାୟୀ ପ୍ରାର୍ଥୀଙ୍କ ନାଁ ପ୍ରକାଶ ପାଇଛି ।
ଆସନ୍ତାକାଲି ଅନ୍ଲାଇନ୍ ମାଧ୍ୟମରେ କ୍ୱାଡ୍ରିଲେଟରାଲ ସିକ୍ୟୁରିଟୀ ଡାଇଲଗ(କ୍ୱାର୍ଡ) ନେତାଙ୍କ ବୈଠକ । ଚାରି ଦେଶର (ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ) ନେତାମାନେ କ୍ୱାର୍ଡ ଭିତ୍ତିଭୂମି ଆଧାରରେ ପ୍ରଥମ ସମ୍ମିଳନୀ କରିବାକୁ ଯାଉଛନ୍ତି ।
ଆସନ୍ତାକାଲି ଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଟି – ୨୦ ମ୍ୟାଚ ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମରେ ଶୃଙ୍ଖଳା ଖେଳାଯିବ ।
ଆଜି ମହାଶିବରାତ୍ରୀ ଅବସରରେ ହରିଦ୍ୱାରରେ ୨୦୨୧ କୁମ୍ଭ ମେଳାର ପ୍ରଥମ ‘ଶାହୀ ସ୍ନାନ’ ଆୟୋଜନ କରାଯାଇଛି। ୨୦୨୧ କୁମ୍ଭମେଳା କାର୍ଯ୍ୟକ୍ରମ ସାରଣୀରେ ଥିବା ପ୍ରମୁଖ କାର୍ଯ୍ୟକ୍ରମରେ ୪ଟି ‘ଶାହୀ ସ୍ନାନ’ ଏବଂ ୯ଟି ‘ଗଙ୍ଗା ସ୍ନାନ’ ରହିଛି।
କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଜାରି ରଖିଥିବା ଚାଷୀ ସଂଗଠନ ଆସନ୍ତା ୨୬ ତାରିଖରେ ଭାରତ ବନ୍ଦ ଡାକରା ଦେଇଛନ୍ତି। ୨୬ ତାରିଖରେ ଚାଷୀ ଆନ୍ଦୋଳନକୁ ୪ ମାସ ପୂର୍ତ୍ତି ହେଉଥିବାରୁ ‘ଭାରତ ବନ୍ଦ’ ଡାକରା ଦିଆଯାଇଥିବା ମିଳିତ କୃଷକ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି।
ବୁଧବାର ଦିନ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ‘ଟେରିଟରିୟାଲ୍ ଆର୍ମି’ର କ୍ୟାପ୍ଟେନ୍ ଭାବେ ନିଯୁକ୍ତି ପାଇଛନ୍ତି। ସାଂସଦ ଥିବା ଅବସ୍ଥାରେ ଏଭଳି ପଦବୀରେ ନିଯୁକ୍ତି ପାଇବାରେ ସେ ହେଉଛନ୍ତି ପ୍ରଥମ ବ୍ୟକ୍ତି।
ଆଜି ପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ ୧୧ କୋଟି ୮୬ ଲକ୍ଷ ୮ ହଜାର ୭୮୭ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୨୬ ଲକ୍ଷ ୩୦ ହଜାର ୯୧୩ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୯ କୋଟି ୪୨ ଲକ୍ଷ ୨୧ ହଜାର ୬୩୦ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୧୭ ଲକ୍ଷ ୫୬ ହଜାର ୨୪୪ ଜଣ ଲୋକ ସକ୍ରିୟ ଅଛନ୍ତି ।