ବାସ୍ତବବ୍ୟୁରୋ:ଗତକାଲି ଶିମିଳିପାଳ ତଥା ଓଡ଼ିଶାର ୨୬ ଜିଲ୍ଲାରେ ଜଳୁଥିବା ଜଙ୍ଗଲ ଘଟଣାକୁ ନେଇ,ରାଜ୍ୟ ବିଜେପିର ୯ଜଣିଆ ସଂସଦୀୟ ପ୍ରତିନିଧିଦଳ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀଙ୍କୁ ଭେଟି ଉଦ୍ବେଗ ପ୍ରକାଶ କରିବାର ଦିନକ ପରେ, ଅର୍ଥାତ ଆଜି ନିଆଁ ଘଟଣାର ଯାଞ୍ଚ କରିବା ଲାଗି ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ୍ ସଦସ୍ୟ, ତଥା ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ନୂଆଦିଲ୍ଲୀର ଆଇଜିଏଫ୍ ଡକ୍ଟର ଅମିତ୍ ମଲିକ |

ଶ୍ରୀ ମଲ୍ଲିକ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟ ବନ ବିଭାଗ ପକ୍ଷରୁ ସ୍ବାଗତ କରାଯାଇଛି। ଟିମର ଅନ୍ୟ ଜଣେ ସଦସ୍ୟ ସୁବ୍ରତ ମହାପାତ୍ର ପୂର୍ବରୁ ଭୁବନେଶ୍ବରରେ ଅଛନ୍ତି। ମିଳିଥିବା ସୂଚନା ଅନୁଯାୟୀ,ଟିମ ସଦସ୍ୟ ଶ୍ରୀ ମଲ୍ଲିକ ଓ ଶ୍ରୀ ମହାପାତ୍ର ଶିମିଳିପାଳ ଗସ୍ତ କରି, ଶିମିଳିପାଳରେ ନିଆଁ କାହିଁକି ଲାଗିଲା, ଏହାର କାରଣ ଓ ନିରାକରଣ ସମ୍ପର୍କରେ ଅନୁଧ୍ୟାନ କରି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ।