ଓଡିଶାର କିଛି ସ୍ଥାନରେ କାଳବୈଶାଖୀ ସମ୍ଭାବନା ଦେଖାଦେଇଛି । ଆଜି ଓ ଆସନ୍ତାକାଲି ରାଜ୍ୟର 7ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ଓ ବଜ୍ରପାତ ହେବା ସମ୍ଭାବନା ଦେଖାଦେଇଛି । ଝାରସୁଗୁଡା, ସୁନ୍ଦରଗଡ , ଅନୁଗୁଳ, କେଉଁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକରେ କାଳବୈଶାଖୀ ନେଇ ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ନୋଟିସ ଜାରି କରିଛନ୍ତି ଏସଆରସି ।
ଆଜିଠୁ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ । ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ । ଧାନ କିଣାରେ ଅନିମିତତାକୁ ନେଇ ଗୃହରେ ବିରୋଧୀ ସଦସ୍ୟଙ୍କ ହୋହାଲ୍ଲା ଓ ନାରାବାଜି । ଯାହାଫଳରେ ଗୃହକୁ ଅପରାହ୍ନ ୪ଟା ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ।
ଶିମିଳିପାଳ ଜଙ୍ଗଲରେ ନିଆଁ ସାମାନ୍ୟ ନିୟନ୍ତ୍ରଣକୁ ଆସିଛି । ଗତକାଲି ବର୍ଷା ହେବା ଫଳରେ ନିଆଁ କିଛି ସ୍ଥାନରେ ଲିଭିଯାଇଛି । କିନ୍ତୁ ଆଜି ପୁଣି ଜଙ୍ଗଲ ନିଆଁ ବଢିଚାଲିଛି । ରାଜ୍ୟର ଅନ୍ୟ ଜଙ୍ଗଲରେ ନିଆଁ ବଢ଼ିବାରେ ଲାଗିଛି । ଗତକାଲି ସୁଦ୍ଧା ବଡ଼ ଧରଣ ନିଆଁ ସମେତ ମୋଟ ୪୯୭ଟି ସ୍ଥାନରେ ଜଙ୍ଗଲ ନିଆଁ ଚିହ୍ନଟ ହୋଇଥିଲା । ତେବେ ଆଜି ଏହି ସଂଖ୍ୟା ୧୦୪୮ରେ ପହଞ୍ଚିଛି ।
ମାର୍ଚ୍ଚ ୧୬ ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ଜେଇଇ ମେନ୍ ଅନୁଷ୍ଠିତ ହେବ । ଏହା ୧୮ ତାରିଖରେ ସରିବ । ଦ୍ୱିତୀୟ ପର୍ଯ୍ୟାୟ ଜେଇଇ ମେନ୍ ପାଇଁ ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି (ଏନ୍ଟିଏ) ପକ୍ଷରୁ ଶୁକ୍ରବାର ଆଡମିଟ୍ କାର୍ଡ ଜାରି କରାଯାଇଛି ।
ସମଗ୍ର ବିଶ୍ୱରେ ଆଜି ପର୍ଯ୍ୟନ୍ତ ୧୧ କୋଟି ୯୦ ଲକ୍ଷ ୯୫ ହଜାର ୯୭୦ ଜଣ ଲୋକ କରୋନାରେ ସଂକ୍ରମିତ ହୋଇସାରିଥିବା ବେଳେ ୨୬ ଲକ୍ଷ ୪୦ ହଜାର ୮୪୩ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୯ କୋଟି ୪୬ ଲକ୍ଷ ୩୩ ହଜାର ୯୫୧ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୧୮ ଲକ୍ଷ ୨୧ ହଜାର ୧୭୬ ଜଣ ଲୋକ ସକ୍ରିୟ ଅଛନ୍ତି ।



