ପୂର୍ବତଟ ରେଳପଥର ବରିଷ୍ଠ ଜନସଂପର୍କ ଅଧିକାରୀ ସୂଚନା ଅନୁଯାଇ,ଆସନ୍ତା ଏପ୍ରିଲ ୧ରୁ ପୂର୍ବତଟ ରେଳପଥ ଅଧିନରେ ଥିବା ସବୁ ପାସେଞ୍ଜର ଓ ଏକ୍ସପ୍ରେସ ଟ୍ରେନ ଚାଲିବାର ସମ୍ଭାବନା ଅଛି ।
ବାସ୍ତବବ୍ୟୁରୋ:ବରିଷ୍ଠ ଜନସଂପର୍କ ଅଧିକାରୀ କହିଛନ୍ତିକି ବର୍ତ୍ତମାନ କୋଭିଡ କଟକଣା ଯୋଗୁଁ ୫୯ ଯୋଡ଼ା ଟ୍ରେନ ଚାଲୁଛି । ପ୍ରାୟ ୭୨ ପ୍ରତିଶତ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଥିବାବେଳେ ,ଏପ୍ରିଲ ୧ ସୁଦ୍ଧା ଏହାକୁ ସଂପୂର୍ଣ୍ଣ ସ୍ବାଭାବିକ କରାଯିବ।କୋଭିଡ ପୂର୍ବରୁ ରାଜ୍ୟରେ ୮୯ ଯୋଡ଼ା ଟ୍ରେନ ଚଳାଚଳ କରୁଥିଲା ।ହେଲେ କରୋନା କଟକଣା ଲାଗୁହେବାପରେ ଏହାକୁ ୫୯ ଯୋଡ଼ାକୁ କମାଇ ଦିଆଯାଇଥିଲା ।ରେଳ ଯାତ୍ରୀମାନେ ରେଳ ଚଳାଚଳକୁ ସ୍ବାଭାବିକ କରିବାପାଇଁ ବାରମ୍ବାର ଦାବି କରିଆସୁଛନ୍ତି ।

କରୋନା ପରିସ୍ଥିତି ତଥା ଯାତ୍ରୀଙ୍କ ଦାବିକୁ ଦୃଷ୍ଟିରେ ରଖି ରେଳ ଚଳାଚଳକୁ ସ୍ବାଭାବିକ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ରେଳ ବୋର୍ଡ ଓ ଓଡ଼ିଶା ସରକାରଙ୍କ ସହ ଯୋଗାଯୋଗରେ ଜାରି ରହିଛି । ଆସନ୍ତା ଏପ୍ରିଲ ମାସରୁ ସବୁ ପାସେଞ୍ଜର ଓ ଏକ୍ସପ୍ରେସ ଟ୍ରେନ ଚଳାଚଳ ସ୍ବାଭାବିକ ହେବା ଆଶା କରାଯାଉଛି ବୋଲି ଜାଣସମ୍ପର୍କ ଅଧିକାରୀ କହିଛନ୍ତି ।