ଆସନ୍ତା ୨୮ ରୁ ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଚେନ୍ନାଇକୁ ଉଡିବ ବିମାନ । ପ୍ରତିଦିନ ଝାରସୁଗୁଡାରୁ ଚେନ୍ନାଇକୁ ସ୍ପାଇସ ଜେଟ ବିମାନ ଉଡାଣ ଭରିବ ।
ଛାତ୍ରଛାତ୍ରୀଙ୍କୁ ଇଞ୍ଜିନିୟରିଂ ପାଠ୍ୟକ୍ରମ ପ୍ରତି ଆକର୍ଷିତ କରିବା ପାଇଁ ଏଆଇସିଟିଇ ଇଞ୍ଜିନିୟରିଂ ପଢ଼ିବା ନିୟମରେ ପରିବର୍ତ୍ତନ ଆଣିଛି। ଏଣିକି ଯେଉଁ ଛାତ୍ରଛାତ୍ରୀମାନେ +୨ରେ ଗଣିତ କିମ୍ବା ପଦାର୍ଥ ବିଜ୍ଞାନ ନରଖି ଉତ୍ତୀର୍ଣ୍ଣ ହୋଇଥିବେ ସେମାନେ ଚାହିଁଲେ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇପାରିବେ ।
ଆସନ୍ତାକାଲି ରାଜ୍ୟର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ତା’ ପରେ ରାଜ୍ୟରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ କାଳବୈଶାଖୀର ସମ୍ଭାବନା ନାହିଁ । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଗତ ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀଜନିତ ବର୍ଷା ହୋଇଯାଇଛି।
୨୦୧୯ ବର୍ଷ ପାଇଁ ଅନୁଦିତ ଓଡ଼ିଆ ପୁସ୍ତକ ‘ଶ୍ରେଷ୍ଠ ହିନ୍ଦୀ ଗଳ୍ପ’ ଲାଗି ଅବସରପ୍ରାପ୍ତ ହିନ୍ଦୀ ପ୍ରଫେସର ଅଜୟ କୁମାର ପଟ୍ଟନାୟକଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀର ସମ୍ମାନଜନକ ଅନୁବାଦ ପୁରସ୍କାର ପ୍ରଦାନ କରାଯାଇଛି।
ଆଜି ଜମ୍ମୁ ଓ କଶ୍ମୀରର ଶୋପିଆଁ ଅନ୍ତର୍ଗତ ରାଓ୍ଵଲପୋରା ଅଞ୍ଚଳରେ ଜଣେ ଅଜ୍ଞାତ ଆତଙ୍କବାଦୀ ନିହତ ହୋଇଛି । ଶନିବାର ଦିନ ରାଓ୍ଵଲପୋରା ଅଞ୍ଚଳରେ ନିରାପତ୍ତା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହେବା ପରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିବେ । ସେ ରବିବାର ହ୍ୱିଲଚେୟାରରେ ବସି ପଦଯାତ୍ରା କରିବେ । ମମତା ଦିନ ୧ଟା ବେଳେ କୋଲକାତାରେ ପ୍ରଦଯାତ୍ରା କରିବେ ।
ଦେଶରେ ଲଗାତାର ସଂକ୍ରମଣ ବଢ଼ି ଚାଲିଛି, ବିଶେଷ କରି ମହାରାଷ୍ଟ୍ର, କେରଳ, ପଂଜାବ, ମଧ୍ୟପ୍ରଦେଶ, ତାମିଲନାଡ଼ୁ ଏବଂ ଗୁଜରାଟରେ ସଂକ୍ରମଣ ବଢ଼ୁଥିବାରୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ସତର୍କ କରାଇଛନ୍ତି।
ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜି ଟି-୨୦ ଶୃଙ୍ଖଳାର ୨ୟ ମୁକାବିଲା ହେବ । ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମରେ ୫ଟି ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ୨ୟ ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ଖେଳାଯିବ ।
ଶ୍ରୀଲଙ୍କାର ସରକାର ଦେଶରେ ମୁସଲିମ ମହିଳାଙ୍କ ବୁର୍କା ପିନ୍ଧିବା ନେଇ କଟକଣା ଲାଗୁ କରିଦେଇଛନ୍ତି । କେବଳ ସେତିକି ନୁହେଁ ଶ୍ରୀଲଙ୍କାରେ ଇସଲାମିକ ସ୍କୁଲଗୁଡ଼ିକ ମଧ୍ୟ କଟକଣା ଜାରି କରି ବନ୍ଦ କରିବା ନିଷ୍ପତ୍ତି ନିଆଯାଇଛି । ବୁର୍କାକୁ ‘ଜାତୀୟ ସୁରକ୍ଷା’ ଆଧାରରେ ପୂର୍ଣ୍ଣରୂପେ କଟକଣା ଲାଗୁ କରିଦିଆଯାଇଛି । ଏଥି ପାଇଁ କ୍ୟାବିନେଟ ମଂଜୁରୀ ମଧ୍ୟ ମିଳିଛି ।
ସମଗ୍ର ବିଶ୍ୱରେ ଆଜି ପର୍ଯ୍ୟନ୍ତ ୧୨ କୋଟି ୩୩ ହଜାର ୪୦୩ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୨୬ ଲକ୍ଷ ୫୮ ହଜାର ୮୫୯ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୯ କୋଟି ୬୫ ଲକ୍ଷ ୭୧ ହଜାର ୩ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୮ ଲକ୍ଷ ୩ ହଜାର ୫୪୧ ଜଣ ଲୋକ ସକ୍ରିୟ ଅଛନ୍ତି ।