ରାଜଧାନୀ ଏକ୍ସପ୍ରେସ ରେ କ୍ୟାଟେରିଙ୍ଗ ଚାର୍ଜ ଏବେ ଇଛାଧିନ ।

ରାଜଧାନୀ ଏକ୍ସପ୍ରେସ ରେ ଯାତ୍ରା ସମୟରେ ଏବେ କ୍ୟାଟେରିଙ୍ଗ ସେବା କୁ ଇଛାଧିନ ଭାବେ ରେଳବାଇ ପକ୍ଷରୁ ଅନୁଶୀଳନ କରାଯାଉଅଛି I ସେପ୍ଟେମ୍ବର ମାସ ପହିଲା ଠାରୁ ଏହି ଟ୍ରେନ ରେ ଯାତ୍ରା କରିବା ପାଇଁ କ୍ରୟ କରାଯାଉଥିବା ଟିକେଟରେ ଏଣିକି କ୍ୟାଟେରିଙ୍ଗ ସେବାକୁ ଯାତ୍ରୀମାନେ ଇଛାଧିନ ଭାବେ ବାଛି ପାରିବେ I

ପୁରୀ-ହାଓଡ଼ା ଶତାବ୍ଦୀ ଏବଂ ଭୁବନେଶ୍ୱର-ନୂଆ ଦିଲ୍ଲୀ ଦୁରନ୍ତ ଏକ୍ସପ୍ରେସ ମାନଙ୍କରେ ପୂର୍ବରୁ କ୍ୟାଟେରିଙ୍ଗ ସେବାକୁ ଇଛାଧିନ ଭାବେ ପ୍ରଚଳନ କରାଯାଇଅଛି I

ଗୁରୁତ୍ୱପୂର୍ଣ୍ଣ ଟ୍ରେନ ଯଥା ରାଜଧାନୀ, ଶତାବ୍ଦୀ, ଦୁରନ୍ତ, ଗତିମାନ ଓ ବନ୍ଦେ ଭାରତ ଭଳି ଟ୍ରେନ ମାନଙ୍କରେ କ୍ୟାଟେରିଙ୍ଗ ସେବାକୁ ଯାତ୍ରୀ ମାନଙ୍କ ପାଇଁ ଇଛାଧିନ ଭାବେ ବାଛିବାକୁ ରେଳମନ୍ତ୍ରଣାଳୟ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଇ ଅଛି I
ଏଥିପାଇଁ ଯାତ୍ରୀମାନେ ଟିକେଟ ବୁକ କରିବା ସମୟରେ କ୍ୟାଟେରିଙ୍ଗ ସେବା ପାଇଁ ସେମାନଙ୍କର ପସନ୍ଦ ଦର୍ଶାଇବେ I ଥରେ ପସନ୍ଦ ଦର୍ଶାଯିବା ପରେ ଏହି ଅଭିରୁଚି କୁ ଆଉ ବଦଳାଯାଇ ପାରିବ ନାହିଁ I

ଏହି ଇଛାଧିନ କ୍ୟାଟେରିଙ୍ଗ ସେବା ସୁବିଧା ନିମ୍ନ ପ୍ରଦତ୍ତ କୁ ସୂଚିତ କରୁଛି –

୦୧. ଟ୍ରେନ ଯାତ୍ରା ସମୟରେ ଯାତ୍ରୀମାନେ ସେମାନଙ୍କର ନିଜ ଖାଦ୍ୟ ବ୍ୟବହାର କରିବେ I

୦୨. ଟ୍ରେନ ଟିକେଟ ଦେୟରେ କ୍ୟାଟେରିଙ୍ଗ ଦେୟକୁ ମିସାଯିବ ନାହିଁ I

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବ୍ୟାଙ୍କମାନଙ୍କ ମିଶ୍ରଣରେ କାହାର କେତେ ଲାଭ

Sat Aug 31 , 2019
ନୂଆଦିଲ୍ଲୀ (ବାସ୍ତବ ବ୍ୟୁରୋ)-ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୩୦ ଅଗଷ୍ଟରେ ଏକ ବଡ ଘୋଷଣା କରିଛନ୍ତି | ଦେଶରେ ଦଶଟି ବ୍ୟାଙ୍କକୁ ମିଶାଇ ଚାରୋଟି ବଡ ବ୍ୟାଙ୍କ ସୃଷ୍ଠି ହେବାକୁ ଯାଉଛି ଯାହାଦ୍ୱାରା ସରକାରୀ ବ୍ୟାଙ୍କ ସଂଖ୍ୟା ୨୭ ରୁ ୧୨ କୁ ହ୍ରାସ ପାଇଛି | ବ୍ୟାଙ୍କ ଗୁଡିକର ମିଶ୍ରଣ ଦ୍ୱାରା ଗ୍ରାହକମାନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିବନାହିଁ କେବଳ ଆକାଉଣ୍ଟ ନମ୍ବର,ଆଇଏଫ୍ଏସ କୋଡ଼୍ ଆଦି ବଦଳିବ | […]

You May Like

Pin It on Pinterest