ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ହତ୍ୟା ଘଟଣାର ମୁଖ୍ୟ ଆସାମୀ ବିକ୍ରମ ଆଦିତ୍ୟ ଜେନା ଦୀର୍ଘ ୧୩ ବର୍ଷ ପରେ ଗିରଫ…

Photo:Bastab media

ବାସ୍ତବବ୍ୟୁରୋ: । ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ହତ୍ୟା ଘଟଣାର ମୁଖ୍ୟ ଆସାମୀ ବିକ୍ରମ ଆଦିତ୍ୟ ଜେନା ନାମକ ଅପରାଧୀକୁ ଗିରଫ କରିଛି କମିସନରେଟ୍ ପୁଲିସ| ଦୀର୍ଘ ୧୩ ବର୍ଷ ପରେ କମିସନରେଟ୍ ପୁଲିସର ସ୍ପେସାଲ ସ୍କ୍ୱାଡ ଏହି ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏ ବିଷୟରେ ସୂଚନା ଦେଇଛନ୍ତି ।

ଓଡ଼ିଶାର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତିଙ୍କ ୧୩ ବର୍ଷ ତଳର ଏହି ହତ୍ୟା ପଛରେ ପ୍ରତିଶୋଧ ହିଁ ମୁଖ୍ୟ କାରଣ ଥିଲା। ଗିରଫ ହୋଇଥିବା ଅପରାଧୀ ଜଣକ ନିଜ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତିଙ୍କୁ ହତ୍ୟା କରିଥିଲା । ଏଥିପାଇଁ ସେ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରିବା ସହିତ ଅନ୍ୟ ୪ ଜଣଙ୍କ ସହ ମିଶି ସୁମନ୍ତଙ୍କୁ ବମିଖାଲସ୍ଥିତ ଘରକୁ ଡାକି ନିର୍ମମ ଭାବେ ହତ୍ୟା କରିଥିଲା।

ମୁଖ୍ୟ ଆସାମୀ ବିକ୍ରମ ଆଦିତ୍ୟ (ଫଟୋ ସୋସିଆଲ ମିଡିଆ)

ଏହାପରେ ମୃତ ସୁମନ୍ତଙ୍କୁ କାର ଡ଼ିକିରେ ବନ୍ଦ କରି ଏକ ନାଳ ଭିତରକୁ ଗାଡିକୁ ଗଡ଼ାଇ ଦେଇଥିଲା ଅଭିଯୁକ୍ତ । ଏହି ଘଟଣାରେ ପୂର୍ବରୁ ୪ଜଣଙ୍କୁ ଗିରଫ କରାଯାଇଛି । ଆଉ ଏବେ ଆସାମୀ ବିକ୍ରମ ଆଦିତ୍ୟ ଜେନାକୁ ଧରିବାର ସଫଳ ହୋଇଛି କମିଶନରେଟ୍‌ ପୋଲିସ ସ୍ପୋଶାଲ ସ୍କ୍ୱାର୍ଡ । ସୂଚନାନୁଯାୟୀ ପରିବାର ଲୋକଙ୍କ ଅଭିଯୋଗ ପରେ ପୁଣିଏହି କେଶ ଫାଇଲ୍ ରି ଓପନ ହୋଇଛି ।

କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା ଅନୁଯାଇ,ମୁଖ୍ୟ ଅଭିଯୁକ୍ତ ବିକ୍ରମ ଆଦିତ୍ୟ ଜେନା ଏହି ହତ୍ୟା କରିବା ପରେ ପୁଲିସ ହାତରୁ ଖସି ଫେରାର୍ ହୋଇଯାଇଥିଲା।ସେ ଗତ ୧୩ ବର୍ଷ ହେଲା ଜଣେ ଜିମ୍ ଟ୍ରେନର ଭାବେ ପୁନେରେ ରହି କାମ କରୁଥିଲା।କିନ୍ତୁ ସେ ନିଜ ଘର ସହିତ ମଧ୍ୟ ସଂପର୍କରେ ରହୁଥିଲା। ପୁଲିସ ଏହାପରେ ଛାନଭିନ୍ କରି ତାକୁ ଗିରଫ କରିବାରେ ସଫଳ ହୋଇଛି |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପିଲାମାନଙ୍କ ପାଇଁ, ଗାଈ କ୍ଷୀର ଅପେକ୍ଷା ଛେଳି କ୍ଷୀର ଅଧିକ ଲାଭପ୍ରଦ (RMIT ର ଅନୁସନ୍ଧାନ)

Mon Mar 15 , 2021
RMIT ର ଅନୁସନ୍ଧାନରେ ପିଲାମାନଙ୍କ ପାଇଁ, ଗାଈ କ୍ଷୀର ଅପେକ୍ଷା ଛେଳି କ୍ଷୀରର ଅଧିକ ଲାଭ | ବାସ୍ତବବ୍ୟୁରୋ:ଅଦ୍ୟାବଧି କୁହାଯାଇଛି ଯେ ଗାଈର କ୍ଷୀରରେ ସମାନ ଗୁଣ ଅଛି ଯାହା ନବଜାତ ଶିଶୁମାନେ ମା’ର କ୍ଷୀରରେ ପାଇଥା’ନ୍ତି | ତେଣୁ ଏହା ଶିଶୁମାନଙ୍କ ପାଇଁ ଭଲ ବୋଲି ବିବେଚନା କରାଯାଏ | କିନ୍ତୁ ରୟାଲ ମେଲବୋର୍ଣ୍ଣ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (RMIT) ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ ଛେଳି କ୍ଷୀର […]

You May Like

Pin It on Pinterest