ବିଜୁ ଯୁବ ବାହିନୀ’ ପୋଥିରେ ଡୋରି ବାନ୍ଧିଛନ୍ତି ସରକାର, ଅପରାଜିତା ଷଡଙ୍ଗୀ ପ୍ରଶ୍ନ ଓଡିଶା ସରକାରଙ୍କୁ, ଓଡ଼ିଶାର ଯୁବକଙ୍କୁ ବୋକ ବନାଉ ନାହଁନ୍ତିତ ?

ବିଜୁ ଯୁବ ବାହିନୀ’ ପୋଥିରେ ଡୋରି ବାନ୍ଧିଛନ୍ତି ସରକାର,ଏହି ପରିପେକ୍ଷୀରେ ଅପରାଜିତା ଷଡଙ୍ଗୀ ପ୍ରଶ୍ନ କରିଛନ୍ତି ଓଡିଶା ସରକାରଙ୍କୁ, ଓଡ଼ିଶାର ଯୁବକଙ୍କୁ ବୋକା ବନାଉ ନାହଁନ୍ତିତ

ବାସ୍ତବବ୍ୟୁରୋ:‘ବିଜୁ ଯୁବ ବାହିନୀ’ ପାଇଁ ଚଳିତ ବର୍ଷ ବଜେଟ୍‌ରେ ଅର୍ଥ ବ୍ୟବସ୍ଥା ହୋଇନଥିବାରୁ,ସରକାରଙ୍କୁ ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସେ କହିଛନ୍ତି, ସାଧାରଣ ନିର୍ବାଚନ ପୂର୍ବରୁ ‘ବିଜୁ ଯୁବ ବାହିନୀ’ ପାଇଁ ଅର୍ଥ ବ୍ୟବସ୍ଥା କରି ପରେ ଭୁଲିଯିବା ବିଜେଡିର ଷ୍ଟାଇଲ୍‌। ଏହାଦ୍ୱାରା ଯୁବକଙ୍କୁ ବୋକା ବନାଯାଉ ନାହିଁ କି ବୋଲି ପ୍ରଶ୍ନ କରିଛନ୍ତିଅପରାଜିତା ଷଡଙ୍ଗୀ ।

Photo: social media

ଆପଣମାନଙ୍କର ମନେଥିବ,ରାଜ୍ୟ ଯୁବ ନୀତିକୁ ଆଧାର କରି ଯୁବ ଏବଂ କ୍ରୀଡା ମନ୍ତ୍ରାଳୟ ୨୦୧୩ ମସିହାରେ “ବିଜୁ ଯୁବ ଶକ୍ତୀକରଣ ଯୋଜନା” ତିଆରି କରିଥିଲେ | ଏହାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ବିଜୁ ଯୁବ ବାହିନୀ ଗଠନ କରାଯାଇଥିଲା । ୧୪ ମାର୍ଚ୍ଚ ୨୦୧୮ ରେ କ୍ୟାବିନେଟ୍ ବୈଠକରେ ଏହାକୁ ମଞ୍ଜୁରୀ ମଧ୍ୟ ମିଳିଥିଲା। କୁହାଯାଇଥିଲା ଓଡିଶାରେ ୮୦୦୦ ଯୁବ ବାହିନୀ ତିଆରି ହେବେ। ୬୭୯୯ ଗ୍ରାମ ପଂଚାୟତ ତଥା ୧୧୪ ଏନଏସି ଓ ମ୍ୟୁନିସପାଲିଟି ପାଇଁ ଆଗାମୀ ତିନିବର୍ଷ ପାଇଁ ପ୍ରାୟ ୪୫୦ କୋଟି ଟଙ୍କା ବଜେଟ୍‌ର ବ୍ୟବସ୍ଥା ହୋଇଥିଲା। ୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ଗସ୍ତକରି ‘ବିଜୁ ଯୁବ ବାହିନୀ’ର‘ମୁଁ ହିରୋ’କାର୍ଯ୍ୟକ୍ରମରେ ଯୁବକମାନଙ୍କୁ ଆକୃଷ୍ଟ କରିବା ପାଇଁ ଉଦ୍ୟମରେ ସାମିଲ ହୋଇଥିଲେ ।

ହେଲେ ନିର୍ବାଚନ ପରେ କେତେ ହିରୋ ବାହାରିଲେ,କ୍ରୀଡା, କଳା, ସ୍ୱାବଲମ୍ବୀ ଏମିତି ଅନେକ ସ୍ୱପ୍ନ କୁଆଡେ ଗଲା …? ବିଧାନସଭାରେ ବିଜେପି ବିଧାୟକ ଭବାନି ଶଙ୍କର ଭୋଇଙ୍କ ପ୍ରଶ୍ନର ରେ କ୍ରୀଡା ଓ ଯୁବ କଲ୍ୟାଣ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ,ନରେବା “ଗୁଞ୍ଜରେ ଅଶ୍ୱସ୍ଥମା ହତ” ଉତ୍ତର ରୁ ଏ ଯୋଜନାକୁ ଆଉ ଆଗକୁ ଯିବ ନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି |କାରଣ ୨୦୨୧-୨୨ ବଜେଟ୍‌ରେ ‘ବିଜୁ ଯୁବ ବାହିନୀ’ ପାଇଁ ଅର୍ଥ ବ୍ୟବସ୍ଥା ହୋଇନାହିଁ ବୋଲି ମନ୍ତ୍ରୀ ସୂଚାଇ ଦେଇଛନ୍ତି । ଏ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ | ବିଜୁ ଯୁବବାହିନୀ ନାଁରେ ରାଜ୍ୟ ରାଜକୋଷରୁ ଟଙ୍କା ଲୁଟ୍‌ କରିଥିବା ବିଜେପି ଅଭିଯୋଗ ଆଣିଥିବାବେଳେ,କଂଗ୍ରେସ କହିଛି ଏହା ନିର୍ବାଚନ ବୈତରଣୀ ପାର ହେବା ପାଇଁ ବିଜେଡିର ଚାଲ୍‌ ଥିଲା ।ସର୍ବୋପରି ଏହାର ଅର୍ଥ ସରକାର ଯୁବ ବାହିନୀ ପୋଥିରେ ଡୋରି ବାନ୍ଧିଛନ୍ତି |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜି ଏବଂ ଆସନ୍ତାକାଲି ବ୍ୟାଙ୍କଗୁଡିକରେ ଷ୍ଟ୍ରାଇକ୍: ୧୦ ଲକ୍ଷ କର୍ମଚାରୀ କାମ ବନ୍ଦ କରିବେ, ଏଟିଏମ୍ କାର୍ଯ୍ୟ କରିବ

Mon Mar 15 , 2021
ଦୁଇଟି ବ୍ୟାଙ୍କର ଘରୋଇକରଣ ପ୍ରସ୍ତାବ ବିରୋଧରେ ସାରା ଦେଶରେ ବ୍ୟାଙ୍କର୍ ମାନେ ଧର୍ମଘଟ କରିଛନ୍ତି।ଦୁଇ ଦିନ ଧରି ବ୍ୟାଙ୍କ ବନ୍ଦ ଥିବାରୁ ବ୍ୟାଙ୍କିଂ ପ୍ରଭାବିତ ହେବ।AIBEA ସଚିବ କହିଛନ୍ତି ଯେ ମାର୍ଚ୍ଚ ୪ , ୯ ଏବଂ ୧୦ ରେ ମୁଖ୍ୟ ଶ୍ରମ କମିଶନରଙ୍କ ସହ ହୋଇଥିବା ବୈଠକରେ କୌଣସି ସକରାତ୍ମକ ଫଳାଫଳ ମିଳି ନାହିଁ। ବାସ୍ତବବ୍ୟୁରୋ:ଦୁଇ ବ୍ୟାଙ୍କର ଘରୋଇକରଣ ପ୍ରସ୍ତାବ ବିରୋଧରେ ସୋମବାର ଏବଂ ମଙ୍ଗଳବାର ଦିନ ଦେଶର […]

You May Like

Pin It on Pinterest