ବାସ୍ତବବ୍ୟୁରୋ:ସ୍ଥଗିତ ହେଲା BMC ର ବର୍ଦ୍ଧିତ ହୋଲ୍ଡିଂ ଟିକସ ଆଦାୟ | ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଜନସାଧାରଣଙ୍କ ମନୋଭାବକୁ ଦୃଷ୍ଟିରେ ରଖି ହାଇକୋର୍ଟ ଶେଷ ଆଦେଶ ଆସିବା ପର୍ଯ୍ୟନ୍ତ ବର୍ଦ୍ଧିତ ହୋଲ୍ଡିଂ ଟିକସ ନିଷ୍ପତ୍ତିକୁ ସ୍ଥଗିତ କରାଯାଇଛି।|ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏହା ସୂଚନା ଦେଇଛନ୍ତି | ସେ ଗଣମାଧ୍ୟମକୁ କହିଛନ୍ତି କି, ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ କ୍ରମେ ଯେ ପର୍ଯ୍ୟନ୍ତ ହାଇକୋର୍ଟଙ୍କ ରାୟ ନ ଆସିଛି ବିଏମ୍ସି ର ବର୍ଦ୍ଧିତ ହୋଲ୍ଡିଂ ଟିକସ ସେ ପର୍ଯ୍ୟନ୍ତ ଲାଗୁ କରାଯିବ ନାହିଁ ।

ବିଏମସି ଅତିରିକ୍ତ କମିଶନର ଅବନୀକାନ୍ତ ପଟ୍ଟନାୟକ,ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧିକୁ ନେଇ କଂଗ୍ରେସର ପ୍ରତିବାଦ ପ୍ରସଙ୍ଗରେ କହିଥିଲେ କି ହୋଲ୍ଡିଂ ଟିକସ ବୃଦ୍ଧି ନେଇ ଆମେ ବାରମ୍ବାର ବିଭିନ୍ନ ଗୋଷ୍ଠୀ ଓ ଜନସାଧାରଣଙ୍କୁ ସ୍ପଷ୍ଟୀକରଣ ଦେଇଆସିଛୁ । ୨୦୧୯ରେ ବେଞ୍ଚ ମାର୍କ ଭାଲୁଏସନ ବୃଦ୍ଧି ପାଇଥିବାରୁ ଲୋକମାନଙ୍କୁ ହୋଲ୍ଡିଂ ଟ୍ୟାକ୍ସ ଅଧିକ ହେଲା ଭଳି ଲାଗୁଛି। ହୋଲ୍ଡିଂ ଟିକସ ଆଧାରରେ କୌଣସି ଘରକୁ ସିଲ୍ କରିବା ପାଇଁ ନୋଟିସ୍ କରାଯାଇ ନାହିଁ । ଓଡିଶା ପବ୍ଲିକ୍ ଡିମାଣ୍ଡ ରିକୋଭରୀ ଆଇନ ଆଧାରରେ ଯେଉଁମାନଙ୍କର ୩ ବର୍ଷର ଟିକସ ଥିବ କିମ୍ବା ଅଧିକ ବକେୟ ଅର୍ଥ ରହିଥିବ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।