ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୮୩୨୩ରେ ପହଞ୍ଚିଛି । ଏଥି ମଧ୍ୟରୁ ୬୨୨ ଜଣ ଆକ୍ଟିଭ୍ କେସ୍ ରହିଥିବା ବେଳେ ୩୩୫୭୩୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ । ଶାସକ ଦଳ କ୍ଷମା ପ୍ରାର୍ଥନା ପାଇଁ ଅଡି ବସିଥିବାବେଳେ ବିରୋଧୀ ମଣ୍ଡି ଅବ୍ୟବସ୍ଥାକୁ ନେଇ ହଟ୍ଟଗୋଳ କରିଛନ୍ତି।
ଶିମିଳିପାଳ ବନାଗ୍ନୀର କାରଣ ଖୋଜିବାକୁ ଆଜି (ମଙ୍ଗଳବାର) ଦିନ ଆସୁ୍ଛନ୍ତି ରାଜ୍ୟର ସ୍ବତନ୍ତ୍ର ଟାସ୍କଫୋର୍ସର ଏକ ୨ ଜଣିଆ ଦଳ।
ଆଜିଠୁ ଦ୍ଵିତୀୟ ପର୍ଯ୍ୟାୟ ଜେଇଇ ମେନ ପରୀକ୍ଷା। ଦେଶର ୩୩୧ଟି ସହରରେ ପରୀକ୍ଷା ହେଉଥିବା ବେଳେ ଏହା ୧୮ତାରିଖ ପର୍ଯ୍ୟନ୍ତ ଚାଲିବ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା ୨୧ରେ ଓଡ଼ିଶା ଗସ୍ତରେ ଆସିବେ । ରାଷ୍ଟ୍ରପତି ସେହିଦିନ ରାଉରକେଲାସ୍ଥିତ ଜାତୀୟ ବୈଷୟିକ ପ୍ରତିଷ୍ଠାନ (ଏନ୍. ଆଇ.ଟି) ର ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ଏହା ସହ ରାଉରକେଲା ଇସ୍ପାତ୍ କାରଖାନାର ସୁପର ସ୍ପେଶାଲିଟି ଡାକ୍ତରଖାନା ଉଦଘାଟନ କରିବେ ।
ତାଜମହଲ ପରିସରକୁ ଯିବାକୁ ହେଲେ ଆଗାମୀ ଦିନରେ ଭାରତୀୟ ପର୍ଯ୍ୟଟକଙ୍କୁ ୨୫୦ ଟଙ୍କା ଦେବାକୁ ପଡ଼ିପାରେ । ସେହିପରି ବିଦେଶୀ ପର୍ଯ୍ୟଟକମାନେ ୧୩୦୦ ଟଙ୍କା ଦେଲେ ପ୍ରବେଶ କରିପାରିବେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (ବୁଧବାର) ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ବୈଠକ କରିବେ । ବୈଠକରେ କରୋନା ସ୍ଥିତି ନେଇ ଚର୍ଚ୍ଚା ହେବ ।
ମିଆଁମାରରେ ଗତ ଫେବ୍ରୁଆରୀ ୧ ତାରିଖରୁ ସେନା ଶାସନ ଗାଦି ଉପରେ କବଜା କରି ନେଇଛି । ନିର୍ବାଚିତ ସରକାରକୁ ହଟାଇ ସାମରିକ ଶାସନ ଲାଗୁ କରିଛି । ଏହାସହ ଆଙ୍ଗ ସାନ ସୁଙ୍କ ସମେତ ଅନେକ ନେତାଙ୍କୁ ଜେଲରେ ଭର୍ତ୍ତି କରେଦଇଛି । ସେବେଠୁ ମିଆଁମାରରେ ବିରୋଧ ପ୍ରଦର୍ଶନ ଓ ହିଂସା ଜାରି ରହିଛି । ମିଆଁମାଆରରୁ ହଜାର ହଜାର ଲୋକ ସୀମା ଟପି ଭାରତ ଆଡେ ଚାଲି ଆସୁଥିବା ଦେଖିବାକୁ ମିଳିଛି । ଫେବ୍ରୁଆରୀରୁ ଏବେସୁଦ୍ଧା ପ୍ରାୟ ୪୦୦ରୁ ଅଧିକ ଲୋକ ଭାରତ ଆସିଛନ୍ତି । ଏମାନଙ୍କ ମଧ୍ୟରେ ଅନେକ ପୋଲିସ କର୍ମୀ ଅଛନ୍ତି ।



