ବାସ୍ତବବ୍ୟୁରୋ:(ଭୁବନେଶ୍ବର) ଜଟଣୀ ନିର୍ବାଚନ ମଣ୍ଡଳୀ ଅନ୍ଧାରୁଆ ପଂଚାୟତରେ,ବହୁ ବର୍ଷ ଧରି ଇଏସ୍ଆଇ ସୁପର ସ୍ପେସାଲିଟି ହସ୍ପିଟାଲ ନିର୍ମାଣ ପାଇଁ ଜାଗା ସ୍ଥିର ହୋଇଥିଲେମଧ୍ୟ ହୋଇପାରୁନଥିବାରୁ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଚିନ୍ତାବ୍ୟକ୍ତ କରିଛନ୍ତି |ଏଥିପାଇଁ ସେ କେନ୍ଦ୍ର ଶ୍ରମ ଓ ନିୟୋଜନ ରାଷ୍ଟ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କୁ ଭେଟି ତୁରନ୍ତ ଏହି ହସ୍ପିଟାଲ ନିର୍ମାଣ ପାଇଁ ଅନୁରୋଧ କରିଛନ୍ତି ।

ଏହି ହସ୍ପିଟାଲକୁ ପୂର୍ବରୁ ସ୍ଥାନ ନିରୂପଣ କରାଯାଇଥିବା ଜଟଣୀ ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ଅନ୍ଧାରୁଆ ଠାରେ ନିର୍ମାଣ କରିବା ନେଇ କେନ୍ଦ୍ର ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ| ସମସ୍ତ ସହଯୋଗ ଯୋଗାଇ କରିବାପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଙ୍ଗୱାର ପ୍ରତିଶୃତି ଦେଇଥିବା, ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଟୁଇଟ୍ କରି ଜଣାଇଛନ୍ତି। ଆହୁରିମଧ୍ୟ ଜଣାଇଛନ୍ତି ଯେ, ଇଏସ୍ଆଇସି କର୍ମଚାରୀ ସଂଘ, ଓଡ଼ିଶା ପକ୍ଷରୁ ତାଙ୍କୁ ରାଜଧାନୀରେ ହସ୍ପିଟାଲ ନିର୍ମାଣ ନେଇ ପଦକ୍ଷେପ ନେବା ପାଇଁ ଅନୁରୋଧ କରାଯାଇଥିଲା ।