ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୮୪୦୫ରେ ପହଞ୍ଚିଛି । ଏଥି ମଧ୍ୟରୁ ୬୩୮ ଜଣ ଆକ୍ଟିଭ୍ କେସ୍ ରହିଥିବା ବେଳେ ୩୩୫୭୯୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବାକୁ ଏପ୍ରିଲ ୨ରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ।
ଆଜି ବି ବିଧାନସଭା ଅଚଳ। ଲଗାତର ୪ଦିନ ଅଚଳ ପରେ ଆଜି ବି ଚାଲିପାରିଲାନି ଗୃହ ।
ରାଜଧାନୀ ଭୁବନେଶ୍ବର ରେ ଓମଫେଡ୍ ଛକ ନିକଟସ୍ଥ ଟ୍ରାନସଫରମର ଫାଟି ବଡ଼ ଧରଣର ଅଘଟଣ ଘଟିଛି, ୪ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି ।
ଅନୁଗୋଳ ଜିଲ୍ଲା ପାଲଲହଡା ଖମାର ଗୁରୁସୁଲେଇ ଜଙ୍ଗଲରୁ ମହୁଲ ଏବଂ ଶାଳ ମଞ୍ଜି ସଂଗ୍ରହ ପାଇଁ ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ୨ ଜଣକୁ ଗିରଫ କଲେ ଖମାର ବନ କର୍ମଚାରୀ ।
ଏପ୍ରିଲ 17ରେ ପିପିଲି ଉପନିର୍ବାଚନ ପାଇଁ ହେବ ଭୋଟିଂ । ମାର୍ଚ୍ଚ 23ରେ ନିର୍ବାଚନ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି ।ତାରିଖ ଘୋଷଣା ପରେ 3 ପ୍ରମୁଖ ଦଳ ଭିତରେ ଅଙ୍କକଷା ଆରମ୍ଭ ହୋଇଛି ।
୨ଦିନ ଧରି ଜଳୁଛି ବାଲେଶ୍ୱର ଜିଲ୍ଲା ନୀଳଗିର ଅଞ୍ଚଳରେ ଥିବା କୂଳଡିହା ଓ ତିନିକୋଶିଆ ସଂରକ୍ଷିତ ଜଙ୍ଗଲ ରେ ସୂର୍ଣ୍ଣଚୂଡ଼ ସଂରକ୍ଷିତ ଜଙ୍ଗଲ ।
ଆଜିଠାରୁ ଶ୍ରୀମନ୍ଦିର ର ୬୦ ବର୍ଷ ଠାରୁ ଅଧିକ ବୟସ୍କ ସେବାୟତମାନଙ୍କୁ କୋଭିଡ ଟୀକାକରଣ ଆରମ୍ଭ ହୋଇଛି । ପୁରୀ ଲୋକନ୍ନାଥ ରୋଡ ପ୍ରତିହାରୀ ନିଯୋଗ ଠାରେ ଟୀକାକରଣ ଆରମ୍ଭ ହୋଇଛି । ଟୀକାକରଣ ସମୟ ସକାଳ ୧୦ ରୁ ଅପରାହ୍ନ ୫ ଘଣ୍ଟା ପର୍ଯ୍ୟନ୍ତ ରହିଛି ।
ଆସନ୍ତା ୨୧ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହା ପୂର୍ବରୁ ପୁରୀ ଶ୍ରୀ ମନ୍ଦିର ଚତୁଃପାଶ୍ୱର୍ରେ ବୁଲି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛି ଏନଏସଜି ଟିମ୍ । ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୨୨ ତାରିଖରେ ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ କୋଣାର୍କ ପରିଦର୍ଶନ କରିବେ ରାଷ୍ଟ୍ରପତି ।
ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ଏପ୍ରିଲ ୨୬ ତାରିଖରେ ଭାରତ ଗସ୍ତରେ ଆସିବେ ।
ଦୁନିଆର ସବୁଠାରୁ ପ୍ରଦୂଷିତ ୫୦ ସହର ମଧ୍ୟରୁ ୩୫ ସହର ଭାରତରେ ରହିଛି। ରାଜଧାନୀ ଦିଲ୍ଲୀ ଦୁନିଆର ସବୁଠାରୁ ପ୍ରଦୂଷିତ ରାଜଧାନୀ ତାଲିକାର ଶୀର୍ଷରେ ରହିଛି। ସ୍ୱିସ୍ ସଂଗଠନ ‘ଆଇଇକ୍ୟୁ ଏୟାର’ ଦ୍ୱାରା ପ୍ରସ୍ତୁତ ‘ୱାର୍ଲଡ ଏୟାର କ୍ୱାଲିଟି ରିପୋର୍ଟ ୨୦୨୦’ ରେ ଏହା ଜାରି କରାଯାଇଛି। ଦିଲ୍ଲୀ ଦୁନିଆର ସବୁଠାରୁ ପ୍ରଦୂଷିତ ସହର ମଧ୍ୟରେ ୧୦ ନମ୍ବର ଅଛି।