ନୂଆଦିଲ୍ଲୀ (ବାସ୍ତବ ବ୍ୟୁରୋ)-ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୩୦ ଅଗଷ୍ଟରେ ଏକ ବଡ ଘୋଷଣା କରିଛନ୍ତି | ଦେଶରେ ଦଶଟି ବ୍ୟାଙ୍କକୁ ମିଶାଇ ଚାରୋଟି ବଡ ବ୍ୟାଙ୍କ ସୃଷ୍ଠି ହେବାକୁ ଯାଉଛି ଯାହାଦ୍ୱାରା ସରକାରୀ ବ୍ୟାଙ୍କ ସଂଖ୍ୟା ୨୭ ରୁ ୧୨ କୁ ହ୍ରାସ ପାଇଛି | ବ୍ୟାଙ୍କ ଗୁଡିକର ମିଶ୍ରଣ ଦ୍ୱାରା ଗ୍ରାହକମାନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିବନାହିଁ କେବଳ ଆକାଉଣ୍ଟ ନମ୍ବର,ଆଇଏଫ୍ଏସ କୋଡ଼୍ ଆଦି ବଦଳିବ | ନୂଆ ବ୍ୟାଙ୍କର ଚେକ୍ ବୁକ୍ ଓ ଦେବିଟ୍ କାର୍ଡ ମିଳିବ,ଲକରରେ ଥିବା ସାମଗ୍ରୀ, ସଞ୍ଚୟ ରାଶି ଆଜି ସମ୍ପୂର୍ଣ ସୁରକ୍ଷିତ ରହିବ |
ସୂଚନା ଅନୁଯାୟୀ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ(ପିଏନବି) ସହିତ ୟୁନାଇଟେଡ଼୍ ବ୍ୟାଙ୍କ ଅଫ ଇଣ୍ଡିଆ(ୟୁବିଆଇ) ଓ ଓରିଏଣ୍ଟାଲ୍ ବ୍ୟାଙ୍କ ଅଫ କମର୍ସ(ଓବିସି) ର ମିଶ୍ରଣ ହେବ | ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ(ୟୁବିଆଇ) ସହ ଆନ୍ଧ୍ର ବ୍ୟାଙ୍କ ଏବଂ କର୍ପୋରେସନ୍ ବ୍ୟାଙ୍କର ମିଶ୍ରଣ ହେବ | କାନାଡ଼ା ବ୍ୟାଙ୍କ ସହ ସିଣ୍ଡିକେଟ୍ ବ୍ୟାଙ୍କ ଏବଂ ଇଣ୍ଡିଆନ ବ୍ୟାଙ୍କ ସହ ଆଲାହାବାଦ ବ୍ୟାଙ୍କର ମିଶ୍ରଣ ହେବ |
ସରକାରୀ ବ୍ୟାଙ୍କ ଗୁଡିକୁ ପରସ୍ପର ସହ ମିସାଇଦେବା ପରେ ସେମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ କରିବା ଲାଗି ସରକାର ସେମାନଙ୍କ ନୂତନ ପୁଞ୍ଜି ପ୍ରଦାନ କରିବେ | ବ୍ୟାଙ୍କ ଗୁଡିକର ମିଶ୍ରଣକୁ ମୋଦୀ ସରକାରଙ୍କର ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପ | ଷ୍ଟେଟ୍ ବ୍ୟାଙ୍କ ପରେ ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ରହିବ | ତୃତୀୟ ନମ୍ବରରେ ବ୍ୟାଙ୍କ ଅଫ ବରୋଦା ରହିଛି ଏବଂ ରହିବ,ଚତୁର୍ଥ ସ୍ଥାନରେ କାନାଡ଼ା ବ୍ୟାଙ୍କ ଏବଂ ମିଶ୍ରଣ ପରେ ଆଲାହାବାଦ ବ୍ୟାଙ୍କ ସପ୍ତମ ସ୍ଥାନରେ ରହିଛି |
ଅର୍ଥମନ୍ତ୍ରୀ କହିଛନ୍ତି କି ସମସ୍ତ ବ୍ୟାଙ୍କକୁ ପର୍ଯ୍ୟାପ୍ତ ପରିମାଣର ପୁଞ୍ଜି ଦିଆଯିବ | ଆର୍ଥିକ ସେବା ସଚିବ ରାଜୀବ କୁମାର କହିଛନ୍ତି କି ବ୍ୟାଙ୍କ ଗୁଡିକର ମିଶ୍ରଣ ଯୋଗୁଁ କୌଣସି କର୍ମଚାରୀଙ୍କର ଛଟେଇ ହେବ ନାହିଁ ବରଂ ସେମାନଙ୍କୁ ମିଳୁଥିବା ସୁବିଧା ସୁଯୋଗରେ ଆହୁରି ଉନ୍ନତି ହେବ | ଏହା ପୂର୍ବରୁ ସରକାର ବିଜୟ ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ ବରୋଦାର ମିଶ୍ରଣ କରିଥିଲେ | ଷ୍ଟେଟ ବ୍ୟାଙ୍କ ସହିତ ଏହାର ପାଞ୍ଚଟି ସହଯୋଗୀ ବ୍ୟାଙ୍କ ଏବଂ ଭାରତୀୟ ମହିଳା ବ୍ୟାଙ୍କ କୁ ମିଶାଇଥିଲେ | ଏହି ସମୟରେ ମଧ୍ୟ କୌଣସି କର୍ମଚାରୀଙ୍କୁ ଛଟେଇ କରାଯାଇ ନାହିଁ |
ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି କି ମିଶ୍ରିତ ହୋଇଥିବା ବ୍ୟାଙ୍କର ବୋର୍ଡର ଅଧିକାରୀମାନେ ବିଚାର ବିମର୍ଷ କରି ପ୍ରସ୍ତାବ ସରକାରଙ୍କ ନିକଟରେ ଆଗତ କରିବେ | ସରକାର ଏହି ପ୍ରସ୍ତାବକୁ ନେଇ ରିଜର୍ଭ ବ୍ୟାଙ୍କ ପାଖରେ ପହଞ୍ଚାଇବେ | ରିଜର୍ଭ ବ୍ୟାଙ୍କ ଏବଂ ମିଶ୍ରିତ ହୋଇଥିବା ବ୍ୟାଙ୍କର ସହମତି ଉପରେ ମିଶ୍ରଣର ଶେଷ ପ୍ରକ୍ରିୟା ଏବଂ ତାରିଖ ଧାର୍ଯ୍ୟ କରାଯିବ |


