ଏବେ କାହାର ହେବ ପିପିଲି ,ବାଜି ସାରିଛି ସାରିଛି ଉପନିର୍ବାଚନ ବିଗୁଲ୍

ବାସ୍ତବବ୍ୟୁରୋ:(ଭୁବନେଶ୍ବର) ଏବେ କାହାର ହେବ ପିପିଲି ,ବାଜି ସାରିଛି ସାରିଛି ଉପନିର୍ବାଚନ ବିଗୁଲ୍ |ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଖାଲି ପଡିଥିଲା ପିପିଲି ଆସନ।କ୍ରମାଗତ ପାଞ୍ଚ ଥର ପିପିଲିରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ପ୍ରଦୀପ ମହାରଥୀ। ମହାରଥୀଙ୍କ ଯୋଗୁଁ ପିପିଲି ଥିଲା ବିଜେଡିର ଗଡ । ତେବେ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହନି ପ୍ରେସ୍‌ମିଟ୍‌ ଜରିଆରେ ଉପନିର୍ବାଚନ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି ।

Photo:social media

ଏପ୍ରିଲ ୧୭ ରେ ହେବ ପିପିଲି ବିଧାନସଭା ଉପନିର୍ବାଚନ।ବିଜ୍ଞପ୍ତି ପ୍ରକାଶ ପାଇବ ମାର୍ଚ୍ଚ ୨୩ ରେ ବିଜ୍ଞପ୍ତି ।ଆଜି ଉପ ନିର୍ବାଚନର ତାରିଖ ଘୋଷଣା ହେବା ସହ ପୁରୀ ଜିଲ୍ଲାରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି ।ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଘୋଷଣା ଅନୁଯାଇ ,କୋଭିଡ଼ ନିୟମ ଅନୁସାରେ ନିର୍ବାଚନ କରାଯିବ। ପ୍ରତି ବୁଥରେ ୧ହଜାରୁ ଅଧିକ ମତଦାତା ରହିପାରିବେନାହିଁ ।

ସେହିପରି ୮୦ ବର୍ଷରୁ ଅଧିକ ଓ ଭିନ୍ନକ୍ଷମଙ୍କର ସାର୍ଟିଫିକେଟ୍‌ ଥିଲେ ପୋଷ୍ଟାଲ ଭୋଟିଂ ପାଇଁ ଅନୁମତି ଦିଆଯିବ । ମାତ୍ର ୨ଟି ଗାଡିକୁ ନାମାଙ୍କନ ଦାଖଲ ବେଳେ ଅନୁମତି ଦିଆଯାଇଛି | ସର୍ବାଧିକ ୫ଶହ ଲୋକ ନିର୍ବାଚନୀ ସଭାରେ ଉପସ୍ଥିତ ରହିପାରିବେ । କ୍ୟାମ୍ପେନ ବେଳେ ପ୍ରାର୍ଥୀଙ୍କ ସହ ୫ ଜଣ ରହିପାରିବେ । ଗୋଟିଏ ପୁଲିଂ ବୁଥରେ କୋଭିଡ ଗାଇଡ଼ଲାଇନ ଅନୁସାରେ ୧୦୦୦ ରୁ ଅଧିକ ମତଦାତା ରହିପାରିବେ ନାହିଁ ।କୋବିଦ ପାଇଁ ୧୭ ପ୍ରତିଶତ ବୁଥ ବୃଦ୍ଧି ହୋଇଛି | ଭିଭିପାଟ ମେସିନ ଓ ଇଭିଏମ ମେସିନ ଗୁଡ଼ିକର ଟେକନିକାଲ ଚେକ୍ ସରିଛି । ୨୦୧୯ ନିର୍ବାଚନ ଅପେକ୍ଷା ଅଧିକ ୭୫ଟି ବୁଥ୍‌ କରାଯାଇଛି ।

ଏବେ ସାରାରାଜ୍ୟର ଅପେକ୍ଷା ସବୁ ରାଜନୈତକ ଦଳଙ୍କ ଗୋଟି ଚାଳନାକୁ| ବିନା ମହାରଥୀରେ ବିଜେଡି ମଇଦାନକୁ ଓ଼ଲଃହାଉଥିବାବେଳେ,ହାତୀ କାହାମୁଣ୍ଡାରେ ଢାଳୁଛି ସୁନା କଳସ ଦେଖିବାର ଅଛି | କଂଗ୍ରେସ ଓ ବିଜେପି ପାଇଁ ମଧ୍ୟ ଏ ଉପନିର୍ବାଚନ କମ ଗୁରୁତ୍ୱ ପୁର୍ଣ ନୁହେଁ |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବଙ୍ଗଳା ଲୋକଙ୍କ ମନରେ ପରିବର୍ତ୍ତନର ଇଚ୍ଛା ଜାଗ୍ରତ ହୋଇଛି,ଭଲ ଶାସନର ବିଜେପିର ଏଜେଣ୍ଡା ଲୋକଙ୍କ ମଧ୍ୟରେ ସ୍ଥାନ ସୃଷ୍ଟି କରୁଛି - ପ୍ରଧାନମନ୍ତ୍ରୀ

Thu Mar 18 , 2021
ଆଜି ଆସାମ ଏବଂ ବଙ୍ଗଳାରେ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ମୋଦୀ ସମ୍ବୋଧିତ କରିବେ ବାସ୍ତବବ୍ୟୁରୋ:ଆସାମ ଓ ପଶ୍ଚିମବଙ୍ଗରେ ନିର୍ବାଚନ ରାଲିକୁ ସମ୍ବୋଧିତ କରିବାର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ବଙ୍ଗଳା ଲୋକଙ୍କ ମନରେ ପରିବର୍ତ୍ତନର ଇଚ୍ଛା ଜାଗ୍ରତ ହୋଇଛି ଏବଂ ଭଲ ଶାସନର ବିଜେପିର ଏଜେଣ୍ଡା ଲୋକଙ୍କ ମଧ୍ୟରେ ସ୍ଥାନ ସୃଷ୍ଟି କରୁଛି। ମୋଦୀ ଟ୍ୱିଟ୍ କରି କହିଛନ୍ତି ଯେ ଆସନ୍ତାକାଲି ମାର୍ଚ୍ଚ ୧୮ […]

You May Like

Pin It on Pinterest