ଆଜିର ଖାସ୍ ଖବର

୧-ସଚିବ ସ୍ତରରେ ଅଦଳ ବଦଳ: ପ୍ରଦୀପ କୁମାର ଜେନାଙ୍କୁ ସ୍ଵତନ୍ତ୍ର ରିଲିଫ କମିଶନର ଓ ଚିତ୍ରା ଅରୁମୁଗମ ହେଲେ ସ୍କୁଲ ଓ ଗଣଶିକ୍ଷା ସଚିବ।

୨-କୋରାପୁଟ:ଗୋଟିଏ ରାତିରେ ୭ଟି ଘରେ ସଶସ୍ତ୍ର ଡକାୟତି, ନଗଦ ଟଙ୍କା ସହ ୧୨ଲକ୍ଷରୁ ସୁନା ଅଳଙ୍କାର ଲୁଟ।

୩-ରାଷ୍ଟ୍ରାୟତ ବ୍ୟାଙ୍କ ସଂସ୍କାର:୧୦ ବ୍ୟାଙ୍କ ମିଶି ୪ ହେବେ।PNB ସହିତ UBI ଓ OBC,CANARA ସହିତ SYNDICATE ବ୍ୟାଙ୍କ,UB ସହିତ ANDHRA ବ୍ୟାଙ୍କ ଓ CORPORATION ବ୍ୟାଙ୍କ ,ଆଉ INDIAN ବ୍ୟାଙ୍କ ସହିତ ଆହ୍ଲାବାଦ ବ୍ୟାଙ୍କର ହେବ ମିଶ୍ରଣ।

୪-ଦୀର୍ଘ ୫ ବର୍ଷ ହେଲା ଛୁଟିରେ ଯାଇଛନ୍ତି ଇନ୍‌ସ୍ପେକ୍ଟର ପ୍ରଫୁଲ୍ଲ କୁମାର ସାହୁ , ନିଲମ୍ବନ କଲେ ଡିଜିପି।

୫-କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଦୁଇ ଦିନିଆ ବୌଦ୍ଧ ଗସ୍ତ, ଅଞ୍ଚଳର ସମସ୍ୟା ନେଇ ସ୍ଥାନୀୟ ଲୋକଙ୍କ ସହ କଲେ ଆଲୋଚନା। ଭେଟିଲେ ବିଜୁବାବୁଙ୍କ ଡ୍ରାଇଭର ତଥା ସେତେବେଳର ବିଧାୟକ ପ୍ରହ୍ଲାଦ ବେହେରାଙ୍କୁ। ଦୁର୍ଦ୍ଦିନରେ କାଳ କାଟୁଥିବା ଏହି ବିଧାୟକଙ୍କୁ ୫୦,୦୦୦ଟଙ୍କା ସହାୟତା ସହ ପୁଅକୁ ଚାକିରି ଦେଲେ।

୬-କେମିତି କାମ କରୁଛି ପୋଲିସ?ରାଜ୍ୟ ଓ ଜିଲ୍ଲା ସ୍ତରରେ ପ୍ରତିଷ୍ଠା ହେବ କଲ୍‌ ସେଣ୍ଟର, ଏଣିକି ଫିଡ୍‌ବ୍ୟାକ୍‌ ଦେବେ ଅଭିଯୋଗକାରୀ।

୭-ଭୁବନେଶ୍ୱରରେ ଆତଙ୍କବାଦୀ ଆକ୍ରମଣ କଲେ କିପରି କରିହେବ ମୁକାବିଲା, ଏସପ୍ଲାନେଡ୍‌ ମଲ୍‌ରେ ହେଲା ମକ୍‌ଡ୍ରିଲ।

୮-ପୁଣି ପ୍ରବଚନ ଦେବାକୁ ଚାହୁଁଛନ୍ତି ସାରଥି; ଏଥିପାଇଁ ହାଇକୋର୍ଟର ଦ୍ୱାରସ୍ଥ ହେଲେ।

୯-ଦେଶବ୍ୟାପୀ ସିବିଆଇ ଚଢ଼ାଉ, ଟାର୍ଗେଟରେ ୨୫ ସରକାରୀ ବିଭାଗ।

୧୦-ପିଏମ୍‌ଓରେ ଓଡ଼ିଆ ପୁଅ ପିକେ ମିଶ୍ରଙ୍କୁ ମିଳିପାରେ ବଡ଼ ଦାୟିତ୍ୱ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରେଳବାଇ ସୁରକ୍ଷାବଳଙ୍କୁ ଦୁଇଟି ବଡ ସଫଳତା

Sun Sep 1 , 2019
୦୧. ଢେଙ୍କାନାଳ ଅଞ୍ଚଳରୁ ଗଞ୍ଜେଈ ଚୋରା କାରବାର ର ମୁଖ୍ୟ ଅଭୁଯୁକ୍ତକୁ ଧରିବା I ୦୨. ବଲାଙ୍ଗୀର ଠାରେ ଟ୍ରେନ ରୁ ୫୫୦ ପାରା ଉଦ୍ଧାର କରିବା I ଦୁଇଟି ପୃଥକ ଘଟଣାରେ ପୂର୍ବତଟ ରେଳପଥ ରେଳବାଇ ସୁରକ୍ଷାବଳ ଟ୍ରେନରେ ଚୋରାଚାଲାଣ କରାଯାଉଥିବା ୫୫୦ ଟି ପାରାଙ୍କୁ ବଲାଙ୍ଗୀର ଷ୍ଟେସନ ରୁ ଉଦ୍ଧାର କରିବା ସହିତ ଢେଙ୍କାନାଳ ଅଞ୍ଚଳରୁ ଗଞ୍ଜେଈ ଚୋରାଚାଲାଣ କରୁଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି I […]

You May Like

Pin It on Pinterest