ବାସ୍ତବବ୍ୟୁରୋ: ବିଦ୍ୟୁତ୍ ସର୍ଟସର୍କିଟ୍ରୁ ନିଆଁ ଲାଗି,ଭଦ୍ରକ ଜିଲ୍ଲା ଚରମ୍ପା ବେଲମଳା ଗାଁରେ ଘଟିଛି ଭୟାବହ ଅଗ୍ନିକାଣ୍ଡ।ମିଳିଥିବା ଖବର ଅନୁଯାଇ ଏହି ଅଗ୍ନିକାଣ୍ଡରେ ୫ ଟି ପରିବାରର ୧୦ ବଖରା ଘର ଜଳିଯିବା ଦ୍ୱାରା ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । ଅଗ୍ନିଶମ ବାହିନୀ ଖବର ପାଇବା ପରେ, ଦୁଇଟି ଗାଡି ନିୟୋଜିତ କରି ନିଆଁକୁ ଆୟତ୍ତ କରିଥିଲେ ।
ସୂଚନାନୁଯାୟୀ, ରାତିରେ ଘରେ ପରିବାର ଲୋକେ ଶୋଇଥିବା ବେଳେ,ଅଗ୍ନିକାଣ୍ଡ ଘଟିଥିଲା ।ଏହି ଗ୍ରାମର ପ୍ରହ୍ଲାଦ ବେହେରା ,ଗୌରହରି ବେହେରା, ନିର୍ମଳ ବେହେରା, ଦିନେଶ ବେହେରାଙ୍କ ଘର ଏହି ଅଗ୍ନନୀକାଣ୍ଡରେ ଜଳି ପୋଡି ପାଉଁଶ ହୋଇଯାଇଛି | ଖାର ହୋଇଯାଇଥିଲା ।