ବାସ୍ତବବ୍ୟୁରୋ:(ଆନ୍ଦପୁର ) ପୁଣି କରୋନା ଭୟ ରାଜ୍ୟକୁ ଘେରିବାପରେ,ସବୁ ଜିଲ୍ଲାରେ କରୋନା ସଚେତନତା ଉପରେ ଗୁରୁତ୍ୱ ଦିଆଯାଉଛି |ଏହି ପରିପେକ୍ଷୀରେ ଆନନ୍ଦପୁର ଉପଖଣ୍ଡ ପ୍ରଶାସନ ପକ୍ଷରୁ ମାସ୍କ ଓ ହେଲ୍ମେଟ୍ ଚେକିଂକୁ କଡ଼ାକଡ଼ି କରାଯିବା ପାଇଁ ରେଲସେଲ ଚାଲିଛି । ପ୍ରଥମେ ୭ ଦିନ ଲୋକଙ୍କ ସଚେତନ କରାଯିବ, ଏବଂ ଏହା ପରେ ଯଦି ଲୋକେ ନମାନନ୍ତି ତେବେ ମୋଟା ରକମର ଜୋରିମାନା ଆଦାୟ କରାଯିବ |

ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଏନେଇ ଏକ ସଚେତନତା ବାର୍ତ୍ତା ଥିବ ଲିପ୍ ଲେଟ୍ ବିଭିନ୍ନ ଛକରେ ବଣ୍ଟା ଯାଉଛି । ଉପ-ଜିଲ୍ଲାପାଳ କହିଛନ୍ତିକି ୭ ଦିନର ସଚେତନତା ପରେ, ବିଭିନ୍ନ ସ୍ଥାନରେ କଡ଼ାକଡ଼ି ଚେକିଂ କରାଯିବ ।ଯେଉଁ ମାନେ ହେଲ୍ମେଟ ଓ ମାସ୍କ ବ୍ୟବହାର କରୁନଥିବେ ସେମାନଙ୍କ ପ୍ରତି କଡା ପଦକ୍ଷେପ ନିଆଯିବ |



