ରେଳବାଇ ସୁରକ୍ଷାବଳଙ୍କୁ ଦୁଇଟି ବଡ ସଫଳତା

୦୧. ଢେଙ୍କାନାଳ ଅଞ୍ଚଳରୁ ଗଞ୍ଜେଈ ଚୋରା କାରବାର ର ମୁଖ୍ୟ ଅଭୁଯୁକ୍ତକୁ ଧରିବା I

୦୨. ବଲାଙ୍ଗୀର ଠାରେ ଟ୍ରେନ ରୁ ୫୫୦ ପାରା ଉଦ୍ଧାର କରିବା I

ଦୁଇଟି ପୃଥକ ଘଟଣାରେ ପୂର୍ବତଟ ରେଳପଥ ରେଳବାଇ ସୁରକ୍ଷାବଳ ଟ୍ରେନରେ ଚୋରାଚାଲାଣ କରାଯାଉଥିବା ୫୫୦ ଟି ପାରାଙ୍କୁ ବଲାଙ୍ଗୀର ଷ୍ଟେସନ ରୁ ଉଦ୍ଧାର କରିବା ସହିତ ଢେଙ୍କାନାଳ ଅଞ୍ଚଳରୁ ଗଞ୍ଜେଈ ଚୋରାଚାଲାଣ କରୁଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି I

ବଲାଙ୍ଗୀର ଷ୍ଟେସନ ଠାରେ ରେଳବାଇ ସୁରକ୍ଷାବଳ ହାଓଡ଼ା-ଜଗଦଳପୁର ସମଲେଶ୍ୱରୀ ଏକ୍ସପ୍ରେସ ଟ୍ରେନ ର ସାଧାରଣ ଦ୍ଵିତୀୟ ଶ୍ରେଣୀ ବଗିରୁ ବେଆଇନ ଭାବେ ପରିବହନ କରାଯାଉଥିବା ୭ଟି ଟୋକେଇରେ ୫୫୦ ପାରାଙ୍କୁ ଉଦ୍ଧାର କରିବା ସହିତ ଜଣକୁ ଅଟକ ରଖିଛି I ଉଭୟ ପାରା ଓ ଅଟକ ରଖିଥିବା ବ୍ୟକ୍ତିକୁ ବଲାଙ୍ଗୀର ଜିଲ୍ଲା ବନ ବିଭାଗ କୁ ହସ୍ତାନ୍ତର କରାଯାଇଅଛି I

ଅନ୍ୟ ଘଟଣାରେ ଢେଙ୍କାନାଳ ସ୍ଥିତ ରେଳବାଇ ସୁରକ୍ଷାବଳ ଓ ଖୋର୍ଦ୍ଧା ସ୍ଥିତ ରେଳବାଇ ସୁରକ୍ଷାବଳ କ୍ରାଇମ ଇଣ୍ଟେଲଲିଜେନ୍ସ ବିଭାଗ ଦ୍ୱାରା ଢେଙ୍କାନାଳ ସ୍ଥିତ କୁଞ୍ଜକଣ୍ଟା ଠାରେ ଗୋଟିଏ ଦୋକାନ ଉପରେ ମିଳିତ ଚଢ଼ଉ କରାଯାଇ ଜଣକୁ ଗିରଫ କରିବା ସହିତ ଚାରି ବସ୍ତା (୧୬୦ କି.ଗ୍ରା.) ଗଞ୍ଜେଈ ଜବତ କରିଛି ଯାହାର ଆନୁମାନିକ ମୂଲ୍ୟ ୮୦ ହଜାର ତାଙ୍କ ହେବ I

ଏଠାରେ ଦର୍ଶାଯାଇପାରେ ଯେ ଗତ ୧୧ ତାରିଖ ଦିନ ଚଳନ୍ତା ହାଓଡ଼ା-ସମ୍ବଲପୁର ଏକ୍ସପ୍ରେସ ରୁ ଗଞ୍ଜେଈବସ୍ତା ଫୋପାଡିବା ଘଟଣାରେ ରେଳଧାରଣରେ କାର୍ଯ୍ୟକରୁଥିବା ତିନି ଜଣ ରେଳବାଇ କର୍ମଚାରୀ ଗୁରୁତର ଆହତ ହୋଇଥିଲେ I ଏହି ଘଟଣା ର ସୁରାକ ପାଇରେଳବାଇ ସୁରକ୍ଷାବଳ ଢେଙ୍କାନାଳ ସ୍ଥିତ କୁଞ୍ଜକଣ୍ଟା ଠାରେ ଏକ ଦୋକାନ ଉପରେ ଚଢ଼ଉ କରି ଜଣକୁ ଗିରଫ କରିବା ସହିତ ଚାରି ବସ୍ତା ଗଞ୍ଜେଈ ଜବତ କରିଥିଲେ I

ଗିରଫ ବ୍ୟକ୍ତି ଏହି ଅଞ୍ଚଳରେ ଗଞ୍ଜେଈ ଚୋରାଚାଲାଣ କାରବାର ର ମୁଖ୍ୟ ଅଭିଯୁକ୍ତ ଅଟନ୍ତି ଯିଏକି ନିଜ ସାନଭାଇ ସହାୟତାରେ ଏହି ବେଆଇନ ବ୍ୟବସାୟ କରିଥାଏ I ରେଳବାଇ ସୁରକ୍ଷାବଳ ଅଭିଯୁକ୍ତକୁ ଢେଙ୍କାନାଳ ସ୍ଥିତ ଏସଡ଼ିଜେଏମ କୋର୍ଟରେ ହଜାର କରାଇଛନ୍ତି I

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sun Sep 1 , 2019
୧-ଆକ୍ସନ ମୁଡରେ ମୁଖ୍ୟମନ୍ତ୍ରୀ, ୬ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଚାକିରୀରୁ କଲେ ବହିଷ୍କାର। ୨-ସେପ୍ଟେମ୍ବର ୧୫ ଯାଏଁ ବଢ଼ିଲା ରେସନ କାର୍ଡ- ଆଧାର ସଂଯୋଗ।୧୦ ଯାଏଁ ଚାଷୀ ପଞ୍ଜିକରଣ। ୩-ବରିଷ୍ଠ ଓଏଏସସ୍ତରରେ ୧୭ ଜଣ ଓ କନିଷ୍ଠ ଓଏଏସ ସ୍ତରରେ ୩୮ଜଣ ଅଫିସରଙ୍କ ବଦଳି । ୪-କଳାଧନକାରୀଙ୍କ ଉପରେ ପ୍ରହାର, ଆଜି ସ୍ଵିସ୍ ବ୍ୟାଙ୍କ କରିବ ବଡ଼ ଖୁଲାସା, ଭାରତକୁ ଦେବ ଜମାକାରୀଙ୍କ ତାଲିକା। ୫-ଆଜି ଠାରୁ ନୂଆ ଟ୍ରାଫିକ୍ ନିୟମ […]

You May Like

Pin It on Pinterest