ଶ୍ରୀରାମ ମନ୍ଦିର ନିଧି ସମର୍ପଣ ଅଭିଯାନରେ ରାଜ୍ୟରୁ ସଂଗ୍ରହ ହୋଇଛି ୪୨ କୋଟିରୁ ଅଧିକ ଟଙ୍କା । ଏହି ଅର୍ଥକୁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ବିକାଶ ପାଇଁ ପଠାଯାଇଛି ।
ତାଳଚେର ଥର୍ମାଲ ପାୱାର ଷ୍ଟେସନ(ଟିଟିପିଏସ)ରୁ ବିଦ୍ୟୁତ ଉତ୍ପାଦନ ଆଜିଠାରୁ ବନ୍ଦ ହୋଇଛି। କେନ୍ଦ୍ର ପ୍ରଦୂଷଣ ବୋର୍ଡର ମଂଜୁରି ନ ଥିବାରୁ ଏହି ପ୍ଲାଣ୍ଟ ଆସନ୍ତା ୩୧ ତାରିଖରୁ ସବୁଦିନ ପାଇଁ ବନ୍ଦ ହେବାକୁ ବସିଥିଲାବେଳେ ପର୍ଯ୍ୟାୟକ୍ରମେ ଉତ୍ପାଦନ ବନ୍ଦ କରି ଦେଇଛନ୍ତି କର୍ତ୍ତୃପକ୍ଷ।
କୋଭିଡ୍ କଟକଣା ମଧ୍ୟରେ ଖୁବ୍ଶୀଘ୍ର ଗଡ଼ିବ ପାସେଞ୍ଜର ଓ ମେମୁ ଟ୍ରେନ୍ । ଯାତ୍ରୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ୱର ଓ ପୁରୀ-ଅନୁଗୋଳ-ପୁରୀ ମଧ୍ୟରେ ମେମୁ ଟ୍ରେନ୍ ଚଳାଚଳ କରିବ । ଏଥିସହ ପୁରୀ-ହାଟିଆ, ପୁରୀ-ସମ୍ବଲପୁର ଓ ପୁରୀ-ପାରାଦୀପ ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଟ୍ରେନ୍ ।
ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କ୍ୟାବିନେଟ୍ରେ ପୁଣି ତିନିଟି ବଡ଼ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡ ଅଧିନିୟମ, ୧୯୬୮ରେ ସଂଶୋଧନ ଅଣାଯାଇଛି। ସେହିଭଳି ବସ୍ତିବାସିନ୍ଦାଙ୍କୁ ଥଇଥାନ କ୍ଷେତ୍ରରେ ମଧ୍ୟ ସରକାର ମୋହର ଲଗାଇଛନ୍ତି।ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ସମୟ ଭିତ୍ତିକ ଚୁକ୍ତି ହିସାବରେ ପ୍ରଦାନ କରିଥିବା ଜମିରେ ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ୧୦ଟି ଓ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ୭ଟି ଗୃହ ନିର୍ମାଣ ପ୍ରକଳ୍ପ କରିଛନ୍ତି।
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ‘ମୋର ମାସ୍କ, ମୋ ସୁରକ୍ଷା’ ଅଭିଯାନ ଆରମ୍ଭ କରିଛନ୍ତି ।
ପଂଜାବରେ ୮୧ ପ୍ରତିଶତ ନମୁନାରେ ୟୁକେ ଭେରିଆଣ୍ଟ ସଂକ୍ରମଣ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଲୋକଙ୍କୁ ଶୀଘ୍ର କରୋନା ଟିକା ନେବାକୁ ଅପିଲ କରିଛନ୍ତି ।
କରୋନା କବଳରେ ଠାକରେ ପରିବାର । ପୂର୍ବରୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ତଥା ମନ୍ତ୍ରୀ ଆଦିତ୍ୟ ଠାକରେ ପଜିଟିଭ ଚିହ୍ନଟ ହେବା ପରେ ଏବେ ପତ୍ନୀ ରଶ୍ମୀ ଠାକରେ କରୋନା ସଂକ୍ରମିତ ହୋଇଛନ୍ତି ।
ଭାରତରେ ଜାନୁଆରୀ ୧୬ ତାରିଖ ଠାରୁ ଆରମ୍ଭ ହୋଇଥିବା କରୋନା ଟିକାକରଣ ପ୍ରକ୍ରିୟାରେ ମାତ୍ର ୬୭ ଦିନ ଭିତରେ ୫ କୋଟିରୁ ଊର୍ଦ୍ଧ୍ୱ ଲୋକ ଟିକା ନେଇସାରିଛନ୍ତି ।
ପାକିସ୍ତାନରେ ବେଲୁଚିସ୍ତାନରେ ଭୟଙ୍କର ବିସ୍ଫୋରଣରେ ୪ ଜଣଙ୍କ ମୃତ୍ୟୁ ହେବା ସହ ୧୪ରୁ ଅଧିକ ଆହତ ହୋଇଛନ୍ତି । ଚମନ କସ୍ୱେରେ ଥିବା ଲେବିସ୍ ମୁଖ୍ୟାଳୟ ବାହାରେ ହୋଇଛି ଏହି ବିସ୍ଫୋରଣ ।
ଆଜି ପର୍ଯ୍ୟନ୍ତ ସାରା ବିଶ୍ୱରେ ୧୨ କୋଟି ୪୭ ଲକ୍ଷ ୭୫ ହଜାର ୭୫୦ ଜଣ ଲୋକ କରୋନାରେ ସଂକ୍ରମିତ ହୋଇସାରିଥିବା ବେଳେ ୨୭ ଲକ୍ଷ ୪୫ ହଜାର ୧୪୬ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୦ କୋଟି ୬ ଲକ୍ଷ ୯୪ ହଜାର ୭୮୯ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୧୩ ଲକ୍ଷ ୩୫ ହଜାର ୭୮୯ ଜଣ ଲୋକ ସକ୍ରିୟ ଅଛନ୍ତି ।