ଆସନ୍ତା ଏପ୍ରିଲ ୭ ତାରିଖରୁ ଚାଲିବ ଭୁବନେଶ୍ୱର-ଭଦ୍ରକ ମେମୁ ଟ୍ରେନ୍

ବାସ୍ତବବ୍ୟୁରୋ:ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ଅନୁଯାଇ, ଭୁବନେଶ୍ୱର-ଭଦ୍ରକ ମଧ୍ୟରେ ମେମୁ ଟ୍ରେନ୍‌ ଆସନ୍ତା ଏପ୍ରିଲ ୭ ତାରିଖରୁ ଚାଲିବା ଆରମ୍ଭ କରିବ। ଭୁବନେଶ୍ୱର-ଭଦ୍ରକ ମେମୁ(୬୮୪୦୮) ଭୁବନେଶ୍ୱରରୁ ସନ୍ଧ୍ୟା ୫ଟା ୫୫ରେ ବାହାରି ରାତି ୯ଟା ୧୫ରେ ଭଦ୍ରକରେ ପହଞ୍ଚିବ।ଠିକ ସେହିପରି ଏପ୍ରିଲ ୮ରୁ ସକାଳ ୬ଟା ୧୫ରେ ଭଦ୍ରକ-ଭୁବନେଶ୍ୱର ମେମୁ(୬୮୪୦୭) ଭଦ୍ରକରୁ ବାହାରି ପୂର୍ବାହ୍ନ ୯ଟା ୫୦ରେ ଭୁବନେଶ୍ୱରରେ ପହଞ୍ଚିବ।

ଏହି ଟ୍ରେନ ବାଣୀବିହାର, ମଞ୍ଚେଶ୍ୱର, ପଟିଆ, ଭୁବନେଶ୍ୱର ନୂଆ, ବାରଙ୍ଗ, ଗୋପାଳପୁର ବାଲିକୁଦା, କାଠଯୋଡ଼ି ପିଏଚ୍‌, କଟକ, କେନ୍ଦ୍ରାପଡ଼ା ରୋଡ, ମଙ୍ଗୁଳି ଚୌଦ୍ୱାର, ନିର୍ଗୁଣ୍ଡି, କପିଳାସ ରୋଡ, ଶ୍ରୀ ଝାଡ଼େଶ୍ୱର, ଧାନମଣ୍ଡଳ, ହରିଦାସପୁର, ନୂଆ ଗଡ଼ମଧୁପୁର, ଜେନାପୁର, ବ୍ରାହ୍ମଣୀ, ଯଖପୁରା, ଯାଜପୁର କେନ୍ଦୁଝର ରୋଡ, କୋରେଇ, ବୈତରଣୀ ରୋଡ, ଦୁଲାଖାପାଟନା, ମଞ୍ଜରୀ ରୋଡ, କେନ୍ଦୁଆପଦା, କପାଲି ରୋଡ ଓ ବାଉଦପୁର ଷ୍ଟେସନରେ ରହଣି କରିବ। ଏହାବ୍ୟତୀତ ଯାତ୍ରୀଙ୍କ ସୁବିଧା, କୋଭିଡ୍‌ ପରିସ୍ଥିତି ଓ ପ୍ରୋଟୋକଲକୁ ଦୃଷ୍ଟିରେ ରଖି ଆହୁରି କେତେକ ପାସେଞ୍ଜର/ମେମୁ ଟ୍ରେନ୍‌ ଓ ଏକ୍ସପ୍ରେସ ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନିଆଯାଉଥିବା କୁହାଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଫେସବୁକ୍, ଇନଷ୍ଟା ଏବଂ ଲିଙ୍କଡିନ୍ ଆପଣଙ୍କର ୮୦ ପ୍ରତିଶତ ତଥ୍ୟ ତୃତୀୟ ପକ୍ଷକୁ ବିକ୍ରି କରୁଛି |

Thu Mar 25 , 2021
ଆପଲ୍ ଆପ୍ ଷ୍ଟୋର୍‌ରେ ୧୦୦ ଟି ପ୍ରମୁଖ ମୋବାଇଲ୍ ପ୍ରୟୋଗର ବିଶ୍ଳେଷଣରେ ପ୍ରକାଶ ପାଇଲା |ସାଇବର ସିକ୍ୟୁରିଟି ଏଜେନ୍ସି ପି-କ୍ଲାଉଡ୍ ଦ୍ୱାରା ହୋଇଥିବା ଏହି ମୂଲ୍ୟାଙ୍କନ ଅନୁଯାୟୀ, ୧୦୦ ଟି ଆପ୍ ମଧ୍ୟରୁ ୮୦ ଟି କୌ ଣସି ରୂପରେ ତଥ୍ୟ ଗ୍ରହଣ କରୁଛି | ବାସ୍ତବବ୍ୟୁରୋ:ଫେସବୁକ୍, ଇନଷ୍ଟାଗ୍ରାମ, ଲିଙ୍କଡିନ୍ ପରି କମ୍ପାନୀଗୁଡିକ ସେମାନଙ୍କର ଉପଭୋକ୍ତାମାନଙ୍କ ତଥ୍ୟର ୫୦ ରୁ ୮୦ ପ୍ରତିଶତ ତୃତୀୟ ପକ୍ଷକୁ ଦେଉଛନ୍ତି। ଏହାର ପ୍ରତିବଦଳରେ, […]

You May Like

Pin It on Pinterest