ବାସ୍ତବବ୍ୟୁରୋ: ଉଚ୍ଚଶିକ୍ଷା ବିଭାଗ ଆସନ୍ତା କାଲି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ପାଇଁ ବିଜ୍ଞପ୍ତି ଜାରି କରିଛି | ଆସନ୍ତାକାଲି ଭାରତ ବନ୍ଦକୁ ଦୃଷ୍ଟିରେ ରଖି ଘୁଞ୍ଚିଲା ଉତ୍କଳ ବିଶ୍ୱବିଦ୍ୟାଳୟ ପରୀକ୍ଷା । +୩ ପଞ୍ଚମ ସେମିଷ୍ଟାର ପରୀକ୍ଷା ଘୁଞ୍ଚାଇ ଦିଆଯାଇଛି ।ଏହି ପରୀକ୍ଷା ୩୦ ତାରିଖରେ ହେବ |
କେନ୍ଦ୍ର ସରକାରଙ୍କ ୩ଟି କୃଷି ବିଲକୁ ବିରୋଧ କରି କୃଷକ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଥିବାରୁ,ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନଗୁଡିକୁ ଛୁଟି ଘୋଷଣା କରାଯାଇଛି । ଆସନ୍ତା କାଲି ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ଏହି ବନ୍ଦ ପାଳନ କରାଯିବ ।