
ବାସ୍ତବବ୍ୟୁରୋ:ପୂର୍ବତଟ ରେଳପଥ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଅନୁଯାଇ,ଆସନ୍ତା ଏପ୍ରିଲ ୧୩ରୁ ଭୁବନେଶ୍ୱର-ନୟାଗଡ଼ ଟାଉନ୍ ସ୍ବତନ୍ତ୍ର ଟ୍ରେନ ସେବା ଆରମ୍ଭ ହେବ |ଏହି ଟ୍ରେନ (୦୮୪୨୩) ସନ୍ଧ୍ୟା ୬ଟା ୪୦ରେ ଭୁବନେଶ୍ବରରୁ ବାହାରି ରାତି ୮ଟା ୪୫ରେ ନୟାଗଡ଼ ଟାଉନ୍ରେ ପହଞ୍ଚିବ। ସେହିପରି (୦୮୪୨୪) ଟ୍ରେନ ନୟାଗଡ଼ରୁ ସକାଳ ୬ଟା ୩୦ରେ ଛାଡ଼ି ଭୁବନେଶ୍ୱରରେ ପୂର୍ବାହ୍ନ ୯ଟାରେ ପହଞ୍ଚିବ। ଏହି ଟ୍ରେନ୍ ଖୋର୍ଦ୍ଧା ରୋଡ୍, ଖୋର୍ଦ୍ଧା ଟାଉନ୍, ବେଗୁନିଆ, ରାଜସୁନାଖଳା ଓ ବୋଲଗଡ଼ ରୋଡ୍ରେ ରହଣି କରିବ।
ସେହିପରି ଏପ୍ରିଲ ୧୦ରୁ ଭୁବନେଶ୍ୱର-ଜୁନାଗଡ଼ ରୋଡ୍ ସ୍ବତନ୍ତ୍ର ଟ୍ରେନ(୦୨୦୯୭) ବ୍ରହ୍ମପୁର ଓ ବିଜୟନଗରମ୍ ମାର୍ଗ ଦେଇ ଭୁବନେଶ୍ୱରରୁ ଜୁନାଗଡ଼ ରୋଡ୍ ଏବଂ ଜଗଦଲପୁରକୁ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ଏହି ଟ୍ରେନ ଭୁବନେଶ୍ୱରରୁ ରାତି ୯ଟା ୪୦ରେ ବାହାରି ତା’ ପରଦିନ ପୂର୍ବାହ୍ନ ୯ଟା ୧୦ରେ ଜୁନାଗଡ଼ ରୋଡ୍ରେ ପହଞ୍ଚିବ। ଜୁନାଗଡ଼ ରୋଡ୍-ଭୁବନେଶ୍ୱର ସ୍ବତନ୍ତ୍ର ଟ୍ରେନ୍(୦୨୦୯୮) ଏପ୍ରିଲ ୧୧ରୁ ଜୁନାଗଡ଼ ରୋଡ୍ରୁ ସନ୍ଧ୍ୟା ୫ଟା ୩୦ରୁ ବାହାରି ତା’ ପରଦିନ ସକାଳ ୫ଟା ୨୦ରେ ଭୁବନେଶ୍ବରରେ ପହଞ୍ଚିବାର ନିଷ୍ପତି ନିଆଯାଇଛି ।
ଏଥିସହ ଭୁବନେଶ୍ୱର-ଜଗଦଲପୁର ସ୍ବତନ୍ତ୍ର ଟ୍ରେନ୍(୦୮୪୪୭) ଏପ୍ରିଲ ୨୦ରୁ ଭୁବନେଶ୍ୱରରୁ ସନ୍ଧ୍ୟା ୭ଟା ୩୫ରେ ଛାଡ଼ି ତା’ ପରଦିନ ପୂର୍ବାହ୍ନ ୧୧ଟା ୫୫ରେ ଜଗଦଲପୁରରେ ପହଞ୍ଚିବ। ଜଗଦଲପୁର-ଭୁବନେଶ୍ୱର ସ୍ବତନ୍ତ୍ର ଟ୍ରେନ୍(୦୮୪୪୮) ଏପ୍ରିଲ ୨୧ରୁ ଜଗଦଲପୁରରୁ ଅପରାହ୍ଣ ସାଢ଼େ ୪ଟାରେ ବାହାରି ତା’ ପରଦିନ ସକାଳ ୮ଟା ୨୦ରେ ଭୁବନେଶ୍ୱରରେ ପହଞ୍ଚିବ। ଏହି ସ୍ୱତନ୍ତ୍ର ଟ୍ରେନ୍ ପୂର୍ବରୁ ଭୁବନେଶ୍ୱର-କୋରାପୁଟ ଭୟା ସମ୍ବଲପୁର, ଟିଟିଲାଗଡ଼ ଓ ରାୟଗଡ଼ା ଦେଇ ଚଳାଚଳ କରୁଥିଲା। ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ଟ୍ରେନକୁ ଏପ୍ରିଲ୧୯ରୁ ଭୁବନେଶ୍ୱରରୁ ଓ ଏପ୍ରିଲ ୨୦ରୁ କୋରାପୁଟରୁ ବାତିଲ କରାଯାଇ କୋଭିଡ୍ ପୂର୍ବର ନିର୍ଧାରିତ ଚଳାଚଳ ମାର୍ଗ ଭାୟା ବ୍ରହ୍ମପୁର, ବିଜୟନଗରମ୍ ଓ ରାୟଗଡ଼ା ଦେଇ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି।