ଆଜିର ଖାସ୍ ଖବର

ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ । ନୂଆ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଛନ୍ତି ଚାଷୀ । ସଂଯୁକ୍ତ କିଷାନ ମୋର୍ଚ୍ଚା ଆଜି ଦେଶବ୍ୟାପୀ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି  । ସନ୍ଧ୍ୟା ଟା ଯାଏଁ ଗାଡି, ରେଳ ଚଳାଚଳ ଓ ଦୋକାନ ବଜାର ବନ୍ଦ ପାଇଁ ଡାକରା ଦିଆଯାଇଛି । 

ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୩୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ରେଭେନ୍ସାରୁ ବାହାରିଲେ ଆଉ ୨ ପଜିଟିଭ୍ । ପୂର୍ବରୁ ୩ ଜଣ ପଜିଟିଭ୍ ଟିହ୍ନଟ ହୋଇଥିବା ବେଳେ ଏବେ ଆଉ ୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ପଜିଟିଭ୍ ମାମଲା ୫କୁ ବୃଦ୍ଧି ପାଇଛି ।

ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ  । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡିଶାର ତାପମାତ୍ରା ରୁ ୩ ଡିଗ୍ରୀ ବଢିବ । ଆସନ୍ତା 5ଦିନ ଯାଏଁ ରାଜଧାନୀ ଭୁବନେଶ୍ୱରର ଅନେକ ସ୍ଥାନର ତାପମାତ୍ରା ସାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ଅଧିକ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି ।

ଆସନ୍ତା ମେ ‘୩ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା  । ପରୀକ୍ଷା ପାଇଁ ଚଳିତବର୍ଷ ୩୨୨୧ଟି ସେଣ୍ଟର ଚୂଡାନ୍ତ ହୋଇଛି

କୋରାପୁଟରୁ ଜବତ ହୋଇଛି ୪ କୁଇଣ୍ଟାଲ ଗଞ୍ଜେଇ । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୪0 ଲକ୍ଷ ଟଙ୍କା ହେବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ୨ ଦିନିଆ ବାଂଲାଦେଶ ଗସ୍ତରେ ରହିବେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାଂଲାଦେଶ ଗସ୍ତ ମାର୍ଚ୍ଚ ୨୬ ଓ ୨୭ରେ ରହିଛି

ଏପ୍ରିଲ ପହିଲାରୁ ମହଙ୍ଗା ହେବ ନାମୀ ଦାମୀ ଗାଡି । ଅଟୋ କମ୍ପାନୀଗୁଡିକ ପକ୍ଷରୁ ଏହି ଘୋଷଣା କରାଯାଇଛି । ମାରୁତୀ ସୁଜୁକି ସହ ଅନେକ କମ୍ପାନୀ ଏହି ନିଷ୍ପତ୍ତି ନେଇଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମୁଁ ଟିକେଟ୍ ପାଇବା ଯାହା ମା'ପାଇବା ସେୟା' ପିପିଲି ଓ ଡେଲାଙ୍ଗବାସୀଙ୍କ ଉନ୍ନତି ପାଇଁ,ବାପାଙ୍କ ଅଧୁରା ସ୍ଵପ୍ନକୁ ପୂରଣ କରିବି- ରୁଦ୍ରପ୍ରତାପ ମହାରଥୀ

Fri Mar 26 , 2021
ବାସ୍ତବବ୍ୟୁରୋ:’ମୁଁ ଟିକେଟ୍ ପାଇବା ଯାହା ମା ପାଇବା ସେୟା’ ଏ କଥା କହିଛନ୍ତି ପିପିଲି ଉପ ନିର୍ବାଚନ ପାଇଁ ଶାସକ ବିଜେଡି ପ୍ରାର୍ଥୀ, ସ୍ଵର୍ଗତଃ ପ୍ରଦୀପ ମହାରଥୀଙ୍କ ପୁତ୍ର ରୁଦ୍ରପ୍ରତାପ ମହାରଥୀ ।ବହୁ କଳ୍ପନା ଜଳ୍ପନା ଆନ୍ତଘଟାଇ ଶାସକ ବିଜେଡି ଆଜି ରୁଦ୍ରପ୍ରତାପ ମହାରଥୀଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି। ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ପ୍ରାର୍ଥୀ ଘୋଷଣା ହେବା ପରେ ପିପିଲି ବିଜେଡିରେ ଖୁସିର ଲହରୀ | ସାମ୍ବାଦିକ ସମିଳନୀରେ ରୁଦ୍ରପ୍ରତାପ […]

You May Like

Pin It on Pinterest