ମୁଁ ଟିକେଟ୍ ପାଇବା ଯାହା ମା’ପାଇବା ସେୟା’ ପିପିଲି ଓ ଡେଲାଙ୍ଗବାସୀଙ୍କ ଉନ୍ନତି ପାଇଁ,ବାପାଙ୍କ ଅଧୁରା ସ୍ଵପ୍ନକୁ ପୂରଣ କରିବି- ରୁଦ୍ରପ୍ରତାପ ମହାରଥୀ

ବାସ୍ତବବ୍ୟୁରୋ:’ମୁଁ ଟିକେଟ୍ ପାଇବା ଯାହା ମା ପାଇବା ସେୟା’ ଏ କଥା କହିଛନ୍ତି ପିପିଲି ଉପ ନିର୍ବାଚନ ପାଇଁ ଶାସକ ବିଜେଡି ପ୍ରାର୍ଥୀ, ସ୍ଵର୍ଗତଃ ପ୍ରଦୀପ ମହାରଥୀଙ୍କ ପୁତ୍ର ରୁଦ୍ରପ୍ରତାପ ମହାରଥୀ ।ବହୁ କଳ୍ପନା ଜଳ୍ପନା ଆନ୍ତଘଟାଇ ଶାସକ ବିଜେଡି ଆଜି ରୁଦ୍ରପ୍ରତାପ ମହାରଥୀଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି। ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ପ୍ରାର୍ଥୀ ଘୋଷଣା ହେବା ପରେ ପିପିଲି ବିଜେଡିରେ ଖୁସିର ଲହରୀ |

ସାମ୍ବାଦିକ ସମିଳନୀରେ ରୁଦ୍ରପ୍ରତାପ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ଉପରେ ଭରସା କରିଥିବାରୁ ତାଙ୍କୁ ଧନ୍ୟବାଦ। ଏବେ ବାପାଙ୍କ ଅଧୁରା ସ୍ଵପ୍ନ ପୂରଣ କରିବି। ପିପିଲି ଓ ଡେଲାଙ୍ଗବାସୀଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିବି। ଆଶା କରୁଛି ପିପିଲି ଓ ଡେଲାଙ୍ଗବାସୀ ମୋତେ ସହଯୋଗ କରିବେ। ସେ କହିଛନ୍ତି ଯେ, ମୁଁ ଟିକେଟ୍ ପାଇବା ଯାହା ମା ପାଇବା ସେୟା। ମାଙ୍କ ଆସରିବାଦ ସର୍ବଦା ମୋ ପାଖରେ ଅଛି, ବାପା ଓ ମା’ଙ୍କ ବିନା ମୋର କିଛି ବି ଅସ୍ତିତ୍ୱ ନାହିଁ |

ଏହି ଉପ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଗତ ୨୦୧୯ ନିର୍ବାଚନରେ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ବିପକ୍ଷରେ ପ୍ରାଥୀ ହୋଇ କଡା ଟକ୍କର ଦେଇଥିବା ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି । ଏଥର ମହାରଥୀଙ୍କ ପୁତ୍ର ରୁଦ୍ର ଏବଂ ଆଶ୍ରିତଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ଵନ୍ଦିତା ହେବବୋଲି ଚର୍ଚ୍ଚା ହେଲାଣି । ଆପଣମାନଙ୍କ ମନେଥିବ ୨୦୧୯ ନିର୍ବାଚନରେ ମହାରଥୀଙ୍କୁ ୮୮, ୫୧୮ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୭୧, ୭୩୧ ଭୋଟ୍ ମିଳିଥିଲା।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sat Mar 27 , 2021
ବାସ୍ତବବ୍ୟୁରୋ:ଗୋଟିଏ ଦିନରେ ରାଜ୍ୟରେ ୨୩୪ କୋଭିଡ୍‌ ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ଯାହାକି ଗତ ୨୪ ତାରିଖ ତୁଳନାରେ ୨୦ ଅଧିକ। ନୂଆପଡ଼ାରୁ ସର୍ବାଧିକ ୩୩ଜଣ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ଖୋର୍ଧା ୩୨, କଟକ ୨୯, ବରଗଡ଼ ୨୪, କଳାହାଣ୍ଡି ୧୭, ବଲାଙ୍ଗୀର ଓ ସୁନ୍ଦରଗଡ଼ରେ ୧୫ ଲେଖାଏଁ ଓ ସମ୍ବଲପୁରରୁ ୧୧ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟର ୨୩ଟି ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୂର୍ବତଟ ରେଳପଥ ପକ୍ଷରୁ ପୁରୀ ଓ […]

You May Like

Pin It on Pinterest