ଆଜିର ଖାସ୍ ଖବର

ବାସ୍ତବବ୍ୟୁରୋ:ଗୋଟିଏ ଦିନରେ ରାଜ୍ୟରେ ୨୩୪ କୋଭିଡ୍‌ ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ଯାହାକି ଗତ ୨୪ ତାରିଖ ତୁଳନାରେ ୨୦ ଅଧିକ। ନୂଆପଡ଼ାରୁ ସର୍ବାଧିକ ୩୩ଜଣ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ଖୋର୍ଧା ୩୨, କଟକ ୨୯, ବରଗଡ଼ ୨୪, କଳାହାଣ୍ଡି ୧୭, ବଲାଙ୍ଗୀର ଓ ସୁନ୍ଦରଗଡ଼ରେ ୧୫ ଲେଖାଏଁ ଓ ସମ୍ବଲପୁରରୁ ୧୧ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟର ୨୩ଟି ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ପୂର୍ବତଟ ରେଳପଥ ପକ୍ଷରୁ ପୁରୀ ଓ କଟକ, କଟକ ଓ ଭଦ୍ରକ ଏବଂ କଟକ ଓ ପାରାଦୀପ ମଧ୍ୟରେ ମେମୁ ଟ୍ରେନ୍ ଚଳାଚଳ ପାଇଁ ନିଷ୍ପତ୍ତି ନିଆଯାଇଛି।

କାରାଗାର ନିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟଙ୍କ ସୂଚନାନୁଯାୟୀ ଆସନ୍ତା ଏପ୍ରିଲ ମାସରୁ ଆରମ୍ଭ ହେବ ‘ଜେଲ୍‌ ଅଦାଲତ’|ଛୋଟ ଛୋଟ ଅପରାଧରେ ବିଚାର ବିଭାଗୀୟ ହାଜତ‌ରେ ଥିବା ଅଭିଯୁକ୍ତଙ୍କ ମୁକୁଳିବା ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ହେବ।

ପଶ୍ଚିମବଂଗ ଓ ଆସାମରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଆଜି । ପଶ୍ଚିମବଂଗର ୩୦ଟି ଓ ଆସାମର ୪୭ଟି ଆସନ ପାଇଁ ହେବ ମତଦାନ । ନିର୍ବାଚନ କମିଶନଙ୍କ ପକ୍ଷରୁ ସବୁ ମତଦାନ କେନ୍ଦ୍ରରେ ରେ ଇଭିଏମ୍ ସହ ଭିଭିପ୍ୟାଟ ବ୍ୟବହାର କରାଯାଉଛି।

ରାଜନେତା ତଥା ବଲିଉଡର ଲୋକପ୍ରିୟ ଅଭିନେତା ପରେଶ ରାୱଲ କରୋନା ସଂକ୍ରମିତ। ଏହାର ସୂଚନା ପରେଶ ରାୱଲ ନିଜ ସୋସିଆଲ ମିଡିଆରେ ଦେଇଛନ୍ତି । ପେରେଶ ରାୱଲ ସୋସିଆଲ ମିଡିଆରେ କହିଛନ୍ତି, ସେ କୋଭିଡ ସଂକ୍ରମିତ ହୋଇଛନ୍ତି ଏବଂ ଏହା ସହ ସେ ତାଙ୍କ ସମ୍ପର୍କରେ ଆସିଥିବା ଲୋକମାନଙ୍କୁ କରୋନା ଟେଷ୍ଟ କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ବିଶ୍ୱ ପରିବେଶ ସମ୍ମିଳନୀ ପାଇଁ ବିଭିନ୍ନ ଦେଶର ୪୦ ଜଣ ନେତାଙ୍କୁ ନିମନ୍ତ୍ରଣ କରିଛନ୍ତି। ଏମାନଙ୍କ ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅଛନ୍ତି ।ଏହା ଏପ୍ରିଲ ୨୨-୨୩ ଦୁଇ ଦିନ ଧରି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆୟୋଜିତ ହେବ।

କେନ୍ଦ୍ର‌ ସ୍ୱାସ୍ଥ୍ୟମନ୍ତ୍ରୀ ଡା ହର୍ଷବର୍ଦ୍ଧନ ବଡ଼ ବୟାନ, ନାଇଟ୍‌ କର୍ଫ୍ୟୁ ଓ ସପ୍ତାହାନ୍ତ ଲକଡାଉନ କରୋନା ସଂକ୍ରମଣ ଉପରେ ଅଧିକ ପ୍ରଭାବ ପକାଇ ପାରିବ ନାହିଁ। କିନ୍ତୁ କରୋନାର ଦ୍ୱିତୀୟ ଲହରକୁ ଟିକାକରଣ କାର୍ଯ୍ୟକ୍ରମ ହିଁ ଦେଶରେ ଧିମା କରିବାରେ ସହାୟକ ହେବ।

ରାଜ୍ୟରେ ୧୯ ଜଣ ଓଏଏସ୍ ଅଫିସରଙ୍କର ହେଲା ପଦୋନ୍ନତି । ୨୦୧୯ ରୁ ରାଜ୍ୟ ରେ ଖାଲି ପଡିଥିବା ଆଇଏଏସ୍ ପଦବୀରେ ଏହି ୧୯ ଜଣ ବରିଷ୍ଠ ଓଏଏସ୍‌ଙ୍କୁ ନିଯୁକ୍ତ ଦିଆଯାଇଛି।

ବାଂଲାଦେଶକୁ ୨ ଦିନିଆ ଗସ୍ତରେ ପହଂଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଜେଶୋରେଶ୍ୱରୀ କାଳୀ ମନ୍ଦିର ଦର୍ଶନ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦର୍ଶନ ପୂର୍ବରୁ ସତଖୀରା ଜିଲ୍ଲାର ଈଶ୍ୱରପୁରସ୍ଥିତ ଏହି ମନ୍ଦିରକୁ ସୁନ୍ଦର ଭାବେ ସଜ୍ଜିକରଣ କରାଯାଇଛି ।

ପୁନେସ୍ଥିତ ମହାରାଷ୍ଟ୍ର କ୍ରିକେଟ ଆସୋଶିଏସନ ଷ୍ଟାଡିୟମରେ ଖେଳାଯାଇଥିବା ଭାରତ ଓ ଇଂଲଣ୍ଡ ମଧ୍ୟରେ ୨ୟ ଦିନିକିଆରେ ଟିମ୍ ଇଣ୍ଡିଆକୁ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଛି ।ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୬ଟି ୱିକେଟ ହରାଇ ୩୩୬ ରନ୍ କରିଥିଲା । ଏହାର ଜବାବରେ ଇଂଲଣ୍ଡ ମାତ୍ର ୪୩.୪ ଓଭରରେ ୩୩୭ ରନ ସଂଗ୍ରହ କରି ୬ ୱିକେଟରେ ମ୍ୟାଚ ଜିତିଥିଲା ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସଚିନ ତେନ୍ଦୁଲକର କରୋନା ସଂକ୍ରମିତ

Sat Mar 27 , 2021
ଗଡ ଅଫ୍ କ୍ରିକେଟ୍ ଭାବରେ ଜଣାଶୁଣା ପୂର୍ବତନ ଭାରତୀୟ କ୍ରିକେଟର ସଚିନ୍ ତେନ୍ଦୁଲକରଙ୍କୁ କରୋନା ପଜିଟିଭ୍ ବୋଲି ଜଣାପଡିଛି। ବାସ୍ତବବ୍ୟୁରୋ:ମାରାତ୍ମକ କରୋନା ଜୀବାଣୁ ପୁଣି ଥରେ ଦେଶରେ ନିଜର କାୟା ବିସ୍ତାର କରୁଛି। ସଂକ୍ରମଣର ନୂଆ ମାମଲା ପୁଣି ଥରେ ଭୟଭୀତ କରୁଛି ବିଶ୍ୱବାସୀଙ୍କୁ | ଏହି ସମୟରେ ଗଡ ଅଫ୍ କ୍ରିକେଟ୍ ଭାବେ ଜଣାଶୁଣା ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ କରୋନା ପଜିଟିଭ୍ ବୋଲି ଜଣାପଡିଛି। ସଚିନ […]

You May Like

Pin It on Pinterest