ଏପ୍ରିଲ ୪ ତାରିଖରୁ ୟୁନିଟ ପିଛା ୩୦ ପଇସା ଅଧିକ ଦେବାକୁ ପଡିବ ବିଦ୍ୟୁତ ବିଲ୍

ବାସ୍ତବବ୍ୟୁରୋ: କରୋନା ମହାମାରୀ ଗୋଟିଏପଟେ ରାଜ୍ୟବାସୀଙ୍କୁ ଭୟଭୀତ କରୁଥିବାବେଳେ,ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ରାଜ୍ୟରେ ବିଦ୍ୟୁତ୍ ଦର ବୃଦ୍ଧିକୁ ମଞ୍ଜୁରୀ ଦେଇଛି | ଆପଣ ବ୍ୟବହାର କରୁଥିବା ବିଦ୍ୟୁତ ବିଲ ବାବଦକୁ ଏଣିକି ୟୁନିଟ ପିଛା ସର୍ବନିମ୍ନ ୩୦ ପଇସା ଅଧିକ ଦେବାକୁ ପଡିବ |ଏପ୍ରିଲ ୪ ତାରିଖରୁ ବର୍ଦ୍ଧିତ ଦର ଲାଗୁ କରାଯିବ ।

Photo: social media

ଖବର ଅନୁଯାୟୀ ମିଟର ରେଣ୍ଟ ଓ ମାସିକ ସର୍ବନିମ୍ନ ଚାର୍ଜ ମଧ୍ୟ ଅପରିବର୍ତ୍ତିତ ରହିଛି। ଘରୋଇ ଓ ସିଙ୍ଗଲ ଫେଜ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ୍ ବିଲ୍‌ରେ ୨ ପ୍ରତିଶତ ରିହାତି ମିଳିବ ।ବିପିଏଲ ଏବଂ ଜଳସେଚନ ଉପଭୋକ୍ତାଙ୍କ ପାଇଁ ଦର ଅପରିବର୍ତ୍ତିତ ରହିଥିବାବେଳେ, ଡିଜିଟାଲରେ ପେମେଣ୍ଟ କରୁଥିବା ଉପଭୋକ୍ତାଙ୍କୁ ରିହାତି ମିଳିବ। ଏହା ବ୍ୟତୀତ ସମସ୍ତ ପ୍ର-ପେଡ୍ ଉପଭୋକ୍ତାଙ୍କୁ ମଧ୍ୟ ୨ ପ୍ରତିଶତ ରିହାତି ମିଳିବ।

ବିଦ୍ୟୁତ୍ ଦର ବୃଦ୍ଧି ହେତୁ ଏଣିକି ପ୍ରଥମ ୫୦ ୟୁନିଟ୍‌ରେ ୟୁନିଟ୍ ପିଛା ୩ ଟଙ୍କା, ୫୧ ରୁ ୨୦୦ ୟୁନିଟ୍‌ ମଧ୍ୟରେ ୟୁନିଟ୍ ପିଛା ଦର ୫.୮୦ ଟଙ୍କା, ୪୦୦ ୟୁନିଟ୍‌ରୁ ଅଧିକ ହେଲେ ୟୁନିଟ୍ ପିଛା ଦର ୬ ଟଙ୍କା ୨୦ ପଇସା ନିର୍ଦ୍ଧାରିତ କରାଯାଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଜନଜାତି ଓ ଅପପୃଷ୍ଟି ଦେଖା ଯାଉଥିବା ଅଞ୍ଚଳରେ,ଖୋଲିବ ଆଉ ୧୫୬୭ଟି ନୂଆ ଅଙ୍ଗନବାଡ଼ି କେନ୍ଦ୍ର...

Sat Mar 27 , 2021
ବାସ୍ତବବ୍ୟୁରୋ: ଜନଜାତି ଓ ଅପପୃଷ୍ଟି ଦେଖା ଯାଉଥିବା ଅଞ୍ଚଳରେ, ଆଉ ୧୫୬୭ଟି ନୂଆ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବ | ଆଜି ବିଧାନସଭାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି। ପ୍ରଶ୍ନକାଳରେ ମନ୍ତ୍ରୀ ଟୁକୁନି ସାହୁ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି କି,ଅଦ୍ୟାବଧି ରାଜ୍ୟରେ ୬୨ହଜାର ୧୭୧ଟି ଅଙ୍ଗନବାଡ଼ି କେନ୍ଦ୍ର ଅଛି। ଏହା ବ୍ୟତିର ୧୦୪୧୬ଟି ମିନି ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ରହିଛି ।କେନ୍ଦ୍ର ସରକାରଙ୍କୁ ଆଉ […]

You May Like

Pin It on Pinterest