ଓଲିଉଡର ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଜଲାଲ ଆଦେନୀ ଆଉ ନାହାନ୍ତି । ୮୫ ବର୍ଷ ବୟସରେ କଟକ ବକ୍ସିବଜାର ସ୍ଥିତ ବାସଭବନରେ ତାଙ୍କ ଦେହାନ୍ତ ହୋଇଛି । ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଜଲାଲ ଆଦେନୀ ।

ଭଞ୍ଜନଗରଠାରେଜଲାଲ ୧୯୩୬ ମସିହା ଜୁନ୍ ୨୩ ତାରିଖରେ ଆଦେନୀ ଜନ୍ମଗ୍ରହଣ କରିଥିଲେ ।ସେ ଏକାଧାରରେ ଜଣେ ସଂଗୀତ ନିର୍ଦ୍ଦେଶକ, ଗୀତିକାର, ଗାୟକ ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ ଥିଲେ । ବହୁ ଓଡିଆ ଓ ବଲିଉଡ୍ ଚଳଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ନିଦ ଭରା ରାତି, ମୁଁ ତୁମକୁ ଭଲ ପାଏ,ନୁପୁର କାହିଁକି ଆଜି ବାନ୍ଧିଲି,ରୁଷିଛି ଅଭିମାନିନୀ ଭଳି ଅନେକ ଲୋକପ୍ରିୟ ଗୀତର ନିର୍ଦ୍ଦେଶନା ଦେଇଥିଲେ ଜଲାଲ ଆଦେନୀ ।