ଆଜିର ଖାସ୍ ଖବର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ଜଣେ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୨୧କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୪୦୪୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୭୩୭ ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୩୬୬୯୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 

ସରକାରୀ ସ୍କୁଲ୍‌ର ନବମ ଏବଂ ଏକାଦଶ ଶ୍ରେଣୀ ବନ୍ଦ ହେବ ନାହିଁ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

ଆରପାରିରେ ଓଡ଼ିଆ ଫିଲ୍ମର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଜଲାଲ ଆଦେନି । ୮୫ ବର୍ଷ ବୟସରେ ହୃଦଘାତରେ କଟକ ବକ୍ସିବଜାର ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଛି

ବରିଷ୍ଠ ରାଜନେତା ତଥା ଏନସିପି ସୁପ୍ରିମୋ ଶରଦ ପାୱାର ଅସୁସ୍ଥ ହୋଇପଡ଼ିଛନ୍ତି। ଏଥିପାଇଁ ତାଙ୍କୁ ମାର୍ଚ୍ଚ ୩୧ରେ ଦକ୍ଷିଣ ମୁମ୍ବାଇରେ ଥିବା ବ୍ରିଚ୍‌ କ୍ୟାଣ୍ଡୀ ହସ୍ପିଟାଲରେ ଭର୍ତ୍ତି କରାଯିବ। ସେ ତାଙ୍କ ତଳି ପେଟରେ ଯନ୍ତ୍ରଣା ଅନୁଭବ କରୁଛନ୍ତି। ହସ୍ପିଟାଲରେ ଆଡମିସନ ହେବେ ପରେ ତାଙ୍କର ସେଠାରେ ସର୍ଜରୀ କରାଯିବ ବୋଲି ଜଣାପଡ଼ିଛି।

ହୋଲି ପର୍ବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ହୋଲି ଶୁଭକାମନା ଜଣାଇଛନ୍ତି । ଟୁଇଟ କରି ମୋଦୀ ଲେଖିଛନ୍ତି, ଆପଣମାନଙ୍କୁ ହୋଲି ଅଭିନନ୍ଦନ ଜଣାଉଛି । ଆନନ୍ଦ ଓ ହର୍ଷୋଲ୍ଲାସର ସହିତ ପର୍ବ ପାଳନ କରନ୍ତୁ । ଜୀବନରେ ନୂଆ ଆଶା ସୃଷ୍ଟି କରନ୍ତୁ । 

ଆମେରିକାର ଉପରାଷ୍ଟ୍ରପତି କମଳା ହ୍ୟାରିସ ଟୁଇଟ କରି ଭାରତୀୟମାନଙ୍କୁ ହୋଲିର ଅଭିନନ୍ଦନ ଜଣାଇଛନ୍ତି । 

ମିଆଁମାରରେ ବଳପୂର୍ବକ କ୍ଷମତା ଦଖଲ କରିଥିବା ସେନା ବାହିନୀର ବର୍ବରତା ବଢ଼ିବାରେ ଲାଗିଛି। ବିଭିନ୍ନ ସ୍ଥାନରେ ଲୁଚି ରହିଥିବା ଲୋକଙ୍କ ଉପରେ ମିସାଇଲ ମାଡ଼ କରାଯାଉଥିବା ଜଣାପଡ଼ିଛି। 

ସମଗ୍ର ବିଶ୍ୱରେ ଆଜି ପର୍ଯ୍ୟନ୍ତ ୧୨ କୋଟି ୭୭ ଲକ୍ଷ ୪୭ ହଜାର ୬୩୦ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୨୭ ଲକ୍ଷ ୯୫ ହଜାର ୫୮୫ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୦ କୋଟି ୨୯ ଲକ୍ଷ ୩୪ ହଜାର ୩୧୨ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୨୦ ଲକ୍ଷ  ୧୭ ହଜାର ୭୩୩ ଜଣ ଲୋକ ସକ୍ରିୟ ଅଛନ୍ତି ।

 

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା ସରକାରୀ ସ୍କୁଲରେ ବନ୍ଦ ହେବନାହିଁ ନବମ ଏବଂ ଏକାଦଶ କ୍ଲାସ୍

Mon Mar 29 , 2021
ବାସ୍ତବବ୍ୟୁରୋ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ସରକାରୀ ସ୍କୁଲରେ ନବମ ଏବଂ ଏକାଦଶ କ୍ଲାସ୍ ବନ୍ଦ ହେବନାହିଁ ବୋଲି ଆଜି ସୂଚନା ଦେଇଛନ୍ତି।ସେ କହିଛନ୍ତି, କୋଭିଡ୍ ପାଇଁ ରାଜ୍ୟରେ ଏବେ ନବମ ଏବଂ ଏକାଦଶ ଶ୍ରେଣୀର କ୍ଲାସ ବନ୍ଦ ହେବ ନାହିଁ ।କିଛି ବେସରକାରୀ ଶିକ୍ଷାନୁଷ୍ଠାନରୁ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସରକାରୀ ଶିକ୍ଷାନୁଷ୍ଠାନରେ କୋବିଦ ନିୟମ ପାଳନ କରାଯାଇ କ୍ଲାସ ହେଉଛି । […]

You May Like

Pin It on Pinterest