ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା ସରକାରୀ ସ୍କୁଲରେ ବନ୍ଦ ହେବନାହିଁ ନବମ ଏବଂ ଏକାଦଶ କ୍ଲାସ୍

ବାସ୍ତବବ୍ୟୁରୋ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ସରକାରୀ ସ୍କୁଲରେ ନବମ ଏବଂ ଏକାଦଶ କ୍ଲାସ୍ ବନ୍ଦ ହେବନାହିଁ ବୋଲି ଆଜି ସୂଚନା ଦେଇଛନ୍ତି।ସେ କହିଛନ୍ତି, କୋଭିଡ୍ ପାଇଁ ରାଜ୍ୟରେ ଏବେ ନବମ ଏବଂ ଏକାଦଶ ଶ୍ରେଣୀର କ୍ଲାସ ବନ୍ଦ ହେବ ନାହିଁ ।କିଛି ବେସରକାରୀ ଶିକ୍ଷାନୁଷ୍ଠାନରୁ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସରକାରୀ ଶିକ୍ଷାନୁଷ୍ଠାନରେ କୋବିଦ ନିୟମ ପାଳନ କରାଯାଇ କ୍ଲାସ ହେଉଛି । ସରକାରୀ ଶିକ୍ଷାନୁଷ୍ଠାନରୁ ଏଯାବତ କୌଣସି ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି । ତେଣୁ ସରକାରୀ ସ୍କୁଲକୁ ବନ୍ଦ କରିବାକୁ ଏଯାଏଁ କୌଣସି ନିଷ୍ପତ୍ତି ନିଆଯାଇନାହିଁ | ସେ ଆହୁରି ମଧ୍ୟ କହିଛନ୍ତି କି,ଛାତ୍ରଛାତ୍ରୀମାନେ ସେମାନଙ୍କ ପରୀକ୍ଷା ପାଇଁ ପ୍ରସ୍ତୁତରହିବା ସହିତ ଚାପମୁକ୍ତ ହୋଇ ପରୀକ୍ଷା ଦିଅନ୍ତୁ |

ମନ୍ତ୍ରୀଶ୍ରୀ ଦାସ କହିଛନ୍ତି କି ,ଆସନ୍ତା ୩୦ ତାରିଖରେ ନବମ ଏବଂ ଏକାଦଶ ଛାତ୍ରଛାତ୍ରୀଙ୍କର ଅଭ୍ୟାସ ପରୀକ୍ଷା ଅଛି। ରାଜ୍ୟ ସରକାର ସମସ୍ତ ଏସ୍ଓପି ମାନି କ୍ଲାସ୍ ଚଳାଇଛନ୍ତି । ତେଣୁ ସ୍କୁଲ ବନ୍ଦ ହେବ ନାହିଁ । ସରକାର ଏଥିପ୍ରତି କଡା ନଜର ରଖିଛନ୍ତି । ଯେଉଁମାନେ ଏସ୍ଓପି ପାଳନ କରିବେ ନାହିଁ ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆପଣ ଜାଣିଛନ୍ତିକି PM କୁସୁମ୍ ଯୋଜନା କ’ଣ ଏବଂ ଏହାର ଲାଭ କେତେ ?

Tue Mar 30 , 2021
ବାସ୍ତବବ୍ୟୁରୋ:ପ୍ରଧାନ ମନ୍ତ୍ର କୁସୁମ ଯୋଜନା: କେନ୍ଦ୍ର ସରକାରଙ୍କ କୁସୁମ ଯୋଜନା କୃଷକମାନଙ୍କ ପାଇଁ ଏକ ଲାଭଜନକ ଚୁକ୍ତି ବୋଲି ପ୍ରମାଣ କରୁଛି। ଏହି ଯୋଜନା ମାଧ୍ୟମରେ କୃଷକମାନେ ସୌର ଉପକରଣ ସ୍ଥାପନ କରି ଅତିରିକ୍ତ ବିଦ୍ୟୁତ୍ ଉତ୍ପାଦନ କରି ଏହାକୁ ଗ୍ରୀଡକୁ ପଠାଇ ରୋଜଗାର କରି ନିଜ ଜମିକୁ ଜଳସେଚନ କରିପାରିବେ। ଆସନ୍ତୁ ଜାଣିବା କୁସୁମ୍ ଯୋଜନା କ’ଣ ଏବଂ ଏହାର ଲାଭ କ’ଣ? ୨୦୧୮ -୧୯ ସାଧାରଣ ବଜେଟ୍ […]

You May Like

Pin It on Pinterest